Home ଜଗତସିଂହପୁର ୟୁକୋ ବ୍ୟାଙ୍କ ପକ୍ଷରୁ ଗ୍ରାହକ ସଂଯୋଗୀ କରଣ ପଦକ୍ଷେପ

ୟୁକୋ ବ୍ୟାଙ୍କ ପକ୍ଷରୁ ଗ୍ରାହକ ସଂଯୋଗୀ କରଣ ପଦକ୍ଷେପ

116

ଜଗତସିଂହପୁର ୨୫/୧୦ (ଓଡ଼ିଆ ପୁଅ) – ଗୁରୁବାରଦିନ ପୂର୍ବାହ୍ନରେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ୟୁକୋ ବ୍ୟାଙ୍କ ଆନୁକୂଲ୍ୟରେ ଏକ ଦୁଇଦିନିଆ ଗ୍ରାହକ ସଂଯୋଗୀକରଣ ପଦକ୍ଷେପ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କହିଲେ ଜଗତସିଂହପୁର ଜିଲ୍ଲାରେ ୟୁକୋ ବ୍ୟାଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ଗ୍ରାହକ ସଂପର୍କ ସଚେତନତା କାର୍ଯ୍ୟକ୍ରମ ଏକ ଉତମ ପଦକ୍ଷେପ। ଏହା ଦ୍ୱାରା ଜିଲ୍ଲା ସବୁ ବର୍ଗର ଜନସାଧାରଣ ବ୍ୟାଙ୍କ ସେବା, ଋଣ ଓ ଉତ୍ପାଦନ ସଂପର୍କରେ ସଚେତନ ହୋଇ ପାରିବେ। ଜଗତସିଂହପୁର ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବାରୁ କୃଷକ ମାନଙ୍କର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ବ୍ୟାଙ୍କ ମାଧ୍ୟମରେ ସହାୟକ ହୋଇପାରିବ। ସରକାରଙ୍କ ଜନକଲ୍ୟାଣ ଯୋଜନାର ସୁଫଳ ସବୁଠାରୁ ଦରିଦ୍ର ଲୋକ ପାଖରେ ପହଚାଂଇବା ଆବଶ୍ୟକ। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ୟୁକୋ ବ୍ୟାଙ୍କ ଜେନେରାଲ ମ୍ୟାନେଜର ଶ୍ରୀ ଚଚଂଲ କୁମାର ମଜୁମଦାର କହିଲେ ସାରା ଭାରତ ବର୍ଷରେ ଗ୍ରାହକ ସଂଯୋଗୀକରଣ ପଦକ୍ଷେପ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ସମାଜର ଦରିଦ୍ରତମ ଲୋକ ବ୍ୟାଙ୍କ ସେବା ଓ ଋଣ ସଂପର୍କରେ ସଚେତନ ହେବା। ଏବେବି ବହୁତ ଲୋକ ବ୍ୟାଙ୍କ ଯୋଗାଇ ଦେଇଥିବା ବିଭିନ୍ନ ପ୍ରକାର ଋଣ ଓ ଉତ୍ପାଦ ସଂପର୍କରେ ଅବଗତ ନାହାନ୍ତି। ବ୍ୟାଙ୍କ ଋଣ ଓ ସବ୍ସିଡ୍ ମାଧ୍ୟମରେ ସମାଜରେ ଅର୍ଥନୈତିକ ଅଭିବୃଦ୍ଧି ଓ ସାମାଜିକ ଉନ୍ନତି ସମ୍ଭବ ହୋଇପାରୁଛି। ଏହି କାର୍ଯ୍ୟକ୍ରମରେ ପବ୍ଲିକ ସେକ୍ଟର ବ୍ୟାଙ୍କ, ଘରୋଇ ବ୍ୟାଙ୍କ, ମାଇକ୍ରୋ ଫାଇନାନ୍ସ ଓ ଗ୍ରାହକ ମାନେ ଯୋଗଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉପ ସାଧାରଣ ପରିଚାଳକ ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ ଶ୍ରୀ ଆନନ୍ଦ ବିକ୍ରମ କହିଲେ ବ୍ୟାଙ୍କ ଖୋଲା ମନରେ ସମସ୍ତ ଗ୍ରାହକଙ୍କୁ ଭରଷା ଦେଉଛି। ଅଣୁକ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଓ ସ୍ୱୟ ସହାୟକ ଗୋଷ୍ଠୀ କର୍ମକର୍ତାଙ୍କୁ ବ୍ୟାଙ୍କ ଋଣ ପ୍ରଦାନ କରୁଛି ଯାହାକି ଦେଶର ଅଭିବୃଦ୍ଧିରେ ଛୋଟଛୋଟ ଶିଳ୍ପ ବ୍ୟବସାୟୀ ସହାୟକ ହୋଇପାରୁଛନ୍ତି। ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ଡି.ଜି.ଏମ୍, ନାବାର୍ଡ ଶ୍ରୀ ରାମଚନ୍ଦ୍ର ସାହୁ କହିଲେ ଏହା ଏକ ମହତ୍ କାର୍ଯ୍ୟକ୍ରମ। ବ୍ୟାଙ୍କ ସେବା ଲୋକମାନଙ୍କ ଦ୍ୱାରରେ ପହଚାଂଇବା ଆବଶ୍ୟକ। ୧ମ ପର୍ଯ୍ୟାୟ ଅକ୍ଟୋବର ୩ ତାରିଖରୁ ଏହି କାର୍ଯ୍ୟକ୍ରମ ଭାରତ ବର୍ଷରେ ଆରମ୍ଭ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ୨୫୦ଟି ଜିଲ୍ଲାରେ ୨୧ ଅକ୍ଟୋବର ଠାରୁ ଆରମ୍ଭ ହୋଇଛି। ଏସ୍.ଏସ୍.ଏମ୍.ଇ ଲୋନ୍ ମାତ୍ର ୫୯ ମିନିଟ୍ରେ ମିଳିପାରୁଛି। ଗ୍ରାମାଚଂଳ ଲୋକଙ୍କ ଅର୍ଥନୈତିକ ଅଭିବୃଦ୍ଧିରେ ନାବାର୍ଡ ବ୍ୟାଙ୍କ ସହାୟକ ହୋଇପାରିଛି। ଦେଶରେ ୧କୋଟି ଏସ୍.ଏଚ୍.ଜି.ଗ୍ରୃପ୍ ବ୍ୟାଙ୍କ ସହାୟତାରେ ସକ୍ଷମ ହୋଇପାରିଛନ୍ତି। ଏ କ୍ଷେତ୍ରରେ ବ୍ୟାଙ୍କର ଭୂମିକା ପ୍ରଶଂସନୀୟ। ରାଜ୍ୟରେ ୧୦, ୪୦୦ ସ୍ୱୟଂ ସହାୟକ ଗୋଷ୍ଠୀ ଡିଜିଟାଇଜେସନ୍ ହୋଇ ଉତ୍ପାଦ ସଂଗ୍ରହ ବିକ୍ରୟ କରିପାରୁଛନ୍ତି। ପ୍ରାରମ୍ଭରେ ୟୁକୋ ବ୍ୟାଙ୍କ ଜୋନାଲ ମ୍ୟାନେଜର ଶ୍ରୀ ପି.କେ ବିଶ୍ୱାସ ସ୍ୱାଗତ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ବ୍ୟାଙ୍କର ମାନେ ଲୋକଙ୍କ ନିକଟତର ହେବା ଏବଂ ଲୋକମାନଙ୍କୁୁ ବ୍ୟାଙ୍କ ପ୍ରଡକ୍ଟ ଓ ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମର ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର, ୟୁକୋ ଶ୍ରୀ ସତୀଶ କୁମାର ପାତ୍ର ଯୋଗଦେଇ କହିଲେ ଏହି ଗ୍ରାହକ ସଚେତନତା କାର୍ଯ୍ୟକ୍ରମରେ ୨୦ଟି ପବ୍ଲିକ ସେକ୍ଟର ବ୍ୟାଙ୍କ, ଗୋଟିଏ ଏଚ୍.ଡି.ଏଫ.ସି ବ୍ୟାଙ୍କ ଯୋଗଦେଇ ସେମାନଙ୍କର ଷ୍ଟଲ ମାଧ୍ୟମରେ ବ୍ୟାଙ୍କ ସେବା ଋଣ ଓ ପ୍ରଡକ୍ଟ ସଂପର୍କରେ ଗ୍ରାହକଙ୍କୁ ସଚେତନ କରାଇଥିଲେ। ୧୦୦ରୁ ଉର୍ଦ୍ଧ ଋଣ ମଞୁରୀ ପତ୍ର ବିଭିନ୍ନ ବ୍ୟାଙ୍କ ପକ୍ଷରୁ ବଂଟନ କରାଯାଇଥିଲା। ଜିଲ୍ଲା ତିନିଦିନ ମଧ୍ୟରେ ୨୫୦୦ ଋଣ ମଂଜୁରୀ ଆଦେଶ ପତ୍ର ୬୫ କୋଟି ଟଙ୍କାର ହିତାଧିକାରୀମାନଙ୍କୁ ବଂଟନ କରାଯାଇଛି। ଏଲ.ଡି.ଏମ୍ ଶ୍ରୀ ପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ ବ୍ୟାଙ୍କରୁ ଆସିଥିବା ଶାଖା ପରିଚାଳକ ବ୍ୟାଙ୍କ କର୍ମକର୍ତା, ଏସ୍.ଏଚ୍.ଜି ଗ୍ରୃପ, ଗଣମାଧ୍ୟମ ପ୍ରତିନିଧି ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.