Home ଜିଲ୍ଲା ପରିକ୍ରମା ହୃଦଘାତରେ ଶିକ୍ଷକଙ୍କ ଅକାଳ ବିୟୋଗ

ହୃଦଘାତରେ ଶିକ୍ଷକଙ୍କ ଅକାଳ ବିୟୋଗ

35

ଭଦ୍ରକ, ୨୮ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ)- ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଦକ୍ଷିଣବାଡ ପଞ୍ଚାୟତ ହାଟଡିହି ଗ୍ରାମର ଅଶୋକ କୁମାର ପାତ୍ରଙ୍କର ଶନିବାର ସକାଳେ ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୨ ବର୍ଷ ବୟସ ହୋଇଥିଲା । ଅଶୋକ ସାର ଗତ ଶୁକ୍ରବାର ରାତ୍ରରେ ସ୍ୱାଭାବିକ ଭାବେ ଖାଦ୍ୟ ଗ୍ରହଣ କରି ଶୋଇଥିଲେ । ରାତ୍ର ପ୍ରାୟ ୨ଟା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପତ୍ନୀଙ୍କ ସହ ସ୍ଥାନୀୟ ଡାକ୍ତରଖାନା ଯାଇ ପ୍ରାଥମିକ ଚିକିତ୍ସା ପରେ ଫେରିଆସିଥିଲେ । ଘଣ୍ଟାକ ପରେ ପୁନର୍ବାର ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଶନିବାର ସକାଳେ ପରୀକ୍ଷା ପରେ ହୃଦ ସମସ୍ୟା ଜଣାପଡିବାରୁ ତାଙ୍କୁ କଟକ ନିଆଯିବାକୁ ପ୍ରସ୍ତୁତି ଚାଲିଥିବା ବେଳେ ପ୍ରାଣବାୟୁ ଉଡିଯାଇଥିଲା । ତାଙ୍କ ମରଶରୀରକୁ ହାଟଡିହି ବାସଭବନକୁ ଅଣାଯାଇଥିଲା । ସେଠାରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ପୂର୍ବତନ ସରପଞ୍ଚ ସତ୍ୟାନନ୍ଦ ମହାପାତ୍ର, ବିରେନ୍ଦ୍ର ନାୟକ, ରାଜେଶ ବାରିକ ପ୍ରମୁଖ ଶୁଭେଚଛୁମାନେ ଅନ୍ତିମ ଦର୍ଶନ କରିବା ସହ ଶୋକପ୍ରକାଶ କରିଥିଲେ । ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଚି । ସାନଭାଇ ବିଭୁ ମୁଖାଗ୍ନି ଦେଇଛନ୍ତି । ସ୍ୱର୍ଗତ ଅଶୋକ ପାତ୍ର ଉତ୍ତରବାଡ(ଦ) ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ଜଣେ ଅମାୟିକ ବ୍ୟକ୍ତିଭାବେ ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲା । ପ୍ରଣିତକାନ୍ତି(ଜୁଲୁ)ଙ୍କ ଘନିଷ୍ଠ ସହଯୋଗୀ ଭାବେ ସେ ଜଣାଶୁଣା ଥିଲେ । ବ୍ଲକଶିକ୍ଷାଧିକାରୀ ଅଧିର କୁମାର ତରାଇ, କାର୍ଯ୍ୟାଳୟ କର୍ମଚାରୀ ଆଲୋକ କୁମାର ବିଶ୍ୱାଳ, ଶିକ୍ଷକ ସଂଘ ନେତା ମାୟାଧର ଦାଶ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.