Home Coronavirus Outbreak ହାତରେ ବ୍ୟାଗ ନଥିଲେ ପରିବା ମାର୍କେଟରେ ପଶିବା ମନା

ହାତରେ ବ୍ୟାଗ ନଥିଲେ ପରିବା ମାର୍କେଟରେ ପଶିବା ମନା

164

ନୟାଗଡ଼, ୧୩ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : କରୋନା ସଂକ୍ରମଣକୁ ରୋକିବା ଦିଗରେ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି। ବହୁ ସଂଖ୍ୟାରେ ଏହାକୁ ମାନି ଚଳୁଥିଲେବି ଆଉ କେତେକ ଅମାନିଆ ସେମିତି ମାନୁନଥିବା ଦେଖାଯାଉଛି। ତଥାପି ପ୍ରଶାସନ ପକ୍ଷରୁ ସବୁ ପ୍ରକାର ଉଦ୍ୟମ ଜାରି ରହିଛି। ଯାହାକି ରବିବାର ବ୍ରଜେନ୍ଦ୍ର ହାଇସ୍କୁଲ ଅସ୍ଥାୟୀ ପରିବା ମାର୍କେଟରେ ଦେଖିବାକୁ ମିଳିଛି। ବ୍ରଜେନ୍ଦ୍ର ହାଇସ୍କୁଲରେ ପରିବା ମାର୍କେଟ ଖୋଲିବା ଦିନୁ ନାହିଁ ନଥିବା ଭିଡ଼ ଲାଗି ରହୁଛି। ନୟାଗଡ଼ ବଜାରରେ ଯେଉଁ ବେପାରୀମାନେ ସେମାନଙ୍କ ଦୋକାନ ଖୋଲା ରଖିବାରେ ରୋକ୍ ଲଗାଯାଇଛି। ସେମାନେ ଜୀବନ ଜୀବିକା ପାଇଁ ମଧ୍ୟ ପରିବା ବିକୁଛନ୍ତି। ପରିବା ମାର୍କେଟରେ ନାହିଁ ନଥିବା ଅସମ୍ଭବ ଭିଡ଼ ଦେଖିବାକୁ ମିଳୁଛି। ସାମାଜିକ ଦୂରତ୍ୱ ରକ୍ଷା କରବା ଦିଗରେ ପାଳନ ହେଉନଥିବାବେଳେ ଅଯଥା ଗହଳିବି ଲାଗି ରହୁଛି। ପ୍ରଶାସନ ପକ୍ଷରୁ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ପରିବା ମାର୍କେଟରେ ଡାକବାଜି ଯନ୍ତ୍ର ଦ୍ୱାରା ଘନ ଘନ ପ୍ରଚାର କରାଯାଉଥିଲେ ମଧ୍ୟ ଲୋକମାନେବି ସେମିତି ସାମଜିକ ଦୂରତ୍ୱ ରକ୍ଷା କରିପାରୁନାହାନ୍ତି। ଗହଳି ଚହଳିକୁ ରୋକିବା ଦିଗରେ ପୋଲିସ ମଧ୍ୟ ନୂଆ ତରିକା ହାତକୁ ନେଇଛି। ପରିବା ମାର୍କେଟର ପ୍ରବେଶ ପଥରେ ଖାଲି ହାତରେ ପଶୁଥିବା ଲୋକଙ୍କୁ ପୋଲିସ ଘଉଡାଉ ଦେଉଛି। ହାତରେ ବ୍ୟାଗ ନାହିଁତ ପରିବା ମାର୍କେଟରେ ପଶିବାର ନାହିଁ ବୋଲି ପୋଲିସ କହୁଛି। ଏହା ଅଯଥା ଗହଳିକୁ ଅନେକାଂଶରେ ରୋକି ପାରୁଥିବା କୁହାଯାଉଛି। ଉଲ୍ଲେଖଯୋଗ୍ୟ ଲକଡାଉନ ପରେ ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ପଡ଼ିଆରେ ଚାଲିଥିବା ଅସ୍ଥାୟୀ ପରିବା ମାର୍କେଟ ଦିନ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଚାଲୁଥିବାବେଳେ ଏବେ ସକାଳ ୭ଟାରୁ ଅପରାହ୍ନ ୧ଯାଏ ଚାଲୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.