Home ଜିଲ୍ଲା ପରିକ୍ରମା ହାଟସାହି ବିଦ୍ୟାଳୟ ନିକଟରୁ ମହୁମାଛି ବସା ଭାଙ୍ଗିବା ଫେଲ ମାରିଲା

ହାଟସାହି ବିଦ୍ୟାଳୟ ନିକଟରୁ ମହୁମାଛି ବସା ଭାଙ୍ଗିବା ଫେଲ ମାରିଲା

252

ନୟାଗଡ଼ ୦୨/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ହରିଜନ ବସ୍ତି ବିଦ୍ୟାଳୟ ନିକଟରେ ମହୁମାଛି ବସା ଭାଙ୍ଗିବା ଫେଲ ମାରିଥିବା ଜଣାପଡିଛି। ବର୍ଷ ବର୍ଷ ଧରି ଏହି ପ୍ରାଥମିକ ବିଦ୍ୟାଳୟ ନିକଟ ଗଛରେ ଶହ ଶହ ମହୁମାଛି ବସା ଓହଳି ରହିଥିଲା। ଯାହାକୁ ନେଇ ଛାତ୍ର ଛାତ୍ରୀ ମାନେ ମହୁମାଛି ଆଘାତର ଶୀକାର ହେଉଥିଲେ। ଏପରିକି ମଧ୍ୟାନ୍ନ ଭୋଜନ ଓ ବିଦ୍ୟାଳୟ ଦିନେ ଦିନେ ବନ୍ଦ ହୋଇଯାଉଥିଲା। ଯାହାକୁ ନେଇ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ବନ ବିଭାଗ ଓ ବିଜ୍ଞାପିତ ଅଂଚଳ ପରିଷଦକୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ।

ବନ ବିଭାଗର ସୁବ୍ରତ କୁମାର ବେହେରା ପଦକ୍ଷେପ ନେଇଥିଲେ। ୨୯ ତାରିଖ ରାତ୍ରୀ ୧୦ ଘଟିକା ସମୟରୁ ରାତ୍ରୀ ୨ ଘଟିକା ପର୍ଯ୍ୟନ୍ତ ମହୁମାଛି ବସା ଭାଙ୍ଗିବା ପାଇଁ ରଣପୁର ସାରା ବିଦ୍ୟୁତ କାଟ କରାଯାଇଥିଲା। ମହୁମାଛି ବସା ଭାଙ୍ଗିବା ରେ ବନ ବିଭାଗ ସହ ରଣପୁର ଥାନା ଓ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତାପଶ ବିଶି ସାମିଲ ହୋଇଥିଲେ। ମାଳ ଅଂଚଳ ର ୭ ଜଣ ଲୋକ ମହୁମାଛି ବସା ଭାଙ୍ଗିବା ଆରମ୍ଭ କରିବା ପରେ ମହୁମାଛି ମାନେ ଲୋକ ମାନଙ୍କୁ ପ୍ରବଳ ଆକ୍ରମଣ କରିଥିଲେ ଫଳରେ ସମସ୍ତେ ଛତ୍ରଭଙ୍ଗ ଦେଇ ଫେରି ଆସିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.