Home କେନ୍ଦୁଝର ହାଟଡିହି ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୫ରେ ପହଞ୍ଚିଲା

ହାଟଡିହି ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୫ରେ ପହଞ୍ଚିଲା

75

ହାଟଡିହି- ୫ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) କରୋନାର ଦ୍ୱିତୀୟ ଲହର ଏବେ ଦ୍ରୁତ ଗତିରେ ମାଡି ଚାଲିଛି । ହାଟଡିହି ବ୍ଲକ ଅଞ୍ଚଳରେ ମଧ୍ୟ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ଦୁଇଦିନ ଭିତରେ ବ୍ଲକରେ ମୋଟ ୨୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୫ରେ ପହଞ୍ଚିଛି । ଗତ ଦୁଇଦିନ ଭିତରେ ଢ଼େଙ୍କା ପଞ୍ଚାୟତରେ ଜଣେ, ଓରାଳି ପଞ୍ଚାୟତରେ ୫ଜଣ, କଳିଗାଁ ପଞ୍ଚାୟତରେ ୨ଜଣ, ଅଁରା ପଞ୍ଚାୟତରେ ୨ଜଣ, ଷଡଙ୍ଗ ପଞ୍ଚାୟତରେ ତିନିଜଣ, ଶାସଙ୍ଗ ପଞ୍ଚାୟତରେ୨ଜଣ, ହାବଳେଶ୍ୱର ପଞ୍ଚାୟତରେ ୨ଜଣ, ଇଞ୍ଚୋଳ ପଞ୍ଚାୟତରେ ଜଣେ, ଜମ୍ଭୀରା ପଞ୍ଚାୟତରେ ଜଣେ, ସଢ଼ା ପଞ୍ଚାୟତରେ ଜଣେ, ଶାଳଣିଆଁ ପଞ୍ଚାୟତରେ ୩ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ହାଟଡିହି ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୫ରେ ପହଞ୍ଚିଛି ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁଚନା ମିଳିଛି । ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ନମୁନା ସଂଗ୍ରହ କରାଯାଉଥିବାବେଳେ ଆସନ୍ତାକାଲି ବଡରମ୍ପାସ ପଞ୍ଚାୟତରେ କୋଭିଡ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.