Home କେନ୍ଦୁଝର ହାଟଡିହି ‘ଖଟି’ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ

ହାଟଡିହି ‘ଖଟି’ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ

98

ହାଟଡିହି -୧୮ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ଖଟି ୭୪ତମ ପବିତ୍ର ସ୍ୱାଧିନତା ଦିବସ ଅବସରରେ କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ନିଜ ନିଜ କର୍ତ୍ତବ୍ୟରେ ବ୍ରତୀ ହୋଇଥିବା ଡାକ୍ତର, ଡାକ୍ତରଖାନାର କର୍ମଚାରୀ ଓ ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇଛି । ଯୁବନେତା ଚିତ୍ତରଞ୍ଜନ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଯୋଗଦେଇ କରୋନା ମହାମାରୀ ସମୟରେ କରୋନା ଯୋଦ୍ଧା ଡାକ୍ତର, ନର୍ସ, ଆଶାଦିଦି, ପୁଲିସ, ଓ ସାମ୍ବାଦିକ ମାନେ ଯେପରି କର୍ତ୍ତବ୍ୟ କରିଚାଲିଛନ୍ତି ସେମାନଙ୍କୁ କୋଟି କୋଟି ସଲାମ ବୋଲି ମତ ଦେଇଥିଲେ । ଏହି ଅବସରରେ ବିଧାୟକ ଶ୍ରୀଯୁକ୍ତ ସେଠୀ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ଡାକ୍ତର ବିଜୟ ନାରାୟଣ ରାଉତ, ଡାକ୍ତରଖାନାର କର୍ମଚାରୀ ଅରେନବାଳା ପହି, ସାମ୍ବାଦିକ କିଶୋର ଚନ୍ଦ୍ର ଆଚାର୍ଯ୍ୟ, ଗୋପାଳ କୃଷ୍ଣ ରାଉତ, ବିକାଶ ବିଶ୍ୱାଳ, ସଞ୍ଜିବ ମହାନ୍ତି, ଅନନ୍ତ ଚରଣ ପହି, ନୀଳମଣି ବାରିକ, ବିଭୁତି ଭୂଷଣ ଜେନା, ପ୍ରୀତି ରଞ୍ଜନ ବେହେରା ପ୍ରମୁଖଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହିସମୟରେ ଚିନ୍ମୟ ନାୟକ, ଧବଳେଶ୍ୱର ପଟ୍ଟନାୟକ, ଚିନୁ ନାୟକ, ଗୌରାଙ୍ଗ ରଣା, ଲିଟୁ ରାଉତ, ଶିବାନନ୍ଦ ନାୟକ, ଜଗନ ମାଝୀ, ଚିତ୍ତରଞ୍ଜନ ନାୟକ, ରାଜୁ ମାଝୀ, ନିରଞ୍ଜନ ପହି, ଜଗବନ୍ଧୁ ସେଠୀ, ହରେକୃଷ୍ଣ ବେହେରା, ଅଭିମନ୍ୟୁ ବେହେରା, ସୁଧାଶୁଂ ଶେଖର ଦାସ, ହୃଦାନନ୍ଦ ନାୟକ ପ୍ରମୁଖ ସାମାଜିକ ଦୁରତା ରକ୍ଷାକରି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.