Home ଜିଲ୍ଲା ପରିକ୍ରମା ହାଇଲେବୁଲ କେନାଲରେ ଭାସୁଛି ନବଜାତକ ଶବ

ହାଇଲେବୁଲ କେନାଲରେ ଭାସୁଛି ନବଜାତକ ଶବ

8

ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୩ ନଂ ହାଇଲେବୁଲ କେନାଲର ସରପଦା ଛକ ଠାରୁ ଅନତି ଦୂରରେ ଆଣ୍ଠୁଏ କେନାଲ ପାଣିରେ ନବଜାତକ ଶବ ଭାସୁଥିବା ଜଣାଯାଇଛି । ଦିନ ପ୍ରାୟ ୩.୩୦ ମି. ସମୟରେ ଜନୈକ ମହିଳା ଶୌଚ ପାଇଁ କେନାଲକୁ ଯାଇ ଅପରିପକ୍ୱ ନବଜାତକର ମୃତ ଶରୀର ପାଣିରେ ଭାସୁଥିବା ଦେଖିଥିଲେ । ଘଟଣା ପ୍ରଚାରିତ ହେବା ପରେ ପୁଲିସ ଘଟଣାସ୍ଥଳକୁ ଯାଇଥିବା ଜଣାଯାଇଛି । କିଏ, କାହିଁକି କେନାଲ ପାଣିରେ ମୃତ ଶିଶୁକୁ ପକାଇଛି ତାହାର ସଠିକ୍ ସୂଚନା ମଳିପାରି ନାହିଁ । ରିପୋର୍ଟ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ଶବ ଉଦ୍ଧାର ହୋଇନଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.