Home ଜିଲ୍ଲା ପରିକ୍ରମା ହାଇଲେବୁଲ କେନାଲରେ ଏଯାଏଁ ଆସିନି ପାଣି, ଚାଷ କାର୍ଯ୍ୟ ବିଳମ୍ବିତ

ହାଇଲେବୁଲ କେନାଲରେ ଏଯାଏଁ ଆସିନି ପାଣି, ଚାଷ କାର୍ଯ୍ୟ ବିଳମ୍ବିତ

26

ଭଦ୍ରକ, ୧୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ହାଇଲେବୁଲ କେନାଲରେ ଏଯାଏଁ ଆସିନି ପାଣି । ଆଶାନୁରୂପ ବର୍ଷାପାଣି ଅଭାବରୁ ଆଷାଢ ମାସ ସରିବାକୁ ବସିଥିଲେ ମଧ୍ୟ ଖରିଫ ଧାନ ଫସଲ ଚାଷକାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍‌ରେ ପ୍ରାୟ ୧୬ ହଜାର ହେକ୍ଟର ଚାଷଜମିରେ ଖରିଫ ଧାନଚାଷ ହେଉଥିବାବେଳେ ୩ଂ ହାଇଲେବୁଲ କେନାଲ ଓ ଏଥିରେ ସଂଯୁକ୍ତ ବିଭିନ୍ନ ଶାଖା ଓ ଉପଶାଖା କେନାଲ ଗୁଡିକ ଯୋଗେ ପ୍ରାୟ ୬ ହଜାର ହେକ୍ଟର ଚାଷଜମିରେ ଜଳସଚେନ ହେଉଥିବାବେଳେ ଶାଳନିଆ ଶାଖା କେନାଲ ଜରିଆରେ ୫ ହଜାର ହେକ୍ଟରରୁ ଅଧିକ ଚାଷଜମିରେ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି । ପ୍ରତିବର୍ଷ ଜୁଲାଇ ମାସର ୧୦ ତାରିଖରେ ଏହି କେନାଲ ଯୋଗେ ଜଳ ଯୋଗାଇ ଦେବାକୁ ନିୟମ ରହିଛି । ତଦ୍ ଅନୁଯାୟୀ ଶାଳନିଆ ଶାଖା କେନାଲରେ ପାଣି ଛାଡିବା କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ୩ନଂ ହାଇଲେବୁଲ କେନାଲରେ ଏଯାବତ୍ ପାଣି ଛଡାଯାଇନାହିଁ । ବୈଷୟିକ ତ୍ରୁଟି ଯୋଗୁଁ ଜୁଲାଇ ୧୦ ପରିବର୍ତ୍ତେ ଜୁଲାଇ ୧୫ ତାରିଖରୁ ପାଣି ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି । ଚଳିତବର୍ଷ ଅସ୍ୱାଭାବିକ ବର୍ଷା ସତ୍ୱେ ଆଖୁଆପଦା ଠାରେ ଥିବା ଜଳସଂପଦ ଡିଭିଜନ ଠିକଣା ସମୟରେ କେନାଲ ପାଣି ଯୋଗାଇ ଦେବାର ପଦକ୍ଷେପ ନନେବାରୁ ପ୍ରାୟ ଏକ ସପ୍ତାହ ବିଳମ୍ବରେ ଚାଷଜମିରେ ପାଣି ପହଞ୍ôଚବାର ସୂଚନା ମିଳିଛି । ସେଥିନେଇ ଏହି କେନାଲ ଉପରେ ନିର୍ଭର କରୁଥିବା ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କେନାଲ ପାଣିକୁ ଅପେକ୍ଷା କରି ତଳି ପକାଇବା ଓ ରୋଇବା କାମ ବିଳମ୍ବ ହେଉଥିବାବେଳେ ଯେଉଁ ଚାଷୀମାନେ ୧୦ ତାରିଖରେ ପାଣି ଆସିବାର ଅପେକ୍ଷାରେ ଥିଲେ, ସେମାନେ ହତାଶ ହୋଇପଡିଛନ୍ତି । ଅନ୍ୟପକ୍ଷରେ ଅନେକ ସ୍ଥାନରେ ମାଇନର ଓ ସବମାଇନର କେନାଲ ଗୁଡିକ ସଫେଇ ହୋଇନଥିବାବେଳେ ବନ୍ଧ ମରାମତି କାମ ଠିକ୍ ହୋଇନାହିଁ । ଫଳରେ ଜଳସେଚନ ବାଧାପ୍ରାପ୍ତ ହୋଇପାରେ ବୋଲି ଚାଷୀମାନଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି । ସ୍ୱାଭାବିକ ଭାବେ ମୌସୁମୀ ବର୍ଷା ପରିବର୍ତ୍ତେ ଲଘୁଚାପ ଜନିତ ବର୍ଷା ପାଣି ଉପରେ ନିର୍ଭର କରି ଚାଷୀମାନେ ଖରିଫ ଧାନ ଚାଷ କରିବାକୁ ସେମାନଙ୍କ ପାଇଁ ସମସ୍ୟା ଓ ଅନିଶ୍ଚିତ ବୋଳି ଭାବୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.