କୋରାପୁଟ ୨୬-୧୨(ଓଡିଆ ପୁଅ/ରଂଜନ ଦାସ)କୋରାପୁଟ ସହରର ପରଜାସାହିର ଜଣେ ଯୁବକକୁ ହତ୍ୟା କରିବା ଘଟଣାରେ ଟାଉନ ପୋଲିସ ଜଣେ ନାବାଳକ ସହ ୫ଜଣଙ୍କୁ ଗିରଫ କରିଥିବା ଅତିରିକ୍ତ ଏସପି ଉତ୍କଳ କେଶରୀ ଦାସ ଏକ ସାମ୍ୱାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।ପରଜାସାହିର ଏସ. ପୂଜାରୀ ଗତକାଲି ସକାଳେ ବାନଭାରତୀ କଲୋନୀର ଇ.ନାଗରାଜୁଙ୍କୁ ଘରକୁ ଯାଇଥିବା ବେଳେ ସେଠାରେ ନାଗରାଜୁଙ୍କ ସ୍ତ୍ରୀ ରତ୍ନା ସହ ବଚସା ହୋଇଥିଲା। ରତ୍ନା ଓ ତାଙ୍କ ନାବାଳକ ପୁଅ ମୃତ ସନିଆ ପୂଜାରୀଙ୍କୁ ମାଡ ମାରିଥିଲେ।ପରେ ନାଗରାଜୁ, କିରଣ କୁମାର ଓ ସୁନୀଲ କୁମାର ଆସି ଠେଙ୍ଗା ଓ ପଥରରେ ମାଡ ମାରିଥିଲେ।ଅତ୍ୟଧିକ ରକ୍ତସ୍ରାବ ହେତୁ ସନିଆର ମୃତ୍ୟୁ ହୋଇଯାଇଥିଲା ବୋଲି ଶ୍ରୀ ଦାସ ସୁଚନା ଦେଇଛନ୍ତି। ଘଟଣାକୁ ଅନ୍ୟରୂପ ଦେବା ନିମନ୍ତେ ମୃତଦେହକୁ ବନଭାରତୀ କଲୋନୀ ରାସ୍ତାକଡରେ ପକେଇ ଦେଇଥିଲେ ବୋଲି ସେ ପ୍ରକାଶ କରିଛନ୍ତି।ଏହି ସାମ୍ୱାଦିକ ସମ୍ମିଳନୀରେ କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ପୂଜାରୀ, ଆଇଆଇସି ଧିରେନ ପଟ୍ଟନାୟକ, ଅତିରିକ୍ତ ଆଇଆଇସି ଶଙ୍କର ପ୍ରସାଦ ମାଝୀ ଓ ଏସିଆଇ ସୁଦର୍ଶନ ଅଧିକାରୀ ଉପସ୍ଥିତ ଥିଲେ। ଜଣେ ନାବାଳକ ସହ ବାନଭାରତୀ କଲୋନୀର ଇ. ନାଗରାଜୁ(୪୪)ଓ ରତ୍ନା ଡଙ୍ଗାୟତ (୩୫)ଏବଂଢେପସାହିର କିରଣ କୁମାର ଖରା(୨୯)ଓ ସୁନୀଲ କୁମାର ଗରଡା(୩୮)ଙ୍କୁ ଗିରଫ କରଯାଇଥିବା ଅତିରିକ୍ତ ଏସପି ଉତ୍କଳ କେଶରୀ ଦାସ ସୂଚନା ଦେଇଛନ୍ତି।








