Home ଜିଲ୍ଲା ପରିକ୍ରମା ସଡ଼କ ଦୁର୍ଘଟଣାରେ ବ୍ୟବସାୟୀଙ୍କ ପରଲୋକ

ସଡ଼କ ଦୁର୍ଘଟଣାରେ ବ୍ୟବସାୟୀଙ୍କ ପରଲୋକ

21

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ବାମନବିନ୍ଧା ପଞ୍ଚାୟତ ଅଧୀନ ଖେଦରପୁର ଗ୍ରାମର ଔଷଧ ବ୍ୟବସାୟୀ ସନ୍ତୋଷ ମହାନ୍ତି (୫୨)ଙ୍କର ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣାରେ ପରଲୋକ ହୋଇଯାଇଛି । ସନ୍ତୋଷ ସୋମବାର ଦିନ ଭୂବନେଶ୍ୱରକୁ ଏକ ଜରୁରୀ କାର୍ଯ୍ୟରେ ଯାଇଥିଲେ । ସେଠାରେ ସେ ଖାଇବା ପାଇଁ ହୋଟେଲକୁ ଚାଲି ଚାଲି ଯାଉଥିବା ବେଳେ ତାଙ୍କୁ ପଛପଟୁ ଏକ ମୋଟରସାଇକେଲ ଧକ୍କା ଦେଇଥିଲେ । ଫଳରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗି ଗୁରୁତର ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ଏକ ଘରୋଇ ହସପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ରାତିରେ ତାଙ୍କର ପରଲୋକ ହୋଇଯାଇଥିବା ଜଣାପଡ଼ିଛି । ବୁଧବାର ମରଶରୀରକୁ ଖେଦରପୁର ଗ୍ରାମକୁ ଅଣାଯାଇ ଗ୍ରାମ ଓ ପୀରହାଟ ବଜାର ପରିକ୍ରମା କରାଯାଇଥିଲା । ପୀରହାଟରେ ତାଙ୍କର ଏକ ଔଷଧ ଦୋକାନ ରହିଛି । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.