ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଡ଼କ ଦୁର୍ଘଟଣାରେ ଜନୈକ ଯୁବ ବ୍ୟବସାୟୀ ଗୁରୁତର ହୋଇ ବର୍ତ୍ତମାନ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହୋଉଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ରବିବାର କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ସୋସୋ ଠାରେ ଏକ ମେଡ଼ିସିନ ଦୋକାନ ଦେଇଥିବା ଯୁବ ବ୍ୟବସାୟୀ କଲ୍ୟାଣ ରାୟ(୪୧)ଭଦ୍ରକରୁ ନିଜ ହୋଣ୍ଡା ସାଇନ ବାଇକରେ ସୋସୋକୁ ଫେରୁଥିବା ସମୟରେ ଅପର ପାଶ୍ୱର୍ରୁ ଆସୁଥିବା ଏକ ବାଇକ ଜାମ୍ବମଣି ଛକଠାରେ ତାଙ୍କୁ ଜୋରରେ ଧକ୍କା ଦେଇଥିଲା। ମୁହାଁ ମୁହିଁ ଧକ୍କା ହେବା ଫଳରେ ସେ ତଳେ ପଡ଼ିଯାଇଥିଲେ। ଏଥିରେ ତାଙ୍କର ମୁହଁ, ଗୋଡ଼ ଓ ହାତରେ ଗଭୀର ଆଘାତଲାଗିଥିବା ବେଳେ କାନରୁ ରକ୍ତ ସ୍ରାବ ହୋଇଥିଲା। ତାଙ୍କୁ ପ୍ରଥମେ ଆଗରପଡ଼ା ଓ ପରେ ଭଦ୍ରକ ଏବଂ ଅବସ୍ଥା ଗୁରୁତର ହେବାରୁ ଶେଷରେ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ୍ସ୍ଥାନାନ୍ତରିତ କରାଯାଇଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ଥିବାବେଳେ ସେ ଆଗରପଡ଼ା ଗଡ଼ସାହୀର ବାସିନ୍ଦା ବୋଲି ସୂଚନା ମିଳିଛି।







