Home କେନ୍ଦୁଝର ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଚାଲିଛି ମାସ୍କ ନିର୍ମାଣ ଓ ବଣ୍ଟନ କାର୍ଯ୍ୟ

ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଚାଲିଛି ମାସ୍କ ନିର୍ମାଣ ଓ ବଣ୍ଟନ କାର୍ଯ୍ୟ

451

ହାଟଡ଼ିହି-୧୧/୪, ନୁତନଭାବେ ଗଠନ ହୋଇଥିବା ହଦଗଡର ଶ୍ରୀଜଗନ୍ନାଥ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଶୈଳେଶ୍ୱର ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କ ଦ୍ୱାରା କରୋନା ସମୟରେ ଅନେକ ଜନହୀତକର କାର୍ଯ୍ୟ ହାତକୁ ନିଆଯାଇଛି । ପ୍ରାୟ ୬୦୦୦ ଲୋକସଂଖ୍ୟା ବିଶିଷ୍ଟ ହଦଗଡ ପଞ୍ଚାୟତରେ ଘରକୁ ଘର ବୁଲି ଲୋକମାନଙ୍କୁ ସଚେତନ କରିବାସହ ୧୫୦୦ରୁ ଉର୍ଦ୍ଧ ହାତତିଆରି ମାସ୍କ ନିଜେ ପ୍ରସ୍ତୁତ କରି ଯୋଗାଇଦେବା ସହ ଲୋକମାନଙ୍କୁ ସାବୁନ ବାଣ୍ଟି ହାତଧୋଇବା ପାଇଁ ସଚେତନ କରାଉଛନ୍ତି । ଲୋକମାନଙ୍କୁ ବିସ୍କୁଟ, ଚୁଡା ଓ କିଛି ନିରାଶଅୟ ବୃଦ୍ଧବୃଦ୍ଧାଙ୍କୁ ମାଗଣାରେ ରନ୍ଧାଖାଦ୍ୟ ମଧ୍ୟ ଦେଉଛନ୍ତି । ଏହି କାର୍ଯ୍ୟରେ ସମ୍ପାଦିକା ତରୁଲତା ଦାସ ଓ ପ୍ରତିମା ସାହୁଙ୍କ ଭୁମିକା ସବୁଠୁ ପ୍ରଶଂସନୀୟ । କୁନି ମହାପାତ୍ର, ଅନୁସୟା ନାୟକ, ରୀତା କ୍ଷେତ୍ରୀ, ମଞ୍ଜୁଲତା ନାଇକ, ଆଶାଲତା ନାଇକ, ପ୍ରେମଲତା ନାଇକ, ସବିତା ନାଇକ, ଉଷାରାଣୀ ଦାସ, ତୁଳସୀ ନାଇକ, ରୁନୁ ମୁଖୀ ପ୍ରମୁଖ ଏସଏସଜି ଗ୍ରୁପର ସଦସ୍ୟମାନେ ଘରକାମଦାମ ଛାଡି ସହଯୋଗର ହାତ ବଢ଼ାଇଛନ୍ତି । ଆଗାମି ଦିନରେ ସେମାନେ ଆହୁରି ଭଲ ଭଲ କାମ କରିବାକୁ ଯୋଜନା କରିଥିବା କହିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ସରକାରଙ୍କ ଠାରୁ କୌଣସି ସହଯୋଗ ମିଳିପାରୁ ନଥିବାରୁ ମହିଳାମାନେ ହତୋତ୍ସାହିତ ହୋଇପଡିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.