Home ଜିଲ୍ଲା ପରିକ୍ରମା ସ୍ୱାୟତ୍ତ ଶାସନ ଦିବସ ଅବସରରେ ମାନ୍ୟବା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସେପ୍ଟେଜ୍ ବିଶୋଧନାଗାରର ଶିଳାନ୍ୟାସ

ସ୍ୱାୟତ୍ତ ଶାସନ ଦିବସ ଅବସରରେ ମାନ୍ୟବା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସେପ୍ଟେଜ୍ ବିଶୋଧନାଗାରର ଶିଳାନ୍ୟାସ

50

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ସମସ୍ତ ସହରକୁ ଏକ ନିରାପଦ, ସୁସ୍ଥ ଓ ଜୀବାଣୁମୁକ୍ତ ସହର ରୂପେ ଗଠନ କରିବାର ପ୍ରତିବଦ୍ଧତାକୁ ପାଥେୟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଳ ପରିଚାଳନା ପରି ଗଠନମୂଳକ ଯୋଜନା ଓ ସେବା ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ବର୍ତ୍ତମାନ ଆମ ରାଜ୍ୟରେ କାର୍ଯ୍ୟକ୍ଷମ ୧୦ଟି ମଳ ଉପଚାର ପ୍ଲାଣ୍ଟ ବା ସେପ୍ଟେଜ ବିଶୋଧନାଗାର ବ୍ୟତୀତ ଆଜି ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଭଦ୍ରକ ଜିଲ୍ଲାର ଭଦ୍ରକ, ଧାମନଗର ଓ ଚାନ୍ଦବାଲି ପୌରାଞ୍ଚଳ ସମେତ ୨୫ଟି ଜିଳ୍ଲାର ୫୧ଟି ପୌରାଞ୍ଚଳରେ ସେପ୍ଟେଜ ବିଶୋଧନାଗାରର ଶିଳାନ୍ୟାସ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ କରିଛନ୍ତି । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମକୁ ଭଦ୍ରକ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଓସ୍‌ୱାନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ. ଜ୍ଞାନ ଦାସ, ଭଦ୍ରକ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକ, ପୌରଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ଡୁଡା କର୍ମକର୍ତ୍ତା, ଏଫ୍‌ଏସ୍‌ଏସ୍‌ଏମ ସଂଯୋଜକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ଅନୁଗୁଳ, ଢେଙ୍କାନାଳ, ରାଉରକେଲା ଓ ବାଲେଶ୍ୱର ଠାରେ ସମ୍ପୂର୍ଣ୍ଣ ହୋଇଥିବା ମଳ ଉପଚାର ପ୍ଲାଣ୍ଟର ପରିଚାଳନା ଦାୟିତ୍ୱ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.