ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର ଶନିବାର ଅପରାହ୍ନରେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିବା ଜଣାଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟସେବା, ଔଷଧ ଗୋଦାମ ଗୃହ, ବିତରଣ କେନ୍ଦ୍ର, ଅନ୍ତେବାସୀ ରୋଗୀ ସେବା, ପରୀକ୍ଷାଗାର, ନୂତନ ଭବନ ନିର୍ମାଣ, ପରିମଳ ବ୍ୟବସ୍ଥା ଆଦି ଅନୁଧ୍ୟାନ କରିଥିବା ଜଣାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଉପନିର୍ଦ୍ଦେଶକ ଡାକ୍ତର ରଣ ସିଂ, ଡାକ୍ତର ଅଦୈତ କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟଚିକିତ୍ସକ ଡାକ୍ତର ସନ୍ତୋଷ କୁମାର ପଣ୍ଡା, ଏଡିଏମଓ ଜୟନ୍ତ କୁମାର ପଣ୍ଡା, ଡା. ଜିତେନ୍ଦ୍ର କୁମାର ବିଶ୍ୱାଳ, ଡିପିଏମଓ ସରିତା ମହାପାତ୍ର, ସୁରଜିତ ପଣ୍ଡା ପ୍ରମୁଖ ସ୍ଥାନୀୟ ଅଧିକ୍ଷକ ଶିଶୁରୋଗ ବିଶେଷଜ୍ଞ ଡାକ୍ତର କମଳାକାନ୍ତ ସ୍ୱାଇଁଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ପ୍ରତାପ ମିଶ୍ର, ପିଏଚଇଓ ସୁରେଶ ଚନ୍ଦ୍ର ପ୍ରଧାନ, ପରିଦର୍ଶକ ମନୋରଞ୍ଜନ ରାଉତ, ଅର୍ଥ ପରିଚାଳକ ରଣଜିତ ବରାଳ, ତଥ୍ୟ ପରିଚାଳକ ଶୁଭ୍ରା ଗାଙ୍ଗୁଲି ପ୍ରମୁଖ ପରିଦର୍ଶନ ବେଳେ ଉପସ୍ଥିତ ଥିଲେ ।