Home ଓଡ଼ିଶା ସ୍ୱାମୀ କେଶବାନନ୍ଦ ଭାରତୀ ଓ ସମ୍ବିଧାନର ମୂଳ ଢାଂଚାର ସିଦ୍ଧାନ୍ତ

ସ୍ୱାମୀ କେଶବାନନ୍ଦ ଭାରତୀ ଓ ସମ୍ବିଧାନର ମୂଳ ଢାଂଚାର ସିଦ୍ଧାନ୍ତ

119

କେରଳର ଏଡନିର ମଠର ମୁଖ୍ୟ ସ୍ୱାମୀ କେଶବାନନ୍ଦ ଭାରତୀ ଆଜି ନଶ୍ୱର ଶରୀର ତ୍ୟାଗ କରି ବୈକୁଣ୍ଠବାସୀ ହୋଇଛନ୍ତି। ସେ ୭୯ ବର୍ଷ ବୟସରଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ସ୍ୱାମୀ କେଶବାନନ୍ଦ ଭାରତୀ ଅଦ୍ୱୈ୍ୱତବାଦ ଦର୍ଶନର ପ୍ରତିପାଦକ ଥିଲେ ତଥା ଦେଶର ଜଣେ ପ୍ରମୁଖ ଆଧ୍ୟାତ୍ମିକ ଗୁରୁ ଥିଲେ। ତାଙ୍କର ଦେହାବସାନ ହେବା ଫଳରେ ଭାରତର ଆଧ୍ୟାତ୍ମିକତା କ୍ଷେତ୍ରକୁ ଯେଉଁ କ୍ଷତି ହୋଇଛି ତାହା ପୂରଣ କରା ଯାଇ ପାରିବ ନାହିଁ। ତାଙ୍କୁ ତାଙ୍କର ଆଧ୍ୟାତ୍ମିକତା କ୍ଷେତ୍ରରେ ଯୋଗଦାନ ବ୍ୟତୀତ ସପ୍ରୀମକୋର୍ଟ ଦ୍ୱାରା ସମ୍ବିଧାନର ମୂଳ ଢାଂଚାର ସିଦ୍ଧାନ୍ତ ସମ୍ପର୍କିତ ରାୟ ମାମଲାର ଆବେଦନକର୍ତା ଭାବେ ମଧ୍ୟ ସବୁ ମନେ ରଖା ଯିବ।

କହିବା କଥା ଲୋ ସେ ଜଣେ କେବଳ ସନ୍ୟାସୀ ନ ଥିଲେ ବରଂ ତାଙ୍କ ଦ୍ୱାରା ଦାୟର ଏକ ଆବେଦନର ଶୁଣାଣୀ କରି ୧୯୭୩ ମସିହାରେ ସୁପ୍ରୀମକୋର୍ଟର ଫୁଲ ବେଂଚ ବସି ଅତ୍ୟନ୍ତ ଗୁରୁତ୍ୱପୂର୍ଣ ରାୟ ଦେଇଥିଲେ। ଏହି ରାୟରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ ଯେ ସମ୍ବିଧାନରେ ସଂଶୋଧନ କରା ଯାଇ ପାରିବ ହେଲେ ଏହାର ମୂଳ ଢାଂଚାରେ କୌଣସି ପ୍ରକାର ପରିବର୍ତ୍ତନ କରା ଯାଇ ପାରିବ ନାହିଁ।

କେରଳରେ ଜନ୍ମ ଗ୍ରହଣ କରିଥିବା ଏହି ସନ୍ଥ ଜଣଙ୍କ ୧୯ ବର୍ଷ ବୟସରେ ସନ୍ୟାସ ଗ୍ରହଣ କରିଥିଲେ। ଏହା ପରେ ସେ ଇଡାନିରୁ ମଠର ମୁଖ୍ୟ ହୋଇଥିଲେ। ଏହି ମଠର ୧୨ ଶହ ବର୍ଷର ଇତିହାସ ରହିଛି। ଏହି ମଠ ଆଦି ଶଙ୍କରଙ୍କର ପରମ୍ପରା ସହ ଜଡିତ। ୧୯୬୦ ମସିହାରେ ସେ ଏହି ମଠର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ମୌଳିକ ଅଧିକାରର ରକ୍ଷା ପାଇଁ ସେ ଆଇନଗତ ଲଢେଇ ଲଢିଥିଲେ। ୧୯୭୧ ମସିହାରେ ସମ୍ବିଧାନରେ ୨୯ତମ ସଂଶୋଧନ, କେରଳ ଲ୍ୟାଣ୍ଡ ରିଫର୍ମ ଆକ୍ଟ-୧୯୬୯ ତଥା କେରଳ ଲ୍ୟାଣ୍ଡ ରିଫର୍ମ ଆକ୍ଟ-୧୯୭୧କୁ ପ୍ରଶ୍ନ ଉଠାଇ ସେ ରିଟ ପିଟିସନ ଦାଖଲ କରିଥିିଲେ। ଏହି ମାମଲା କେଶବାନନ୍ଦ ଭାରତୀ ମାମଲା ଭାବେ ସୁପରିଚିତ।

ଏହି ମାମଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଥିଲା। ବିଶେଷ ଭାବେ ଏହାର ଖୁବ ଅଧିକ ରାଜନୈତିକ ପ୍ରାସଙ୍ଗିକତା ଥିବା କାରଣରୁ ସ୍ୱାଭାବିକ ଭାବରେ ନ୍ୟାୟାଳୟ ଉପରେ ମଧ୍ୟ ଖୁବ ଚାପ ରହିଥିଲା। ଏହି ମାମଲା ପାଇଁ ସୁପ୍ରିମକୋର୍ଟର ୧୩ ଜଣ ଜଜ ବିଶିଷ୍ଟ ଫୁଲ ବେଂଚ ବସିଥିଲା ଓ ୬୬ ଦିନ ଧରି ଏହାର ଶୁଣାଣୀ ଚାଲିଥିଲା। ଶେଷରେ ଏପ୍ରିଲ ୨୪, ୧୯୭୩ ଦିନ ସୁପ୍ରିମକୋର୍ଟ ତାଙ୍କର ଏହି ଐତିହାସିକ ରାୟ ଦେଇଥିଲେ।

ସରକାର କୋର୍ଟରେ ତର୍କ ଦେଇଥିଲେ ଯେ ସାଧାରଣ ଲୋକଙ୍କ ଉତଥାନ ଓ ସାମାଜିକ ନ୍ୟାୟ ପାଇଁ ସମ୍ବିଧାନରେ ସଂଶୋଧନ କରା ଯାଇ ପାରିବ। ତେବେ ସୁପ୍ରିମକୋର୍ଟର ବେଂଚ ୬-୭ ରାୟରେ ସ୍ପଷ୍ଟ କରିଥିଲେ ଯେ ସମ୍ବିଧାନରେ ସଂଶୋଧନ କରା ଯାଇ ପାରିବ ହେଲେ ସମ୍ବିଧାନରେ ଥିବା ମୌଳିକ ଅଧିକାରରେ ସଂସଦ କୌଣସି ସଂଶୋଧନ କରି ପାରିବ ନାହିଁ।

ତେବେ ଆଉ ଏକ ଗୁରୁତ୍ୱପୂର୍ଣ କଥା ହେଲା ଯେ ଏହି ଏହି ମାମଲାରେ ସରକାରଙ୍କ ବିରୋଧରେ ଆଭିମୁଖ୍ୟ ଗ୍ରହଣ କରିଥିବା ବିଚାରପତି ମାନଙ୍କୁ ପରବର୍ତ୍ତୀ କଂଗ୍ରେସ ସରକାର ମାନଙ୍କ ଦ୍ୱାରା ପ୍ରମୋସନ ଦିଆ ଯାଇ ନ ଥିଲା।

କେଶବାନନ୍ଦ ଭାରତୀଙ୍କ ମାମଲାରେ ଏକ ପ୍ରକାର ସମ୍ବିଧାନ ସମ୍ପର୍କରେ ସଂସଦର କ୍ଷମତା କେତେ ରହିବ ତାହା ସ୍ପଷ୍ଟ ହୋଇ ଯାଇଥିଲା। ସଂସଦର ଏହି ମାମଲାରେ ବିପୁଳ କ୍ଷମତା ଥିବା ବେଳେ ସମ୍ବିଧାନର ମୌଳିକ ଢାଂଚାରେ ସଂସଦ କୌଣସି ପରିବର୍ତ୍ତନ କରି ପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ। ଏହି ରାୟ ପରେ ହିଁ ସମ୍ବିଧାନର ମୂଳ ଢାଂଚାର ସିଦ୍ଧାନ୍ତ ଅସ୍ତିତ୍ୱକୁ ଆସିଥିଲା।

– ଡଃ ସମନ୍ୱୟ ନନ୍ଦ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.