Home କେନ୍ଦ୍ରାପଡ଼ା ସ୍ୱାଧୀନତା ଦିବସ ପାଳନ ପାଇଁ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ କୋହଳ

ସ୍ୱାଧୀନତା ଦିବସ ପାଳନ ପାଇଁ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ କୋହଳ

209

କେନ୍ଦ୍ରାପଡା ୧୪/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ଜିଲ୍ଲାରେ ସ୍ୱାଧୀନତା ଦିବସ ପାଳନ ନିମନ୍ତେ କୋଭିଡ-୧୯ ପାଇଁ ଚାଲିଥିବା ସପ୍ତାହନ୍ତ ସଟଡାଉନକୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶରେ ୧୫ଅଗଷ୍ଟ ଶନିବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ କୋହଳ କରାଯାଇଛି। ଏହି ସମୟ ମଧ୍ୟରେ ଜନସାଧାରଣ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟ ସମାପ୍ତ କରିବେ। ଗୋଟିଏ ସ୍ଥାନରେ ସର୍ବାଧିକ ୧୦ଜଣରୁ ଅଧିକ ବ୍ୟକ୍ତି ସମବେତ ହୋଇପାରିବେ ନାହିଁ। ଏହି ସମୟରେ କୋଭିଡ-୧୯ର ସମସ୍ତ ନୀତି ନିୟମକୁ ଜନସାଧାରଣ ମାନି ଜାତୀୟ ପତାକା ଉତ୍ତୋଳନ କରିବେ। ସାମାଜିକ ଦୂରତା ବଜାୟ ରଖିବା ସହିତ ମୁହଁରେ ମାସ୍କ ପିନ୍ଧିବା ଓ ସଂପୃକ୍ତ ସ୍ଥାନକୁ ବିଶୋଧିତ କରିବେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.