Home ଓଡ଼ିଶା ସ୍ୱାଧୀନତା ଦିବସରେ ଅହିଂସାର ପ୍ରଚାରରେ ସାମିଲ ହେଲେ ରାଜଧାନୀ ବାସୀ : ଭୁବନେଶ୍ୱର ମହାନଗର ନିଗମ...

ସ୍ୱାଧୀନତା ଦିବସରେ ଅହିଂସାର ପ୍ରଚାରରେ ସାମିଲ ହେଲେ ରାଜଧାନୀ ବାସୀ : ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଅହିଂସା ରଥକୁ ବିପୁଳ ସମ୍ବର୍ଦ୍ଧନା

27

– ଆଜି ପୁରୀ ଜିଲ୍ଲା ଓ ଢେଙ୍କାନାଳ ଜିଲ୍ଲାକୁ ଗସ୍ତ କରିଛି ରଥ

ଭୁବନେଶ୍ୱର ୧୬.୦୮ (ଓଡ଼ିଆ ପୁଅ) ଭୁବନେଶ୍ୱର ୟୁନିଟ-୩ ପ୍ରଦର୍ଶନୀ ପଡିଆରେ ଗତକାଲି ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୪ଟି ଅଂହିସା ରଥକୁ ଉଦ୍ଘାଟନ କରିବା ପରେ ପରେ ଭୁବନେଶ୍ୱର ମହାନଗରର ବିଭିନ୍ନ ସ୍ଥାନକୁ ଏହି ରଥ ପରିକ୍ରମା କରିଥିଲା। ଓଡିଶାରେ ଗାନ୍ଧିଜୀ, ସ୍ୱାଧୀନତା ସଂଗ୍ରାମରେ ଓଡିଶାର ଅବଦାନ, ଉତ୍କଳମଣି ଗୋପବନ୍ଧୁ ଦାସ, ଶହୀଦ ବାଜି ରାଉତ, ଶହୀଦ ଲକ୍ଷ୍ମଣ ନାଏକଙ୍କ ସଂପର୍କିତ ପ୍ରାମାଣିକ ଚଳଚିତ୍ର ଆଦି ଦୃଶ୍ୟ ଶ୍ରାବ୍ୟ ସ୍ୱତନ୍ତ୍ର ଯାନରେ ପ୍ରଦର୍ଶିନ କରାଯାଉଥିବା ବେଳେ ଗତ କାଲି ରାଜଧାନୀର ୧୨ ଟି ସ୍ଥାନକୁ ଅହିଂସା ରଥ ପରିଭ୍ରମଣ କରି ଜନସାଧାରଣଙ୍କ ମଧ୍ୟରେ ଅହିଂସା ସଚେତନତା ବାର୍ତ୍ତା ଜାଗରଣ ସୃଷ୍ଟି କରିଥିଲା।

ପ୍ରଦର୍ଶନୀ ପଡିଆରୁ ବାହାରି ଲୋକସଂପର୍କ ଭବନ ଆସିବା ପରେ ରଥ ପ୍ରଥମେ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ବ୍ରହ୍ଣେଶ୍ୱର ମନ୍ଦିର ନିକଟସ୍ଥ ଗତିକୃଷ୍ଣ ଭିଲ୍ଲା ଗସ୍ତ କରିଥିଲା। ସ୍ଥାନୀୟ ୱେଲଫେୟାର ଆସୋସିଏସନ ତରଫରୁ ଆୟୋଜିତ ସ୍ୱାଧୀନତା ଦିବସ ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅହିଂସା ରଥ ସାମିଲ ହୋଇ ସେଠାରେ ପହଂଚିବା ପରେ ଅନୁଷ୍ଠାନ ତରଫରୁ ରଥକୁ ସ୍ୱାଗତ କରାଯାଇଥିଲା ଏଠାରେ ଗାନ୍ଧିଜୀଙ୍କ ସମ୍ପର୍କିତ ପ୍ରାମାଣିତ ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା ଏଠାର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସଂଗୀତ ପରିବେଷଣ ଓ ବକ୍ତୃତା ପ୍ରଦାନ କରାଯାଇଥିଲା। ଅହିଂସାର ବାର୍ତ୍ତା ପ୍ରଚାର କରୁଥିବା ଏହି ରଥ ସମସ୍ତଙ୍କୁ ଅନୁପ୍ରାଣିତ କରିବ ବୋଲି ଅନୁଷ୍ଠାନର ସଭାପତି ଶ୍ରୀ ଦେବେନ୍ଦ୍ର ମିଶ୍ର ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଡ. ଅଜିତ ମିଶ୍ର, ସହକାରୀ ସମ୍ପାଦକ ଦେବବ୍ରତ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ସୁବାସଚନ୍ଦ୍ର ଦ୍ୱିବେଦୀ, ଅର୍ଥ ପରାମର୍ଶ ଦାତା ମଧୁସ୍ମିତା ମହାନ୍ତି,, ପରିଚାଳନା କମିଟିର ଅନ୍ୟ ସଦସ୍ୟ ସଦସ୍ୟା ପ୍ରିୟଦର୍ଶୀ ପାଲ, ସ୍ୱାତୀ ଦାସ, ରଶ୍ମିତା ମହାନ୍ତି, ପ୍ରତିଭା ଧୀର, ସୀମାଂଚଳ ପଟ୍ଟନାୟକ, ଏଲ୍ .ଏନ୍ ମହାରଣା, ବଳରାମ ଦାସ, ଶିବ କୁମାର ମହାପାତ୍ର, ଆଶିଷ ପଟ୍ଟନାୟକ, ରଂଜନ କୁମାର ଦାଶଙ୍କ ସମେତ କଲୋନୀର ଶତାଧିକ ଜନସାଧାରଣ ଉପସ୍ଥିତ ରହି ଅଂହିସା ରଥକୁ ସ୍ୱାଗତ ସଂବର୍ଦ୍ଧନା ଜଣାଇଥିଲେ।

ସେହିପରି ସମହସ୍ପିଟାଲ ଠାରେ ଅଂହିସା ରଥକୁ ଡାକ୍ତର, ଷ୍ଟାଫ୍ ନର୍ସ ଓ ଅନ୍ୟାନ୍ୟ କର୍ମଚାରୀବୃନ୍ଦ ସ୍ୱାଗତ କରିବା ସହ ଶହୀଦ୍ ବାଜି ରାଉତଙ୍କ ଉପରେ ପର୍ଯ୍ୟବସିତ କାହାଣୀ ଦୃଶ୍ୟଶ୍ରାବ୍ୟ ରଥରେ ପ୍ରଦର୍ଶିତ ଦୃଶ୍ୟ ଶ୍ରାବ୍ୟ ଦେଖିଥିଲେ।

ଚନ୍ଦ୍ରଶେଖରପୁର ସ୍ଥାନୀୟ ଜନ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଅଂହିସା ରଥକୁ ଉଚ୍ଚ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏଠାରେ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ଜନସାଧାରଣ ଉପସ୍ଥିତ ରହି ଓଡିଶାରେ ଗାନ୍ଧିଜୀ ଓ ସ୍ୱାଧୀନତା ସଂଗ୍ରାମରେ ଓଡିଶାରେ ଅବଦାନ ଶୀର୍ଷକ ଭିଡିଓ ଦେଖିଥିଲେ।

ୟୁନିଟ୍ ୮ କଲ୍ୟାଣ ମଣ୍ଡପଠାରେ ଅଂହିସା ରଥ ପହଁଚିବା ପରେ ସେଠାରେ ସ୍ଥାନୀୟ ଜନସାଧାରଣ ଭବ୍ୟ ସ୍ୱାଗତ କରିଥିଲେ। ରଥକୁ ପୂଜାର୍ଚ୍ଚନା କରି ଶୁଭ ମନାସିଥିଲେ। ଆଦିବାସୀ ମହିଳାମାନେ ଲୋକନୃତ୍ୟ ପ୍ରଦର୍ଶନ କରିଥିଲେ।

ବଡଗଡ କଲ୍ୟାଣମଣ୍ଡପ ଠାରେ ମଧ୍ୟ ଅଂହିସା ରଥକୁ ସ୍ୱାଗତ ସମୟରେ ବହୁ ଜନ ଗହଳି ପରିଲକ୍ଷିତ ହୋଇଥିଲା। ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ନୃତ୍ୟ ଓ ସଂଗୀତ ପରିବେଷଣ କରିଥିଲେ। ଝୋଟି ଅଙ୍କନ କରିଥିଲେ।

ସେହିପରି ସୁନ୍ଦରପଦା ସ୍ଥିତ ଆଦିତ୍ୟ ନଗର ଉନ୍ନୟନ ତରଫରୁ ଅଂହିସା ରଥକୁ ସ୍ୱାଗତ କରାଯାଇଥିଲା। ଅନୁଷ୍ଠାନର ସଭାପତି ଶ୍ରୀ ବିଜୟ କୁମାର ବେହେରା, ସଂପାଦକ ସୁମନ୍ତ ମହାନ୍ତି, ସଭ୍ୟ ଅମ୍ବିକା ପ୍ରସାଦ ଷଡଙ୍ଗୀ, ବୈରାଗୀ ମହାନ୍ତି, ଗଦାଧର ସାହୁ, ସତ୍ୟନାରାୟଣ ନାହାକ, ଆଲୋକ ରଂଜନ ଦଳେଇ, ପ୍ରସନ୍ନ ସେନାପତି, ବାଲାଜି ସୁବୁଦ୍ଧି, ମନୋଜ ରାଉତ, ଶୁଶାନ୍ତ ବେହେରା, ଆଲୋକ ପଟ୍ଟନାୟକ, ସୁରେନ୍ଦ୍ର ଗୌଡ, ସର୍ବେଶ୍ୱର ପତି, ସନାତନ ବେହେରା, ଦୀନେଶ କୁମାର ବଳ ପ୍ରମୁଖ ଉପସ୍ଥିତ ରହି ବନ୍ଦେ ମାତରଂ, ଭାରତ ମାତାକି ଜୟ ଧ୍ୱନି ଦେଇ ଅଂହିସା ରଥକୁ ସ୍ୱାଗତ କରିଥିଲେ।

ସେହିପରି ଶହୀଦ ନଗର ଦୁର୍ଗାମଣ୍ଡପ, ଝାରପଡା ଦୁର୍ଗା ମଣ୍ଡପ, ଲିଙ୍ଗରାଜ ମନ୍ଦିର, ଡୁମୁଡୁମା ଅଟୋ ଷ୍ଟାଣ୍ଡ, ସୋଆ ବିଶ୍ୱ ବିଦ୍ୟାଳୟଠାରେ ଅହିଂସା ରଥ ପହଁଚି ସଚେତନତା ବାର୍ତ୍ତା ପ୍ରେରଣ କରିଥିଲା। ସ୍ଥାନୀୟ କର୍ପୋରେଟର ଓ ଜନସାଧାରଣଙ୍କ ବିପୁଳ ଜନ ସମର୍ଥନ ରହିଥିଲା।

ସେହିପରି ସୈନିକ ସ୍କୁଲରେ ପହଁଚି ଅହିଂସା ରଥ ଛାତ୍ର ଛାତ୍ରୀମାନଙ୍କୁ ଅହିଂସା ବାର୍ତ୍ତା ପ୍ରେରଣ କରିଥିଲେ। ସେଠାରେ ବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷକଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଭାରତମାତାକି ଜୟ, ବନ୍ଦେ ମାତରଂ ସ୍ଲୋଗାନ ଦେଇ ରଥକୁ ସମ୍ମାନ ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀମାନେ ମହାତ୍ମାଗାନ୍ଧି, ଉତ୍କଳମଣି ଗୋପବନ୍ଧୁ ଓ ଶହୀଦ ବାଜି ରାଉତଙ୍କ ପ୍ରାମାଣିକ ଚଳଚିତ୍ର ଦେଖି ଉଦବୁଦ୍ଧ ହୋଇଥିଲେ।

ଭି.ଏସ୍. ଏସ୍ ନଗର ଠାରେ ଅହିଂସା ରଥକୁ ସ୍ଥାନୀୟ ୧୧ ନଂ ଓ୍ୱାର୍ଡର କର୍ପୋରେଟର ଓ ଭି.ଏସ୍.ଏସ୍ ନଗର ସାଂସ୍କତିକ ପରିଷଦର ସଭାପତି ଶ୍ରୀ ଦିଲ୍ଲୀପ ଦାଶ ଶର୍ମାଙ୍କ ସମେତ ନଗରର ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେଇ ରଥକୁ ସମ୍ମାନ ପ୍ରଦର୍ଶନ ସହ ଦେଶାତ୍ମବୋଧକ ଭିଡିଓ ଦେଖିଥିଲେ ଓ ଭିଡିଓର ତାଳେ ତାଳେ ରଘୁପତି ରାଘବ ରାଜାରାମ ଗାନ କରିଥିଲେ।

ସବୁଠି ଅହିଂସା ରଥକୁ ଭବ୍ୟ ସ୍ୱାଗତ କରାଯାଇଥିଲା ଓ ଏହି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ସୂଚନା ଯୋଗ୍ୟ ଯେ, ଆଜି ୨ଟି ଅହିଂସା ରଥ ଭୁବନେଶ୍ୱରରୁ ବାହାରି ପୁରୀ ଅଭିମୁଖେ ଯାତ୍ରା କରିଛି। ପ୍ରଥମେ ପିପିଲି ନିକଟସ୍ଥ ଗୁଡିଆ ପୋଖରୀଠାରେ ଅହିଂସା ରଥ ପହଁଚିବା ପରେ ପୁରୀ ଜିଲ୍ଲାପ୍ରଶାସନ ତରଫରୁ ବିପୁଳ ସ୍ୱାଗତ କରାଯାଇଥିଲା। ପୁରୀ ଜିଲ୍ଲାରେ ଆୟୋଜିତ ବିଭିନ୍ନ ସ୍ଥାନରେ ଏହି ରଥ ପହଁଚି ଏହି ପ୍ରାମାଣିକ ଚଳଚିତ୍ର ପରିବେଷଣ କରିବ। ସେହିପରି ଆଉ ୨ଟି ରଥ ଆଜି ଢେଙ୍କାନାଳ ଅଭିମୁଖେ ଯାତ୍ରା କରିଛି। ଢେଙ୍କାନାଳର ଶଙ୍କରପୁରଠାରେ ଏହି ରଥକୁ ଜିଲ୍ଲା ପ୍ରଶାସନ ତରଫରୁ ଲୋକନୃତ୍ୟ ଓ ବାଦ୍ୟରେ ତାଳେ ତାଳେ ସ୍ୱାଗତ କରାଯାଇ ରଥକୁ ପୂଜାର୍ଚ୍ଚନା କରାଯାଇଥିଲା ଓ ଢେଙ୍କାନାଳରେ ବିଭିନ୍ନ ସ୍ଥାନରେ ରହି ଅହିଂସାର ବାର୍ତ୍ତା ପ୍ରଚାର କରିଥିଲା। ଏହି ଅହିଂସା ରଥ ଆଗାମୀ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସମଗ୍ର ଓଡିଶା ପରିଭ୍ରମଣ କରିବ। ସମସ୍ତ ଜିଲ୍ଲା ପ୍ରଶାସନ, ମହାନଗର ନିଗମ ଓ ଜନସାଧାରଣଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମର ସଫଳତା ନେଇ ରାଜ୍ୟ ସୂଚନା ଲୋକ ସଂପର୍କ ବିଭାଗ ତରଫରୁ କାମନା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.