Home ଜିଲ୍ଲା ପରିକ୍ରମା ସ୍ୱାଧୀନତାକୁ ବିତିଯାଇଛି ୭୪ ବର୍ଷ, ତଥାପି ଗାଁକୁ ନାହିଁ ରାସ୍ତା , ଖଟିଆରେ ବୁହାହେଲେ ୮୦...

ସ୍ୱାଧୀନତାକୁ ବିତିଯାଇଛି ୭୪ ବର୍ଷ, ତଥାପି ଗାଁକୁ ନାହିଁ ରାସ୍ତା , ଖଟିଆରେ ବୁହାହେଲେ ୮୦ ବର୍ଷିୟା ରୋଗିଣା ବୃଦ୍ଧା

72

ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସରକାର ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଗମନାଗମନ ଉପରେ କୋଟି କୋଟି ଟଙ୍କା ବ୍ୟୟ କରିଚାଲିଛନ୍ତି । ବିଶେଷକରି ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନାରେ କଂକ୍ରିଟ୍ ରାସ୍ତା ନିର୍ମାଣ କରୁଛନ୍ତି । ମାତ୍ର ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ଭଦ୍ରକ ପୌରାଞ୍ଚଳକୁ ଲାଗିଥିବା ଏମିତି କିଛି ଗାଁ ରହିଛି, ଯେଉଁ ସ୍ଥାନକୁ ଆଜିବି ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ, ଦମକଳଟିଏ ଯାଇପାରୁନାହିଁ । ଏହିଚିତ୍ର କୌଣସି ଉପାନ୍ତ ଅଂଚଳର ନୁହଁ ବରଂ ଉପକୂଳ ଅଂଚଳର । ଏହିଭଳି ଏକ ଗାଁ ହେଲା ଭଦ୍ରକ ପଂଚାୟତ ସମିତି ଅଧୀନସ୍ଥ ବନ୍ଧଗାଁ ପଂଚାୟତର ପଞ୍ଚପଡା ନଖିସିଆଣି । ଏହି ଗ୍ରାମକୁ ଏବେବି ଗମନାଗମନର ସୁବିଧା ନାହିଁ । ନିକଟରେ ହୋଇଥିବା ଲଘୁଚାପ ଜନିତ ଦି’ ଅସରା ବର୍ଷାରେ ଏହି ଗ୍ରାମକୁ ଯାଇଥିବା ରାସ୍ତାଟି ଏଭଳି ଶୋଚନୀୟ ହୋଇପଡିଛି ଯେ ଆଜି ଉକ୍ତ ଗ୍ରାମର ନାରାୟଣ ସେଠୀଙ୍କ ୮୦ ବର୍ଷର ବୃଦ୍ଧା ମା’ ଗୋଦାବରୀ ଦେବୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଡାକ୍ତରଖାନାକୁ ସ୍ଥାନାନ୍ତର ହେବାରେ ଲୋକଙ୍କ ଦ୍ୱାରା ଖଟିଆର ସହାୟତା ନେଇଛନ୍ତି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଶ୍ରୀ ସେଠୀଙ୍କ ମା’ ଗୋଦାବରୀ ଦେବୀ ଗତକାଲି ରାତିଠାରୁ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ନେବା ପାଇଁ ସ୍ଥାନୀୟ ଆମ୍ବୁଲାନ୍ସକୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ରାସ୍ତାର ଦୂରାବସ୍ଥା ଯୋଗୁଁ କେହି ଆସିନଥିଲେ । ବାଧ୍ୟହୋଇ ସେମାନେ ବାଲେଶ୍ୱର ଆମ୍ବୁଲାନ୍ସକୁ ଯୋଗାଯୋଗ କରିବାରୁ ସେ ବିଳମ୍ବରେ ଆସି ପହଞ୍ôଚଥିଲେ ମଧ୍ୟ କଦର୍ଯ୍ୟ ରାସ୍ତା ଯୋଗୁଁ ଆମ୍ବୁଲାନ୍ସଟି ଗାଁ ଭିତରକୁ ଯାଇପାରିନଥିଲା । ଫଳରେ ବାଧ୍ୟହୋଇ ଗ୍ରାମବାସୀମାନେ ଗୋଦାବରୀ ଦେବୀଙ୍କୁ ଖଟିଆ ମାଧ୍ୟମରେ ୧ କିମି ବୋହି ମେନ୍ ରୋଡ୍‌କୁ ଆଣି ଆମ୍ବୁଲାନ୍ସ ଯୋଗେ ବହୁଘଣ୍ଟା ବିଳମ୍ବରେ ଡାକ୍ତରଖାନାରେ ପହଞ୍ଚାଇଥିଲେ । ସେତେବେଳକୁ ରୋଗିଣୀଙ୍କର ଅବସ୍ଥା ଶୋଚନୀୟ ହୋଇପଡିଥିଲା । ଏଣୁ ଏ ଦିଗରେ ସ୍ଥାନୀୟ ଜିଲା ପ୍ରଶାସନ ଓ ଜନ ପ୍ରତିନିଧି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.