Home ଜିଲ୍ଲା ପରିକ୍ରମା ସ୍ୱାଧିନତା ସଂଗ୍ରାମରେ ଭଦ୍ରକର ଅବଦାନ ଅତୁଳନୀୟ, ଡେପୁଡି କଲେକ୍ଟର ଙ୍କର ସଂଗୀତ ରେ ଦର୍ଶକ ମସଗୁଲ

ସ୍ୱାଧିନତା ସଂଗ୍ରାମରେ ଭଦ୍ରକର ଅବଦାନ ଅତୁଳନୀୟ, ଡେପୁଡି କଲେକ୍ଟର ଙ୍କର ସଂଗୀତ ରେ ଦର୍ଶକ ମସଗୁଲ

30

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତୀୟ ସ୍ୱାଧିନତା ସଂଗ୍ରାମ, ଓଡ଼ିଶା ତଥା ଭାରତର ରାଜନୀତି, ସାହିତ୍ୟ, ସଂସ୍କୃତି, ନାଟକ, କଳା, ବାଣିଜ୍ୟ ଆଦି ବହୁ କ୍ଷେତ୍ରରେ ଭଦ୍ରକର ଅବଦାନ ଅତୁଳନୀୟ ବୋଲି ଭଦ୍ରକର ଗାନ୍ଧିପଡିଆ ଠାରେ ଅଷ୍ଟମ ଭଦ୍ରକ ସାସ୍କୃତିକ ମହୋତ୍ସବର ପଂଚମ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଭଦ୍ରକ ସାସ୍କୃତିକ ମହୋତ୍ସବର ପଂଚମ ସନ୍ଧ୍ୟାରେ ମହୋତ୍ସବ କମିଟିର ସ୍ଥାୟୀ ସଭାପତି ରବିନାରାୟଣ ଖିଲାରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ ମୁଖ୍ୟଅତିଥି, ସ୍ୱଳ୍ପ ସଂଚୟ ଅଧିକାରୀ ପଦ୍ମନ ରାୟ ବିଶିଷ୍ଟ ଅତିଥି, ଅଧ୍ୟାପକ ନିହାର ରଂଜନ କର ମୁଖ୍ୟବକ୍ତା, ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ଡ.ହରିହର ନାୟକ ପ୍ରମୁଖ ଯେ୍‌ାଗ ଦେଇଥିଲେ । ଉତ୍ସବକୁ କମିଟିର ସଂପାଦକ ଆଶିଷ ଅମିତାଭ ମହାପାତ୍ର ,କୋଷାଧ୍ୟକ୍ଷ ପ୍ରିୟଦର୍ଶନ ବୋିଇତି ,କାର୍ଯ୍ୟକାରୀ ସଭାପତି ଜଗବନ୍ଧୁ ବେହେରା ,ଉପଦେଷ୍ଟା ଉମା କଲ୍ୟାଣ ମହାପାତ୍ର,ଆବାହକ ଅବିନାଶ ପଣ୍ଡା, ରାଜେଶ ଦାସ,ଶୁଭଦୀପ ମଲ୍ଲିକ, ଶଙ୍କର୍ଷଣ ରାଓ, ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପାଢୀ, ଶିକ୍ଷୟିତ୍ରୀ ମନୋରମା ରାୟ, ରାଜେଶ ଦାସ, ସଦସ୍ୟା କଳ୍ପନା ଜେନା, ତେଜସ୍ୱନୀ ଦାସ,ସସ୍ମିତା ବଳ,ସୀତାକନ୍ତ ପାଢୀ ,ଶାନ୍ତନୁ ଦଳେଇ ପ୍ରମୁଖ ପରିଚାଳନା କରିଥିଲେ ।ସାଂସ୍କୃତିକ ସଂପାଦକ ରାମନାରାୟଣ ମହାନ୍ତି ପ୍ରାରମ୍ଭିକ ସଂଗୀତ ଗାନ କରିଥିବାବେଳେ ,ଡେପୁଡି କଲେକ୍ଟର ଶ୍ରୀ ମଣ୍ଡଲ ୮ ଗୋଟି ଭଜନ ଓ ଆଧୁନିକ ସଂଗୀତ ଗାଇବା ସହିତ କଣ୍ଠଶିଳ୍ପୀ ଶଶିକଳା ମିଶ. ଭଦ୍ରକ ଡ୍ୟାନ୍ସ ଏକାଡେମି,ମଉଡମଣୀ ଡ୍ୟାନ୍ସ ଗ୍ରୁପର ପିଲାମାନେ ନୃତ୍ୟ ଓ ମନୋରଂଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.