Home ଜିଲ୍ଲା ପରିକ୍ରମା ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତୀ ପାଳନ ପାଇଁ କଂଗ୍ରେସର ପ୍ରସ୍ତୁତି, ୫ ଅଗଷ୍ଟରେ ଦାରଦାମ ବୃଦ୍ଧି...

ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତୀ ପାଳନ ପାଇଁ କଂଗ୍ରେସର ପ୍ରସ୍ତୁତି, ୫ ଅଗଷ୍ଟରେ ଦାରଦାମ ବୃଦ୍ଧି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

28

ଭଦ୍ରକ, ୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତୀ ପାଳନ ଅବସରରେ ଏହାକୁ ବେଶ ଧୂମଧାମରେ ପାଳନ କରିବାକୁ କଂଗ୍ରେସ ପକ୍ଷରୁ ନିଷ୍ପତ୍ତି ହୋଇଛି। ମଙ୍ଗଳବାର ଜିଲ୍ଲା କଂଗ୍ରେସ କମିଟିର ଏକ ବୈଠକ ଜିଲ୍ଲା ସଭାପତି ସୁବ୍ରତ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭଦ୍ରକ ଜିଲ୍ଲା ପାଇଁ କଂଗ୍ରେସ ଦଳର ପ୍ରଭାରୀ ପ୍ରାକ୍ତନ ସାଂସଦ ଅଂଚଳ ଦାସ ଯୋଗଦେଇ ଉଦବୋଧନ ଦେଇଥିଲେ। ତେବେ ଏହି ଉତ୍ସବକୁ ଐତିହାସିକ ଓ ସ୍ମରଣୀୟ କରିବା ପାଇଁ ଅଗଷ୍ଟ କ୍ରାନ୍ତୀ ଦିବସ ୯ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ସମସ୍ତ ୭ଟି ବ୍ଳକ ଓ ପୌରାଞ୍ଚଳରେ ୭୫ କିଲୋମିଟର ବ୍ୟାପୀ ପଦଯାତ୍ରା ପୃଥକ ପୃଥକ ଭାବେ ଅନୁଷ୍ଠିତ ହେବ। ଏହା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ପଦଯାତ୍ରା କାଳରେ ଲୋକମାନଙ୍କ ସହିତ କଂଗ୍ରେସର ନେତୃମଣ୍ଡଳୀ ପ୍ରତ୍ୟେକ୍ଷ ସମ୍ପର୍କ ସ୍ଥାପନ କରିବା ସହ ବହୁମୂଲ୍ୟ କଷ୍ଟଲବ୍ଧ ସ୍ୱାଧିନତାର ନାୟକମାନଙ୍କ ବଳିଦାନ ସମ୍ପର୍କରେ ଅବଗତ କରିବେ।

ଏହାବ୍ୟତୀତ ଆସନ୍ତା ୫ ତାରିଖ କଂଗ୍ରେସ ପକ୍ଷରୁ ନିତ୍ୟ ବ୍ୟବହାର୍ଯ୍ୟ ଦରଦାମ ବୃଦ୍ଧି ବିରୋଧରେ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ର୍ରା ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ସଭାପତି ଶ୍ରୀ ଦାସ ସୂଚନା ଦେଇଛନ୍ତି। ଏହି ଦୁଇ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଜିର ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଉକ୍ତ ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ବିଧାନସଭା ନେତା ନଳିନୀ ମହାନ୍ତି, ବାସୁଦେବପୁର ନେତା ଅଶୋକ ଦାସ, ଚାନ୍ଦବାଲି ନେତା ଦିଗମ୍ବର ଦାସ, ବରିଷ୍ଠ ନେତା ପଞ୍ଚାନନ ମଣ୍ଡଳ, ଗୋଲକ ବେହେରା, ପିତାବସ ଧଳ, ବନ୍ତ ବ୍ଲକ ସଭାପତି ରାଜକିଶୋର ସ୍ୱାଇଁ, ଭଣ୍ଡାରିପୋଖରୀ ବ୍ଲକ ସଭାପତି ରଜନୀ ଚାନ୍ଦ, ତିହିଡ଼ି ବ୍ଳକ ସଭାପତି ସରୋଜ ଦାସ, ଧାମନଗର ବ୍ଳକ ସଭାପତି ଅଭିଶେକ ରାଉତ, ଜିଲ୍ଲା ମହିଳା ସଭାନେତ୍ରୀ ସବିତା ଚାନ୍ଦ, କୃଷକ ସେଲର ସଭାପତି ନନରନାରାୟଣ ଜେନା, ଜିଲ୍ଲା ମୁଖପତ୍ର ଭବେନ୍ଦ୍ର ସାହୁ, ଜିଲ୍ଲା ଯୁବ କାର୍ଯ୍ୟକାରୀ ସଭାପତି ହେମନ୍ତ ମହାପାତ୍ର, ଏସସି ସେଲ ଉପସଭାପତି ରଂଜନ ଜେନା, ଅଶ୍ରଫ ଅଲ୍ଲୀ ଖାନ, ବିଜୟ ବାରିକ, ଅକ୍ଷୟ ତ୍ରିପାଠୀ, ନାରାୟଣ ବେହେରାଙ୍କ ସମେତ ବହୁ ଛାମୁଆ ସଂଗଠନ ନେତା ଓ କର୍ମୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.