Home ଜିଲ୍ଲା ପରିକ୍ରମା ସ୍ୱର୍ଗତ ଶିକ୍ଷକ ସୁରେନ୍ଦ୍ର ଦାସଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ସ୍ୱର୍ଗତ ଶିକ୍ଷକ ସୁରେନ୍ଦ୍ର ଦାସଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

151

ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଗୁରୁବାର ଅପରାହ୍ନରେ ସଡକ ଦୁର୍ଘଟଣାରେ ପ୍ରାଣହରାଇଥିବା ଅବସରପ୍ରାପ୍ତ ଶିକ୍ଷକ ତଥା ସାହିତ୍ୟିକ ସୁରେନ୍ଦ୍ର ଦାସଙ୍କୁ ଶାରଦା ବିଦ୍ୟାମନ୍ଦିର ପରିସରରେ ଶନିବାର ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଭଣ୍ଡାରିପୋଖରୀ ସାହିତ୍ୟ ସଂସଦ କାର୍ଯ୍ୟକାରୀ ସଭାପତି ପ୍ରକାଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିସଭାକୁ ଅବସରପ୍ରାପ୍ତ ଶିକ୍ଷକ ନଟବର ରାଉଳ, ଜଗନ୍ନାଥ ପଣ୍ଡା, ପବନ କୁମାର ନାୟକ, ଡମ୍ବରୁଧର ବେହେରା ସ୍ୱର୍ଗତ ଦାସଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆରମ୍ଭ କରିଥିଲେ । ସାହିତ୍ୟିକ ଜଗନ୍ନାଥ ପଣ୍ଡା ଶାନ୍ତିସ୍ତୋତ୍ର ପାଠ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ଶିକ୍ଷକଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଭଣ୍ଡାରିପୋଖରୀ ସାହିତ୍ୟ ସଂସଦର ଉପସଭାପତି ଅଧ୍ୟାପକ ଅନାଦି ଚରଣ ସାହୁ ବିଶିଷ୍ଟ କବି ଅଚ୍ୟୁତାନନ୍ଦ ସାମଲଙ୍କ ଶୋକବାର୍ତ୍ତା ପାଠ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଶାରଦା ବିଦ୍ୟାମନ୍ଦିର ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ମହାପାତ୍ର, ବ୍ୟଙ୍ଗ ସାହିତ୍ୟିକ ନାରାୟଣ ଚନ୍ଦ୍ର ସାମଲ, ଅବସରପ୍ରାପ୍ତ ଶିକ୍ଷା ପ୍ରଶାସକ ଲକ୍ଷ୍ମୀଧର ନାୟକ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନରହରି ମହାନ୍ତି ମଞ୍ଚାସୀନ ହୋଇ ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟିକ ଶ୍ରୀ ରାଉଳ, ଏବିଇଓ ପୁରୁଷୋତ୍ତମ ଧଳ, ଡମ୍ବରୁଧର ବେହେରା, ଭଣ୍ଡାରିପୋଖରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଭାରତ ଚନ୍ଦ୍ର କରଣ, କବି ଜଗନ୍ନାଥ ସାମଲ, ରମାକାନ୍ତ ବେହେରା, ଗୁରୁଚରଣ ସାହୁ, ସଞ୍ଜୟ ନନ୍ଦ, ରାଜେଶ ବିଶ୍ୱାଳ, ଘନଶ୍ୟାମ ସ୍ୱାଇଁ, ଅଞ୍ଜଳୀ ଶଣ୍ଢ, ବିଶ୍ୱରଞ୍ଜନ ଶଣ୍ଢ, ଅନନ୍ତ ତ୍ରିପାଠୀ, ମୁରଲିଧର ଦାସ, ନିର୍ମଳ ସେନାପତି, ମଧୁସୂଦନ ମହାପାତ୍ର, କେଶବ ଚନ୍ଦ୍ର ସେଠୀ, ବିଶ୍ୱମ୍ଭର ରାଉତ, ଅଲେଖ ସେନାପତି, ଦିଲ୍ଲିପ ସାମଲ, ବସନ୍ତ ସାହୁ, ପବନ ନାୟକ, ବ୍ରଜମୋହନ ମହାନ୍ତି, ଡାକ୍ତର ଯୋଗେନ୍ଦ୍ର ଦାସ, ଶିକ୍ଷକ ମାୟାଧର ସାହୁ, ସ୍ୱର୍ଗତ ଶିକ୍ଷକଙ୍କ ଭାଇ ମନ୍ମଥ ଦାସ, ଉମାକାନ୍ତ ଜେନା ପ୍ରମୁଖ ଶୋକ ପ୍ରକାଶ କରିବା ସହ ସ୍ୱର୍ଗତ ଶିକ୍ଷକଙ୍କ ଭଣ୍ଡାରିପୋଖରୀ ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି, ‘ସାହିତ୍ୟ ଘର’ର ସ୍ଥାନୀୟ ସଭାପତି, ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ଆଜୀବନ ସଦସ୍ୟ ଓ ସ୍ଥାନୀୟ ଶାଖା ସଭାପତି, ଭଣ୍ଡାରିପୋଖରୀ କଲଚରାଲ ଏକାଡେମୀର ପ୍ରତିଷ୍ଠାତା ସଦସ୍ୟ, ଭଣ୍ଡାରିପୋଖରୀ ଥାନା ବରିଷ୍ଠ ନାଗରିକ ମଞ୍ଚର ସକ୍ରିୟ ସଦସ୍ୟ ଭଳି ସଙ୍ଗଠନ ପ୍ରତି ଥିବା ଅବଦାନ ଓ ସ୍ମରଣୀୟ ଘଟଣାବଳୀର ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରି ଭଣ୍ଡାରିପୋଖରୀ ଜଣେ ସମର୍ପିତ ସାହିତ୍ୟ ସ୍ରଷ୍ଟାଙ୍କୁ ହରାଇଲା ବୋଲି ମତ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.