Home ଜିଲ୍ଲା ପରିକ୍ରମା ସ୍ୱର୍ଗତ ମୁରଲୀଧର ଜେନାଙ୍କ ସ୍ମୃତି ସମାରୋହ

ସ୍ୱର୍ଗତ ମୁରଲୀଧର ଜେନାଙ୍କ ସ୍ମୃତି ସମାରୋହ

25

ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ ସ୍ୱର୍ଗତ ମୁରଲୀଧର ଜେନାଙ୍କ ୫୪ତମ ସ୍ମୃତି ସମାରୋହ ସ୍ଥାନୀୟ ବାଲଗୋପାଲ ମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ହରମୋହନ କୁଅଁର ମଂଚ ଆମନ୍ତ୍ରଣ, ଶାନ୍ତନୁ ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କମିଟତର ସଭାପତି ଅନିନ୍ତ ନାରାୟଣ ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ କମିଟିର ସମ୍ପାଦକ ଭକ୍ତହରି ନାୟକ ସମ୍ପାଦକୀୟ ପାଠ କରିଥିଲେ । ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅଧ୍ୟାପକ ପବିତ୍ର ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମ୍ମାନିତ ଅତିଥବ ଭାବେ ଡ଼. ରମାକାନ୍ତ ରାଉତ୍ ଯୋଗଦେଇ ସ୍ୱର୍ଗତ ଜେନାଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ଶିଶୁ ସାହିତ୍ୟିକ ହରମୋହନ କୁଅଁରଙ୍କ ରଚିତ ୩ଟି କବିତା ସଂକଳନକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଶେଷରେ ଦେବେନ୍ଦ୍ର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.