Home ଜିଲ୍ଲା ପରିକ୍ରମା ସ୍ୱର୍ଗତଃ କୃଷ୍ଣଚନ୍ଦ୍ର ଶିକ୍ଷାନୁଷ୍ଠାନର ଆଧୁନିକ ବିନ୍ଧାଣୀ ଥିଲେ

ସ୍ୱର୍ଗତଃ କୃଷ୍ଣଚନ୍ଦ୍ର ଶିକ୍ଷାନୁଷ୍ଠାନର ଆଧୁନିକ ବିନ୍ଧାଣୀ ଥିଲେ

37

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା କେନ୍ଦୁଆପଦା ଅଞ୍ଚଳର ଶିକ୍ଷାବିତ୍‌, ସାହିତ୍ୟିକ ତଥା ଅନୁଷ୍ଠାନ ପ୍ରେମି ୰କୃଷ୍ଣ ଚନ୍ଦ୍ର ସେନାପତିଙ୍କ ଏକାଦଶାହ ଅବସରରେ ଆଜି ଅମ୍ପୋର ସ୍ଥିତ ବାସ ଭବନରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍ ଜଗନ୍ନାଥ ପାତ୍ରଙ୍କ ମଞ୍ଚ ସଂଚାଳନରେ ପୂର୍ବତନ ଶିକ୍ଷକ ନେତା ରଘୁନାଥ ସାହୁ ସଭାକୁ ପୌରହିତ୍ୟ କରିଥିଲେ । ଏଥିରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ କୃଷ୍ଣ ଚନ୍ଦ୍ର ଏଭଳି ଜଣେ ବକ୍ତିତ୍ୱ ଥିଲେ ଯିଏକି ସମଗ୍ର ଭଦ୍ରକ ଜିଲ୍ଲାରେ ଆଦର୍ଶ ଶିକ୍ଷକ ଭାବେ ନାମ କରିଥିବା ବେଳେ ଉତ୍ତମ ଶିକ୍ଷାଦାନକୁ ଗୁରୁତ୍ୱାରୋପ କରୁଥିଲେ ବୋଲି ସେ କହିଥିଲେ । ବ୍ଲକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, କେନ୍ଦୁଆପଦା ସରପଞ୍ଚ ଇଂପ୍ରମୋଦ ଜେନା, ଶ୍ରୀବତ୍ସ କରଶର୍ମା, ଗୟାଧର ସାମଲ, ଅନ୍ତର୍ଯ୍ୟାମି ଓଝା, ନାଟ୍ୟଶ୍ରୀ ନିର୍ମଳ ରାଉତ, ଅଧ୍ୟାପକ ନିହାର ରଞ୍ଜନ କର, ବରିଷ୍ଠ ନାଗରିକ କିଶୋର ଚନ୍ଦ୍ର ଦାସ, ବାଇଧର ଦାସ, ମୁରଲିଧର ଲେଙ୍କା, ଦିଲ୍ଲିପ କୁମାର ମହାନ୍ତି, ପୂର୍ବତନ ସରପଞ୍ଚ ମୁକୁନ୍ଦଦେବ ସାମଲ, ଭାଗିରଥି ଜେନା, ନାରାୟଣ ପାଢୀ, ରାଜେନ୍ଦ୍ର କୁମାର ହୋତା, ଉମାକାନ୍ତ ମଲ୍ଲିକ, ହୃଷିକେଶ ମିଶ୍ର, ଆଦର୍ଶ ଶିକ୍ଷକ ଶଶି ଶେଖର କରଶର୍ମା, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ, ଅବସରପ୍ରାପ୍ତ ଅଧ୍ୟକ୍ଷା ଅଞ୍ଜଳୀ ଖୁଣ୍ଟିଆ, କେନ୍ଦୁଆପଦା କଲେଜ ଅଧ୍ୟକ୍ଷ ପ୍ରଫୁଲ୍ଲ ବାରିକ, ରତ୍ନାକର ମିଶ୍ର ପ୍ରମୁଖ ନିଜ ନିଜର ବକ୍ତବ୍ୟରେ ୰କୃଷ୍ଣ ଚନ୍ଦ୍ର ଖାଲି ଶିକ୍ଷକତା ନୁହେଁ ଜଣେ ସୁସାହିତ୍ୟିକ, ଅନୁଷ୍ଠାନ ପ୍ରେମୀ ଓ ଦୂରଦର୍ଶୀ ସପନ୍ନ ବ୍ୟକ୍ତି ଥିଲେ ବୋଲି କହିଥିଲେ । ସେ ବୈତରଣୀ ଠାରେ ଶିକ୍ଷକତା ଜୀବନ ଆରମ୍ଭ କରି ଶେଷରେ ବହୁଦରଡ଼ା ସ୍କୁଲରୁ ଚାକିରୀରୁ ଅବସର ନେଇଥିଲେ । ଅବସର ପରେ ସେ କେନ୍ଦୁଆପଦା ବରିଷ୍ଠ ନାଗରିକ ସଂଘ, ରାମନବମୀ ଟ୍ରଷ୍ଟ ସମେତ ବିଭିନ୍ନ ସ୍କୁଲ ଓ ଘରୋଇ ଅନୁଷ୍ଠାନର ବିଭିନ୍ନ ପଦ ପଦବୀରେ ରହି ସାମାଜିକ କାର୍ଯ୍ୟ ସହ ଅଞ୍ଚଳର ବହୁବିଧ ଉନ୍ନତି କରି ଆସୁଥିଲେ । ପ୍ରାରମ୍ଭରେ କୃଷ୍ଣ ଚନ୍ଦ୍ରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ନିରବ ପ୍ରାର୍ଥନା କରାଯାଇଥିଲା । ପରିବାରର ମାଧନ ଚନ୍ଦ୍ର ଜେନା, ତୁଷାରକାନ୍ତ ସେନାପତି, ଶାନ୍ତିଲତା ସେନାପତି, ତାପସକ୍ରାନ୍ତି ସେନାପତି, ତପସ୍ୱନୀ ସେନାପତି, ଜୟଶ୍ରୀ ସାହୁ , ମନିସା ଜେନା, ଆଦିତ୍ୱ ରାଉତରାୟ, କମଳାକାନ୍ତ ମିଶ୍ର, ରାମଚନ୍ଦ୍ର ସାହୁ, ସୁଶାନ୍ତ ମିଶ୍ର, ଅଂଶୁମାନ ସେନାପତି, ଅଙ୍କିତା ସେନାପତି, ଆରାଧନା ସେନାପତି, ସତ୍ୟ ସାଗର ସେନାପତି ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.