(ଗତ 24 ଘଣ୍ଟା ମଧ୍ୟରେ ପିଆଇବି ପକ୍ଷରୁ ଜାରି ହୋଇଥିବା ପ୍ରେସ ବିବୃତି ଏବଂ ଫ୍ୟାକ୍ଟ ଚେକର ତାଲିକା)
ନୂଆ ଦିଲ୍ଲୀ ୧୬-୪ (ଓଡ଼ିଆ ପୁଅ) ବର୍ତ୍ତମାନସୁଦ୍ଧା ଦେଶରେ 12, 380 ଜଣ କୋଭିଡ-19ରେ ସଂକ୍ରମିତ ହୋଇଛନ୍ତି ଏବଂ 414 ଜଣ ପ୍ରାଣ ହରାଇଛନ୍ତି। 1489 ଜଣ ସୁସ୍ଥ ହେବା ପରେ ହସ୍ପିଟାଲରୁ ଛାଡ଼ ପାଇଛନ୍ତି। ଦେଶରେ କୋଭିଡ-19 ମୃତ୍ୟୁହାର 3.3 ପ୍ରତିଶତ ଥିବା ବେଳେ ସୁସ୍ଥ ହେବାର ହାର 12.02 ପ୍ରତିଶତ ଥିବା ଜଣାଯାଇଛି। ବର୍ତ୍ତମାନ ସୁଦ୍ଧା ଦେଶର 325ଟି ଜିଲ୍ଲାରେ ଗୋଟିଏ ହେଲେ ସଂକ୍ରମଣ ମାମଲା ସାମ୍ନାକୁ ଆସିନାହିଁ। ବର୍ତ୍ତମାନ ସଂକ୍ରମଣ କାରଣରୁ ଦେଖା ଦେଇଥିବା ଅପ୍ରତ୍ୟାଶିତ ସ୍ବାସ୍ଥ୍ୟସେବା ଆବଶ୍ୟକତାକୁ ପୂରଣ କରିବା ଲାଗି ଜରୁରି ସ୍ବାସ୍ଥ୍ୟ ସେବା ଯୋଗାଣ ନିମନ୍ତେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି।
Home Coronavirus Outbreak ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ-19 ସମ୍ପର୍କରେ ସଦ୍ୟତମ ସୂଚନା