Home ଜିଲ୍ଲା ପରିକ୍ରମା ସୋସିଆଲ ମିଡ଼ିଆରେ ଆପତ୍ତିଜନକ ପୋଷ୍ଟିଂକୁ ବିରୋଧ କରି ଥାନାରେ ଅଭିଯୋଗ

ସୋସିଆଲ ମିଡ଼ିଆରେ ଆପତ୍ତିଜନକ ପୋଷ୍ଟିଂକୁ ବିରୋଧ କରି ଥାନାରେ ଅଭିଯୋଗ

38

ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୋସିଆଲ ମିଡ଼ିଆରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମ୍ପର୍କରେ ହିଂସା ସୃଷ୍ଟି କଲା ଭଳି ଆପତ୍ତିଜନକ ପୋଷ୍ଟିଂକୁ ବିରୋଧ କରି ଭଦ୍ରକ ସହରାଞ୍ଚଳ ଥାନା ନରିପୁର ଅସ୍ଥଳ ଗ୍ରାମର ସନ୍ତୋଷ କୁମାର ସାହୁ ଏବଂ ଅନ୍ୟମାନେ ମିଶି ଟାଉନ ଥାନରେ ଅଭିଯୋଗ କରିଛନ୍ତିି । ଅଭିଯୋଗରୁ ପ୍ରକାଶ ଯେ ଇଂ ସ୍ୱର୍ଣ୍ଣଲତା ନାୟକ ନାମକ ଜଣେ ମହିଳା ବାରମ୍ବାର ନିଜ ଫେସ୍‌ବୁକ ଆକାଉଣ୍ଟରେ ସମାଜକୁ ବିଭ୍ରାନ୍ତ କଲା ଭଳି ଏବଂ ହିଂସାକୁ ପ୍ରୋତ୍ସାହିତ କଲାଭଳି କିଛି ଆପତ୍ତିଜନକ ପୋଷ୍ଟିଂ କରୁଛନ୍ତି । ନିକଟରେ ଦେଶର ପ୍ରଧାନମନ୍ତ୍ରୀଙ୍କୁ ସରପଞ୍ଚଙ୍କ ଠାରୁ ହୀନ ଦର୍ଶାଇବା ସହିତ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଗେରୁଆ ଗୁଣ୍ଡା ବୋଲି କହି ଫେସ୍‌ବୁକ୍ ପୋଷ୍ଟିଂ କରୁଛନ୍ତି । ଏହି କାର୍ଯ୍ୟରେ ସଂପୃକ୍ତ ମହିଳାଙ୍କ ସ୍ୱାମୀ ମଧ୍ୟ ସାମିଲ ରହିଥିବା ଅଭିଯୋଗରେ ପ୍ରକାଶ କରାଯାଇଛି । ଏହି ଅଭିଯୋଗ ପତ୍ରରେ ସନ୍ତୋଷ ସାହୁଙ୍କ ସହିତ ସରୋଜ ଜେନା, ପ୍ରହଲ୍ଲାଦ ନାୟକ, ଅମରେଶ ନାୟକ, ସୋଲେମାନ ଖାଁ, ଚକ୍ରଧର ସେଠୀ, ଦାମୋଦର ଓଝା, ରମେଶ ଜେନା, ମୀର ବାବୁଲା, ଶୈଳେନ୍ଦ୍ର କୁମାର ନାୟକ ପ୍ରମୁଖ ଦସ୍ତଖତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.