Home କୋରାପୁଟ ସେମିଲିଗୁଡା ଗ୍ରାମଦାନୀ ସଂଘର ଜମିକୁ ଚଚଂକତା କରି ବିକ୍ରୀ କରି ଦିଆଯାଇଛି-କୃଷ୍ଣ ସିଂ

ସେମିଲିଗୁଡା ଗ୍ରାମଦାନୀ ସଂଘର ଜମିକୁ ଚଚଂକତା କରି ବିକ୍ରୀ କରି ଦିଆଯାଇଛି-କୃଷ୍ଣ ସିଂ

31

କୋରାପୁଟ ୧୨-୦୯(ଓଡିଆ ପୁଅ /ରଂଜନ ଦାସ)ସେମିଲିଗୁଡା ଗ୍ରାମଦାନୀ ଜମିକୁ ଚଚଂକତା କରି ବିକ୍ରୀ କରି ଦିଆଯାଇଥିବା ସଂପାଦକ କୃଷ୍ଣ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।ସେମିଲିଗୁଡା ଜାତୀୟ ରାଜପଥ ୨୬ ପାଶ୍ୱର୍ରେ ଅବସ୍ଥିତ ସଂଘର ୩ ଏକର ୮ ଡିସିମିଲ ଜମିକୁ ବିକ୍ରୀ କରାଯାଇ ମ୍ୟୁଟେସନ ହୋଇ ପଟ୍ଟା ଦିଆଯାଇଥିବା ସୀତମ କଲେଜରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି ।ଗ୍ରାମଦାନୀ ସଂଘର ଖାତା ନମ୍ବର ୬୫/୧୬୯ ,ପ୍ଲଟ ନମ୍ବର ୭୦୧ ୩ଏକର ୮ ଡିସିମିଲ ଜମିକୁ ତା ୨୭-୧୧-୨୦ରିଖରେ ବିକ୍ରୀ କବଲା କରାଯାଇଥିବା ସେ ସୂଚନା ଦେଇଛନ୍ତି ।କିନ୍ତୁ ଗ୍ରାମଦାନୀ ସଂଘର ଜମି ବୋଲି ବିକ୍ରୀ କବଲାରେ ଉଲ୍ଲେଖ କରାଯାଇ ନ ଥିବା ସେ ଅଭିଯୋଗ କରିଛନ୍ତି ।ପଚାଶ ବର୍ଷ ଧରି ଜମିର ଖଜଣା ବନ୍ଧାଯାଉଥିବା ବେଳେ କିପରି କେଉଁ ପ୍ରମାଣ ବଳରେ ରେଜଷ୍ଟ୍ରି କରାଗଲା ବୋଲି ସେ ପ୍ରଶ୍ନ କରିଥିଲେ ।ସେମିଲିଗୁଡା ତହସିଲର ତହସିଲଦାର , ଆରଆଇ  ଓ ଅମିନ ସମସ୍ତେ ଉକ୍ତ ଜମି ଗ୍ରାମଦାନୀ ସଂଘର ଜମି ବୋଲି ଭଲଭାବରେ ଜାଣନ୍ତି ବୋଲି ସେ ସୂଚନା ଦେବା ସହ କିପରି ବିକ୍ରୀ କରାଗଲା ବୋଲି ଉଦବେଗ ପ୍ରକାଶ କରିଛନ୍ତି ।ମେ ମାସ ୩ ତାରିଖରେ ସେ ଜମି ବିକ୍ରୀ ହୋଇ ପଟ୍ଟା ହୋଇଯାଇଥିବା ବିଷୟ ଜାଣିବା ପରେ  ୪ ତାରିଖ ଦିନ ଗ୍ରାମଦାନୀ ସଂଘର ପଟ୍ଟା ,ପାଉତି ଓ ବିକ୍ରୀ ଦଲିଲ ନେଇ ସେ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ ।କୋରାପୁଟ ଜିଲ୍ଲାପାଳ , ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଦାଖଲ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।କୋରାପୁଟ ଜିଲ୍ଲା ରେକର୍ଡ ରୁମ ଓ ଉପଜିଲ୍ଲାପାଳଙ୍କ ରେକର୍ଡ ରୁମରେ ଗ୍ରାମଦାନୀ ସଂଘ ଜମିର ନଥିପତ୍ର ନ ଥିବା ସେ ଅଭିଯୋଗ କରିଛନ୍ତି ।ଷଡଯନ୍ତ୍ର କରି ନଥିପତ୍ର ହଡପ କରାଯାଇଥିବା ଓ  ଏଥିରେ  ପଟ୍ଟାଙ୍ଗୀ ସବ ରେଜିଷ୍ଟ୍ରାର , ସେମିଲିଗୁଡା ତହସିଲ  ଓ ଆରଆଇ ଅଫିସ ସଂପୃକ୍ତ ରହିଥିବା ସେ ଅଭିଯୋଗ କରିଛନ୍ତି ।ପଟ୍ଟା ରଦ୍ଦ ନିମନ୍ତେ ସେ ଦାବି କରିବା ସହ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଓ କୋରାପୁଟ ଉପଜିଲ୍ଲାପାଳଙ୍କ କୋର୍ଟରେ ପଟ୍ଟା ରଦ୍ଦ ନିମନ୍ତେ କେସ କରାଯାଇଥିବା ସେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.