ଭଦ୍ରକ, ୧୧ା୧୨ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ମଞ୍ଜୁରୀରୋଡ ନିକଟ ସାନଶାସନ ଗ୍ରାମର ସ୍ୱର୍ଗତ ଫାର୍ମାଶିଷ୍ଟ ଅଶୋକ କୁମାର ଜେନା ସୃତି ପରିଷଦ ଆନୁକୂଲ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସୋମବାର ଅନୁଷ୍ଠିତ ହୋଇ ୨୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଭଦ୍ରକ ବ୍ଲଡବ୍ୟାଙ୍କ ପକ୍ଷରୁ ଡାକ୍ତର ବାସନ୍ତିଲତା ରାଉତଙ୍କ ତତ୍ତ୍ୱାବଧାନରେ ବ୍ଲଡବ୍ୟାଙ୍କ କର୍ମଚାରୀମାନେ ୨୬ ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ଏହି ଅବସରରେ ଶିକ୍ଷାବିତ କିଶୋର କୁମାର ଜେନାଙ୍କ ପୌରହିତ୍ୟରେ ସ୍ୱର୍ଗତ ଜେନାଙ୍କ ପ୍ରଥମ ବାର୍ଷିକ ସ୍ମୃତିଚାରଣ, ପ୍ରତିମୂର୍ତ୍ତି ଉନ୍ମୋଚନ ଓ ରକ୍ତଦାନ ଶିବିରକୁ ସମାଜସେବୀ ବିଶ୍ୱନାଥ ବାରିକ ସଂଚାଳନା କରିଥିଲେ । ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ୱର୍ଗତ ଜେନାଭ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ଏଥିରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ କୁମାର ଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ସଦସ୍ୟା ସୁଜାତା ଜେନା, ସଂଘମିତ୍ରା ପଣ୍ଡା ପ୍ରମୁଖ ସ୍ୱର୍ଗତ ଜେନାଙ୍କ ସୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଅଜୟ କୁମାର ସାହୁ, ପୂର୍ବତନ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ସମାଜସେବୀ ଗୋଲକ ଚନ୍ଦ୍ର ବେହେରା, ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦ, ପୂର୍ବତନ ସରପଞ୍ଚ ବିଜୟ କେତନ ମହାନ୍ତି, ଶିକ୍ଷାବିତ ପଦ୍ମଲୋଚନ ଦାସ, ଜଗନ୍ନାଥ ଭାରତୀ, ରମେଶ ଚନ୍ଦ୍ର ଭାରତୀ, ଭାସ୍କର ଚନ୍ଦ୍ର ବିଶ୍ୱାଳ, ପ୍ରକାଶ ମହାପାତ୍ର, ପ୍ରଧାନଶିକ୍ଷକ ଲୋକନାଥ ନାୟକ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାଜକିଶୋର ସାହୁ ସୃତିଚାରଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅଭିଷେକ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।








