Home ଜିଲ୍ଲା ପରିକ୍ରମା ‘ସୃଜନଶୀଳ ପରିବର୍ତ୍ତନର ଅନ୍ୟନାମ ସାହିତ୍ୟ’ , ଭଣ୍ଡାରିପୋଖରୀ ସାହିତ୍ୟ ସଂସଦ ବର୍ଷାନ୍ତ ଆସର

‘ସୃଜନଶୀଳ ପରିବର୍ତ୍ତନର ଅନ୍ୟନାମ ସାହିତ୍ୟ’ , ଭଣ୍ଡାରିପୋଖରୀ ସାହିତ୍ୟ ସଂସଦ ବର୍ଷାନ୍ତ ଆସର

43

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପରିବର୍ତ୍ତନଶୀଳ ସମାଜର ଅନ୍ୟତମ ଧାରକ ସାହିତ୍ୟ । ପରିବର୍ତ୍ତନକୁ ମାର୍ଜିତ ଓ ସୃଜନଶୀଳ କରିବା ହେଉଛି ସାହିତ୍ୟର ଧର୍ମ । ଯାହା କିଛଇ ସୃଜନଶୀଳ ପରିବର୍ତ୍ତନ ହେଉଛି ତାହାହିଁ ସାହିତ୍ୟ ବୋଲି ଭଣ୍ଡାରିପୋଖରୀ ସାହିତ୍ୟ ସଂସଦର ବର୍ଷାନ୍ତ ସାହିତ୍ୟ ଆସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି ପ୍ରକାଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରବିବାର ତଳସୀପୁର ବୀରଭଦ୍ର ସ୍ମୃତିପାଠାଗାର ପରିସରରେ ଅନୁଷ୍ଠିତ ଏହି ଆସରକୁ ମୁଖ୍ୟଅତିଥି କବି ଡ. ଭରତ ଚନ୍ଦ୍ର ବେହେରା ଉଦଘାଟନ କରି ପଦ୍ୟ ଅପେକ୍ଷା ଗଦ୍ୟ ଚରନାରେ ଘଟଣାର ଅବତାରଣା ପାଇଁ ଅଧିକ ସୁଯୋଗ ମିଳିଥିଲେ ବି କବିତା ହୃଦୟ ଜିଣିଥାଏ ବୋଲି କହିଥିଲେ । ବିଶିଷ୍ଟ ଅତିଥି ଭାବେ କବି ଅଚ୍ୟୁତାନନ୍ଦ ସାମଲ ସମାଜକୁ ଦିଗଦର୍ଶନ ଦେବାରେ ସାହିତ୍ୟିକଙ୍କ ଭୂମିକା ସମ୍ପର୍କରେ ଉଲ୍ଲେଖ କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ଅଧ୍ୟାପକ ଅନାଦି ଚରଣ ସାହୁ ମୂଲ୍ୟବୋଧ ସାହିତ୍ୟ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଓ ବକ୍ତା ଭାବେ ଅରୁଣୋଦୟ ଖିଲାର, ଶାରଦା ବିଦ୍ୟାମନ୍ଦିର ପ୍ରଧାନଚାର୍ଯ୍ୟ ଶରତ ଚନ୍ଦ୍ର ମହାପାତ୍ର, ପ୍ରେସକ୍ଲବ ସଭାପତି ଧ୍ରୁବଚରଣ ବାରିକ, ପ୍ରଧାନଶିକ୍ଷକ ବିରଞ୍ôଚନାରାୟଣ ସାମଲ, ଅଜୟ କୁମାର ସାହୁ, ନିର୍ମଳ କୁମାର ଧଳ ଅଭିଭାଷଣ ପ୍ରଦାନ କରିଥିଲେ । ସାହିତ୍ୟ ସଂସଦର ସାଧାରଣ ସମ୍ପାଦକ ପବନ କୁମାର ନାୟକ ଅତିଥି ପରିଚୟ, ପ୍ରଫୁଲ୍ଲ କୁମାର ନାୟକ ସ୍ୱାଗତ ଭାଷଣ ଓ ଜଗନ୍ନାଥ ସାମଲ ଧନ୍ୟବାଦ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଦିବଙ୍ଗତ ଡ. ଅଶୋକ କୁମାର ମହାପାତ୍ର, ସୁରେନ୍ଦ୍ରନଥ ଦାସ, ଡ.ଅଚ୍ୟୁତାନନ୍ଦ ନାୟକ ଡା. ଉପେନ୍ଦ୍ର ପ୍ରସାଦ ନାୟକ ଓ ରାଧାଶ୍ୟାମ ସାହୁଙ୍କ ଆତ୍ମାର ସସଦଗତି କାମନା କରାଯାଇ ନିରବ ପ୍ରାର୍ଥନ କରାଯାଇଥିଲା । ଏହି ଅବସରରେ ଆୟୋଜିତ କବିତା ପାଠତ୍ସୋବ ଅଧିବେଶନରେ କବି ନଟବର ରାଉଳ ଅଧ୍ୟକ୍ଷତା କରିଥିଲେ । ଏଥିରେ ଅତିଥି ଭାବେ ଭଣ୍ଡାରିପୋଖରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଭରତ ଚନ୍ଦ୍ର କରଣ, ସମୀକ୍ଷକ ଭାବେ କବି ପୁରୁଷୋତ୍ତମ ଧଳ ଯୋଗଦେଇଥିଲେ । ସଞ୍ଜୟ କୁମାର ନନ୍ଦ, ଗୁରଚରଣ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠତ୍ସୋବରେ କବି ବ୍ରଜକିଶୋର ମହାନ୍ତି, ଇଂ ଶଶାଙ୍କଶେଖର ପଣ୍ଡା, ରମାକାନ୍ତ ବେହେରା, ଘନଶ୍ୟାମ ସ୍ୱାଇଁ, ବିଶ୍ୱମ୍ଭର ରାଉତ, ମୁରଲିଧର ଦାସ, ପ୍ରଫୁଲ୍ଲ କୁମାର ନାୟକ, ଅରୁଣୋଦୟ ଖିଲାର, ଜଗନ୍ନାଥ ସାମଲ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ପ୍ରଧାନଶିକ୍ଷୟତ୍ରୀ ଭାଗ୍ୟଶ୍ରୀ ସାମଲ, ସ୍ମାରକ ସାମଲ, ଦିବ୍ୟାଶ୍ରୀ ସାମଲ, ଅମୃତା ତନ୍ମୟା ସାମଲ ପ୍ରମୁଖ ଉତ୍ସ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.