Home ଜିଲ୍ଲା ପରିକ୍ରମା ସୁସ୍ଥ ଜୀବନଶୈଳୀକୁ ନେଇ ୬ଷ୍ଠ ଦିନରେ ନୂଆ-ଓ ଯୋଜନା କାର୍ଯ୍ୟକ୍ରମ

ସୁସ୍ଥ ଜୀବନଶୈଳୀକୁ ନେଇ ୬ଷ୍ଠ ଦିନରେ ନୂଆ-ଓ ଯୋଜନା କାର୍ଯ୍ୟକ୍ରମ

14

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୁସ୍ଥ ଜୀବନଶୈଳୀକୁ ନେଇ ଆଜି ଓଡ଼ିଶା ସରକାରଙ୍କ ପକ୍ଷରୁ ନୂଆ-ଓ ଯୋଜନା କାର୍ଯ୍ୟକ୍ରମ ଆଜି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସୁସ୍ଥ ଜୀବନଶୈଳୀ ଉପରେ ଏକ ଶୋଭାଯାତ୍ରା ଛାତ୍ରଛାତ୍ରୀଙ୍କ ଦ୍ୱାରା ସହର ପରିକ୍ରମା କରିଥିଲା । ଏହି ପରିପ୍ରେକ୍ଷୀରେ ସେମାନେ ଜନସାଧାରଣଙ୍କୁ ସୁସ୍ଥ ରହିବାର ଶୈଳୀ ଉପରେ ସ୍ଲୋଗାନ ଦେଇ ଅବଗତ କରାଇଥିଲେ । ଶରୀର ଭଲ ରହିଲେ ଆମେ ସମସ୍ତେ ମିଶି ଏକ ସୁନ୍ଦର ଓ ସୁସ୍ଥ ସମାଜ ଗଠନ କରିପାରିବା ବୋଲି ଛାତ୍ରଛାତ୍ରୀମାନେ ସମସ୍ତଙ୍କୁ ହୃଦବୋଧ କରାଇଥିଲେ । ଏହି ଅଭିଯାନ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଡ. ଦୁର୍ଗାଶଙ୍କର ଦାସ, ସାମାଜିକ କାର୍ଯ୍ୟକଳାପ ସଂଯୋଜକ ଡ. ପଦ୍ମନାଭ ପତ୍ରୀ, ନୋଲା ଅଫିସର ଡ. ଲକ୍ଷ୍ମୀକାନ୍ତ ନାୟକ, ଅଧ୍ୟାପକ ଡ. ସୁଦର୍ଶନ ଦାସ, ଅଧ୍ୟାପକ ଡ. ସନ୍ତୋଷ କୁମାର ସେଠୀ ଏବଂ ଅଧ୍ୟାପକ ନାରାୟଣ ଚନ୍ଦ୍ର ବେହେରା ପ୍ରତ୍ୟକ୍ଷ ଭାବେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.