Home ଓଡ଼ିଶା ସୁଲତାନ ପୁରରେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ, ୨ ପାଇଲଟ ମୃତ

ସୁଲତାନ ପୁରରେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ, ୨ ପାଇଲଟ ମୃତ

363

ନୂଆଦିଲ୍ଲୀ,୦୬/୧୦,(ଓଡ଼ିଆ ପୁଅ ପି ନାଏକ): ତାଲିମ ଦେଉଥିବା ବିମାନ ହୋଇଛି କ୍ରାସ । ଏହି ଦୁର୍ଘଟଣା ତେଲେଙ୍ଗନାର ବିକାରାବାଦ ଜିଲ୍ଲାର ସୁଲ୍ଲତାନପୁରରେ ହୋଇଛି । ଫଳରେ ଏହି ବିମାନରେ ଥିବା ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଛି । ଦୁଇ ମୃତ ପାଇଲଟଙ୍କ ମଧ୍ୟରୁ ଜଣେ ପ୍ରକାଶ ବିଶାଳ ଅନ୍ୟ ଜଣେ ମହିଳା ପାଇଲଟ ଥିଲେ । ଏଯାଏଁ ମହିଳା ପାଇଲଟଙ୍କ ବିଷୟରେ କିଛି ସ୍ପଷ୍ଟ ଭାବରେ ଜଣା ପଡିନାହିଁ । ଖବର ପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ତେବେ ମିଳିଥିବା ସୂଚନା ଅନୁସାରେ, ଟ୍ରେନର  ବିମାନଟି ବିକାରାବାଦର ସୁଲ୍ଲତାନପୁର ଗାଁର ଉପରକୁ ଉଡାଣ ଭରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା । ବିମାନ ପଡିବାର ଶଦ୍ଦ ଶୁଣି ଗ୍ରାମବାସୀ ଘଟଣାସ୍ଥଳକୁ ଆସି ଦୁର୍ଘଟଣା ସମ୍ପର୍କରେ ପୋଲିସ୍‌କୁ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.