ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ଜାନୁୟାରୀ ୫ ତାରିଖରେ ପ୍ରକାଶିତ ହେବାକୁ ଥିବା ଚୂଡ଼ାନ୍ତ ଭୋଟର ତାଲିକା ନିମନ୍ତେ ଚାଲୁ ରହିଥିବା ସଂକ୍ଷିପ୍ତ ସଂଶୋଧନ ପ୍ର୍ରକ୍ରିୟା କାର୍ଯ୍ୟକ୍ରମ ଭଦ୍ରକ ଜିଲ୍ଲାରେ ଶେଷ ପର୍ଯ୍ୟାୟରେ ପହଞ୍ôଚଛି । ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ପାଇଁ ରୋଲ୍ ଅବଜର୍ଭର ଭାବେ ନିୟୋଜିତ ହୋଇଥିବା ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ ସୁପର ଚେକିଂ ନିମନ୍ତେ ଦ୍ୱିତୀୟବାର ପରିଦର୍ଶନରେ ଆସି ସଂଶୋଧନ ପ୍ରକ୍ରିୟା ବିଭିନ୍ନ କାର୍ଯ୍ୟକ୍ରମ ଓ ତଥ୍ୟ ଆଦିର ସମୀକ୍ଷା କରିଛନ୍ତି । ୨୩ ତାରିଖ ଶନିବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ôଚ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଉପଜିଲ୍ଲାପାଳ ମନୋଜ ପାତ୍ର ଓ ଡେପୁଟୀ କଲେକ୍ଟର ସାଗରିକା ସାହୁଙ୍କ ଉପସ୍ଥିତିରେ ସଂଶୋଧନ ପ୍ରକ୍ର୍ରିୟାରେ ଅନ୍ଲାଇନ୍ ତଥା ପ୍ରତ୍ୟକ୍ଷ ଭାବେ ପ୍ରାପ୍ତ ସମସ୍ତ ଆବେଦନ, ଅଭିଯୋଗ ଓ ବର୍ତ୍ତମାନ ସୁଦ୍ଧା ସମ୍ପାଦିତ କାର୍ଯ୍ୟସୂଚୀ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ପଚାରି ବୁଝିଥିଲେ ଓ ଆବଶ୍ୟକ ସ୍ଥଳେ ବିହିତ ପଦକ୍ଷେପ ଗ୍ରହଣ ନିମନ୍ତେ ପରାମର୍ଶ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୯୯ ଭାଗ କାର୍ଯ୍ୟ ସମାପ୍ତ ହୋଇଥିବା ନେଇ ଶ୍ରୀଯୁକ୍ତ ସାମଲ ସନ୍ତୋଷ ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ କି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରୟା ୨୦୨୪ରେ ୨୭.୧୦.୨୦୨୩ ରୁ ୨୩.୧୨.୨୦୨୩ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ପାଇଁ ସମୁଦାୟ ୬୪,୬୬୧ ଦରଖାସ୍ତ ଗ୍ରହଣ କରାଯାଇଛି । ସେଥି ମଧ୍ୟରେ ଫର୍ମ ୬ରେ ୨୮,୫୦୨ ଫର୍ମ ୭ରେ ୨୨,୦୦୦ ଏବଂ ଫର୍ମ ୮ ରେ ୧୪,୧୫୯ ଫର୍ମ ସଂଗୃହୀତ ହୋଇଛି । ୨୪ ତାରିଖ ରବିବାର ପୂର୍ବାହ୍ନରେ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ସାମଲ କ୍ଷେତ୍ର ପରିଦର୍ଶନ ନିମନ୍ତେ ବାସୁଦେବପୁରକୁ ଗସ୍ତ କରିଥିଲେ । ଉପଜିଲ୍ଲାପାଳ ମନୋଜ ପାତ୍ର ତାଙ୍କ ସହ କ୍ଷେତ୍ର ପରିଦର୍ଶନରେ ଉପସ୍ଥିତ ରହି ଆବଶ୍ୟକ ମତେ ସହଯୋଗ କରିଥିଲେ ।