Home ଜିଲ୍ଲା ପରିକ୍ରମା ସୁଚିତ୍ରା ପାଣିଗ୍ରାହୀଙ୍କ ‘ପିଲା ମନ’ ଉନ୍ମୋଚିତ

ସୁଚିତ୍ରା ପାଣିଗ୍ରାହୀଙ୍କ ‘ପିଲା ମନ’ ଉନ୍ମୋଚିତ

36

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଇପାସ୍‌ସ୍ଥିତ ପାଣିଗ୍ରାହୀ ଦମ୍ପତିଙ୍କ ବାସଭବନ ‘ଛାଇ’ ଠାରେ ଟାଇମ୍‌ପାସ୍ ତରଫରୁ ଏକ ଲେଖନୀୟ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କବୀ ଓ ଶିଶୁ ସାହିତ୍ୟିକା ଭାବେ ସୁପରିଚିତ୍ ସେବାନିବୃତ ଅଧ୍ୟକ୍ଷା ସୁଚିତ୍ରା ପାଣିଗ୍ରାହୀଙ୍କର ମନସ୍ତାତ୍ୱିକ ଫିଚର ପୁସ୍ତକ ‘ପିଲାମନ’ ଉନ୍ମୋଚିତ ହୋଇଯାଇଛି । ପୁସ୍ତକଟି କବିତ୍ୱ ଓ ଶିଶୁ ମନସ୍ତତ୍ୱର ଅପୂର୍ବ ସମନ୍ୱୟ ହୋଇଥିବାରୁ ସାରସ୍ୱତ ଜଗତରେ ଏକ ନୂତନ ସଂଯୋଜନା ବୋଲି ମତ ପ୍ରକାଶ ପାଇଛି । କବି ସରୋଜ ବଳଙ୍କ ସଂଚାଳନାରେ ଅନୁଷ୍ଠିତ ବଂଧୁମିଳନରେ ଡ. ବ୍ରଜମୋହନ ମିଶ୍ର ଓ ଉମାମଣି ପାଣିଗ୍ରାହୀ ପୁସ୍ତକ ଉନ୍ମୋଚନ କରିଥିଲାବେଳେ ଗାଳ୍ପିକ ରଜନୀକାନ୍ତ ମହାନ୍ତି, ଝରଣା ପଟ୍ଟନାୟକ, ଡ. ପ୍ରଭାତ ନଳିନୀ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ବହଳି, ଅରୁଣ ଖିଲାର ଓ କୈଳାସ ଚନ୍ଦ୍ର ପଣ୍ଡା ଅତିଥି ଭାବେ ଯୋଗଦେଇଥିଲେ । ପବିତ୍ର ପାଣିଗ୍ରାହୀ ସ୍ୱାଗତ ସମ୍ଭାଷଣ, ଅଭିଜିତ ନାୟକ ପୁସ୍ତକ ସଂପର୍କରେ ସୂଚନା ଓ ଲେଖିକା ସୁଚିତ୍ରା ଲେଖକୀୟ ଅଭିବ୍ୟକ୍ତି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଶୋକ କୁମାର ଜେନା, ବିକାଶ ନାରାୟଣ ନନ୍ଦ, ଅର୍ନ୍ତଯ୍ୟାମି ମହାରଣା, ସଂଗ୍ରାମ ସେନାପତି, ରମେଶ ଚନ୍ଦ୍ର ସ୍ୱାଇଁ, ଆଶିଷ କୁମାର ମିଶ୍ର, ଅବିନାଶ ସାହୁ ପ୍ରମୁଖ ବଂଧୁମିଳନରେ ସାମିଲ ଥିଲେ । ଶେଷରେ ପତିତପାବନ ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.