Home ଓଡ଼ିଶା ସୁଚନା ଫଳକ ଓ କାଗଜପତ୍ରରେ ବାହ୍ୟ ମଳମୁକ୍ତ ଗାଁ ଯୋଜନା

ସୁଚନା ଫଳକ ଓ କାଗଜପତ୍ରରେ ବାହ୍ୟ ମଳମୁକ୍ତ ଗାଁ ଯୋଜନା

102

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୮/୦୭-ନୟାଗଡ ଜିଲ୍ଲା ରଣପୁର ଏନ୍‌.ଏ.ସି ଓ ବ୍ଲକ୍ ଅଂଚଳରେ କେବଳ କାଗଜପତ୍ର ଓ ସୁଚନା ଫଳକରେ ବାହ୍ୟ ମଳମୁକ୍ତ ଗାଁ ଯୋଜନା ଚାଲିଥିବା ଅଭିଯୋଗ ହେଉଛି । ଜିଲ୍ଲା ଜଳ ଓ ପରିମଳ ମିଶନ୍ ତରଫରୁ ପ୍ରତି ଗାଁ ମୁଣ୍ଡରେ ଫଳକ ମାଧ୍ୟମରେ ଜଣା ଯାଇଛି ଯେ ଆମେ ଗାଁକୁ ସ୍ୱଛ ରଖିବା ପାଇଁ ପ୍ରତିବଦ୍ଧ ଅଟୁ । କିନ୍ତୁ ପ୍ରକୃତ ପକ୍ଷେ ସବୁଘରେ ପାଇଖାନା ନିର୍ମାଣ ହୋଇପାରି ନାହିଁ । ଯାହାର ବି ଘରେ ପାଇଖାନା ନିର୍ମାଣ ହୋଇଛି କେତେକ ଯାଗାରେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ତାହା ବ୍ୟବହାର ଉପଯୋଗୀ ହେଉନାହିଁ । ତେଣୁ ଲୋକମାନେ ମଳତ୍ୟାଗ ପାଇଁ ପାଣିଢାଳ ଧରି ରାସ୍ତାକଡ କିମ୍ବା ପୋଖରୀ ହୁଡା ଖାଲି ପଡିଆକୁ ମଳତ୍ୟାଗ ପାଇଁ ଯାଉଥିବା ଦେଖିବାକୁ ମିଳୁଛି ।

ଏ ସମ୍ପର୍କେ ରଣପୁର ବ୍ଲକ୍ ଜଳ ପରିମଳ କନିଷ୍ଠ ଯନ୍ତ୍ରୀ(୨) ମହେନ୍ଦ୍ର ମହାପାତ୍ରଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଯେ ପ୍ରତି ପଂଚାୟତରୁ ଅନ୍‌ଲାଇନ୍ ରେ ପାଇଖାନା ନିର୍ମାଣ ସମ୍ପର୍କେ ରିପୋର୍ଟ ମଗାଯାଇଥିଲା । ରିପୋର୍ଟରେ  ଜଣାଗଲା ଯେ ସମସ୍ତଙ୍କ ଘରେ ପାଇଖାନା ନିର୍ମାଣ ସରିଛି । ତେଣୁ ପ୍ରତି ଗାଁ ମୁଣ୍ଡରେ ଫଳକ ମାରି ସଚେତନତାର ବାର୍ତ୍ତା ପ୍ରଦାନ କରାଗଲା । କିନ୍ତୁ ଦେଖାଗଲା ଯେ ଘରେ ଗୋଟିଏ ଭାଇ ନାମରେ ପାଇଖାନା ଅଛି ଅନ୍ୟ ଭାଇମାନଙ୍କ ନାମରେ ପାଇଖାନା ନାହିଁ । ଏହିଭଳି କ୍ଷେତ୍ରରେ ପ୍ରତ୍ୟେକ ଅଙ୍ଗନାବାଡି କର୍ମୀମାନଙ୍କୁ କାହାଘରେ ପାଇଖାନା ନାହିଁ ସେ ସମ୍ପର୍କେ ରିପୋର୍ଟ ମଗାଯାଇଅଛି । କିନ୍ତୁ ରିପୋର୍ଟ ଏପର୍ଯ୍ୟନ୍ତ ଆମ୍ଭ ନିକଟକୁ ଆସିନାହିଁ । ଏହିଭଳି ଅବସ୍ଥା ରଣପୁର ବ୍ଲକ୍ ର ସମସ୍ତ ଗ୍ରାମ ପଂଚାୟତରେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.