Home ଜିଲ୍ଲା ପରିକ୍ରମା ସୁକଚାନ୍ଦ ମାନ୍ନା ସରକାରୀ ଉପ୍ରା ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା

ସୁକଚାନ୍ଦ ମାନ୍ନା ସରକାରୀ ଉପ୍ରା ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା

7

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟସ୍ଥ କରଞ୍ଜମାଳ କ୍ଲଷ୍ଟରରେ ଥିବା ସୁକାଚାନ୍ଦ ମାନ୍ନା ସରକାରୀ ଉପ୍ରା ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟନ ହୋଇ ଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟରେ ପୂର୍ବତନ ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ଦଳେଇ ଯୋଗଦେଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନୁପ କୁମାର ଦାସଙ୍କ ପୌରୋହିତ୍ୟରେ ସିଆରସିସି ତ୍ରିଲୋଚନ ଦାସ ,ଗୋରାଚାନ୍ଦ ମାଝୀ,ଧନପତି ମାନ୍ନା ରଣିଜିତ ଜେନା ପ୍ରମୁଖ ଯୋଗ ଦେଇ କ୍ର୍ରୀଡା ପତାକା ଉତୋଳନ କରିଥିଲେ ।କ୍ରୀଡା ଶିକ୍ଷକ ଶ୍ରୀକୃଷ୍ଣ ପଣ୍ଡିତଙ୍କ ତତ୍ୱାବଧାନରେ ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ୟାରେଡ ଓ ବିଭିନ୍ନ ବିଭାଗର ଖେଳ ପରିଚାଳିତ ହୋଇଥିଲା । ବିଦ୍ୟାଳୟର ଶିକ୍ଷକ କାଳିପଦ ମଣ୍ଡଳ,ରାଜେନ୍ଦ୍ର ପ୍ରସାଦ ରାଉଳ, ତ୍ରିନାଥ ସାହୁ, ଅଢ଼ୀୟ ଦୁଆରୀ, ବିଶଯବମ୍ବର ସିଂ, ସସ୍ମିତା ଦୁଆରୀ, ରଶ୍ମିତା ମଣ୍ଡଳ, କମଳିନୀ ଦାସ,ଲକ୍ଷ୍ମଣ ଦାସ,ଏସଏମସି ଚେୟାର ମେନ ବ୍ରଜ କିଶୋର ଗିରି ପ୍ରମୁଖ ଚଳିତ ବର୍ଷ କ୍ରୀଡା ଉତ୍ସବରେ ଉପସ୍ଥିତ ରହି ସୁପରିଚାଳନା କରିଥିଲେ । ପିଲା ମାନଙ୍କର ସହଶୈଶବ ଓ ବିକାଶ କ୍ଷେତ୍ରରେ ସହଶୈଶବ କାର୍ଯ୍ୟକ୍ରମ ଏକ ବଳିଷ୍ଠ ଭୂମିକା ଗ୍ରହଣ କରେ ବୋଲି ଅତିଥି ମାନେ ମତ ପୋଷଣ କରିଥିଲେ । ଦୁଇ ଦିନ ଧରି ଚାଲିଥିବା କ୍ରୀଡା ଉତ୍ସବ ଆଜି ଉଦଯାପିତ ହୋଇଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି କ୍ରୀଡା ପତାକା ଅବତରଣ କରିଥିଲେ । ଆସନ୍ତା ବାର୍ଷିକୋତ୍ସବରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରଷ୍କାର ବିତରଣ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.