Home ଜିଲ୍ଲା ପରିକ୍ରମା ସିପିଆଇଏମ୍ ପକ୍ଷରୁ ନବୀନ ଓ ମୋଦି ସରକାରଙ୍କ ଜନବିରୋଧୀ ନୀତିକୁ ବିରୋଧ

ସିପିଆଇଏମ୍ ପକ୍ଷରୁ ନବୀନ ଓ ମୋଦି ସରକାରଙ୍କ ଜନବିରୋଧୀ ନୀତିକୁ ବିରୋଧ

40

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗଣତନ୍ତ୍ର ବିରୋଧୀ, ସମ୍ବିଧାନ ବିରୋଧୀ, ଧର୍ମ ନିରପେକ୍ଷତା ବିରୋଧୀ, ଦେଶରେ ଦରଦାମ ବୃଦ୍ଧି କରୁଥିବା ଓ ବେକାରୀ ସମସ୍ୟାକୁ ଉତ୍କଟ କରୁଥିବା ଓ ଚାଷୀ ଫସଲର ଲାଭଜନକ ଦର ପାଇଁ ଏମ୍‌ଏସ୍‌ପି ଆଇନ୍ ନଆଣି ଚାଷୀ ଆତ୍ମହତ୍ୟା ବୃଦ୍ଧି କରୁଥିବା କେନ୍ଦ୍ରର ମୋଦି ସରକାର ଓ ରାଜ୍ୟର ବିଜେଡି ସରକାର କେନ୍ଦ୍ର ସରକାରଙ୍କ ନିକଟରେ ବନ୍ଧା ପଡିଥିବାରୁ ନବୀନ ପଟ୍ଟନାୟକଙ୍କ ଜନବିରୋଧୀ ନୀତି ବିରୋଧରେ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି ସିପିଆଇଏମ୍ ନେତା ସନ୍ତୋଷ ଦାସ, ନିର୍ମଳ ନାୟକ । ଚନ୍ଦ୍ରଶେଖର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲା ସଂପାଦକ ଦିବ୍ୟସିଂହ ନାୟକ ଜିଲା କମିଟି ପକ୍ଷରୁ ସଂଗଠିତ ହୋଇଥିବା ଗଣତନ୍ତ୍ରକୁ ହତ୍ୟା କରି ସଂସଦରୁ ବିରୋଧୀ ଦଳର ସଦସ୍ୟମାନଙ୍କୁ ବରଖାସ୍ତ କରି ବିଲ୍ ଗୃହିତ କରିଥିବାର ପ୍ରତିବାଦ କରି ଜିଲାପାଳ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ନୂଆ ଆଇପିସି ଅନୁସାରେ ପରିବହନ ଶ୍ରମିକମାନଙ୍କୁ ଦୁର୍ଘଟଣା ପାଇଁ ୧୦ ବର୍ଷ ଦଣ୍ଡ ଓ ୭ ଲକ୍ଷ ଜରିମାନା ପ୍ରତିବାଦରେ ଗତ ୩ ଜାନୁୟାରୀ ମାସରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ମହିଳାମାନଙ୍କ ତରଫରୁ ଗଣବଣ୍ଟନ ବ୍ୟବସ୍ଥାକୁ ସର୍ବଜନନୀୟ କରିବା ପାଇଁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଆଗାମୀ ଦିନରେ ବିଜେପି ଦଳକୁ ପରାସ୍ତ କରିବା ପାଇଁ ଅଣବିଜେଡି ଧର୍ମ ନିରପେକ୍ଷ ଦଳମାନଙ୍କୁ ନିର୍ବାଚିତ କରିବା ପାଇଁ ସମସ୍ତଙ୍କୁ ଜିଲା କମିଟି ତରଫରୁ ନିବେଦନ କରିଛନ୍ତି ଦିବ୍ୟସିଂହ ନାୟକ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.