Home ଜିଲ୍ଲା ପରିକ୍ରମା ସିଟି ଫାଦର କର୍ମଯୋଗୀ ପ୍ରାଣକୃଷ୍ଣ ଥିଲେ ଦରଦୀ ପ୍ରାଣର ବନ୍ଧୁ

ସିଟି ଫାଦର କର୍ମଯୋଗୀ ପ୍ରାଣକୃଷ୍ଣ ଥିଲେ ଦରଦୀ ପ୍ରାଣର ବନ୍ଧୁ

32

ଭଦ୍ରକ, ୨୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱର୍ଗତଃ ପ୍ରାଣକୃଷ୍ଣ ବିଶ୍ୱାଳ ଥିଲେ କର୍ମଯୋଗୀ, ନିସ୍ୱାର୍ଥପର ସ୍ୱାଧୀନତା ସଂଗ୍ରାମୀ, ଦରଦୀ ପ୍ରାଣର ବନ୍ଧୁ, ଗରିବର ସୁଖଦୁଖର ସାଥୀ ତଥା ଭଦ୍ରକର ପ୍ରାଣ। ଭଦ୍ରକର ପ୍ରଗତି ଓ ବିକାଶ ପାଇଁ ସେ ସର୍ବଦା କର୍ମତତ୍ପର ଥିଲେ। ବାଲ୍ୟ ଜୀବନରୁ ନିଜର ପ୍ରତିଭା ତଥା ନିର୍ଭୀକ କର୍ତ୍ତବ୍ୟ ନିଷ୍ଠା ତାଙ୍କୁ ଦେଇଛି କର୍ମଯୋଗୀର ପରିଚୟ, ଶିକ୍ଷା, ସଂସ୍କୃତି, ରାଜନୀତି, ସମାଜସେବୀ ଏବଂ ପ୍ରଶାସନିକ ସେବା କ୍ଷେତ୍ରରେ ତାଙ୍କର ଦକ୍ଷତା ପାରଦର୍ଶିତା ବର୍ତ୍ତମାନର ରାଜନେତାଙ୍କ ପାଇଁ ଜ୍ୱଳନ୍ତ ଆଦର୍ଶ ହେବା ଉଚିତ୍ ବୋଲି ପ୍ରାଣକୃଷ୍ଣ ବିଶ୍ୱାଳ ସ୍ମୃତିଚାରଣ ସଭାରେ ବିଶିଷ୍ଟ ଅତିଥିମାନେ ନିଜ ନିଜର ମତ ପ୍ରକାଶ କରିଛନ୍ତି। ଭଦ୍ରକ ନୂଆବଜାରସ୍ଥିତ ଭାଗବତ କଲ୍ୟାଣ ମଣ୍ଡପରେ ସାରସ୍ୱତ ସାଧକ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇ ସ୍ୱର୍ଗତଃ ପ୍ରାଣକୃଷ୍ଣ ବିଶ୍ୱାଳଙ୍କର କର୍ମମୟ ଜୀବନର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ‘ସଂକ୍ଷେପରେ କର୍ମଯୋଗୀ ପ୍ରାଣକୃଷ୍ଣ’ ପୁସ୍ତିକା ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ଏହି ସ୍ମୃତିଚାରଣ ସଭାରେ ଓଡ଼ିଶାର ବିଶିଷ୍ଟ ନାଟ୍ୟକାର ରାଜ୍ୟ ସଂଗୀତ ନାଟକ ଏକାଡେମୀ ପୁରସ୍କୃତ ସୁଧାକର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ କର୍ମମୟ ଜୀବନ ଓ ନିସ୍ୱାର୍ଥପର ସେବା ସଂପର୍କରେ ସୂଚାଇଥିଲେ। ଏବଂ ଏହି ନୀରବ ସ୍ରଷ୍ଟାଙ୍କ ଲେଖନୀରୁ ସୃଷ୍ଟି ହୋଇଛି ଛନ୍ଦବୋଧ କବିତା ସଂକଳନ ‘ସୁନାଝିଅ’। ଏହି ସଭାରେ ସ୍ୱର୍ଗତଃ ବିଶ୍ୱାଳଙ୍କ ବଡପୁତ୍ର ଦୁର୍ଗାଶଙ୍କର ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅନୁଷ୍ଠାନର ସଂପାଦକ ବରିଷ୍ଠ ସାମ୍ବାଦିକ ପରମା ଦାସ ସଂପାଦକୀୟ ବିବରଣୀ ପାଠ କରିଥିଲେ।

ଅଧ୍ୟାପକ ଅମରେନ୍ଦ୍ର ପଣ୍ଡା ସ୍ୱାଗତ ଭାଷଣ ଦେଇଥିବାବେଳେ ଦିନକୃଷ୍ଣ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ବିପିନ ବିହାରୀ ବିଶ୍ୱାଳ ମୁଖ୍ୟବକ୍ତା, ଇଂରାଜୀ ସାହିତ୍ୟର ଧୁରୀଣ ବିନ୍ଧାଣୀ ସାହିତ୍ୟିକ ପ୍ରାଧ୍ୟାପକ ବ୍ରଜମୋହନ ମିଶ୍ର ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ। ପୂର୍ବତନ ଅତିରିକ୍ତ ସୂଚନା ଅଧିକାରୀ ଚନ୍ଦ୍ରକାନ୍ତ ନାୟକ, ସମାଜସେବୀ ମହମ୍ମଦ ଫାରୁକ୍‌, ଇଂ ଅଭୟ ସୂତାର, କବି ବ୍ରଜେନ୍ଦ୍ର ଗିରି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତଃ ବିଶ୍ୱାଳଙ୍କ ଜୀବନାଦର୍ଶର ବିଭିନ୍ନ ଦିଗ ଉପରେ ଆଲୋଚନା କରିôତଲେ। ଏହି ଅବସରରେ ସ୍ୱର୍ଗତଃ ବିଶ୍ୱାଳଙ୍କ ସହ ଜଡିତ ଥିବା ପୂର୍ବତନ କାଉନ୍‌ସିଲର ମହମ୍ମଦ ଅବଦୁଲ ବାରୀ, ଜଗନ୍ନାଥ ଲେଙ୍କା, ପୂର୍ଣ୍ଣଚନ୍ଦ୍ର ମିଶ୍ର, ଆଇନ୍‌ଜୀବୀ ଆବୁ ସୋଫିଆନ, ସ୍ୱର୍ଗତଃ ରାଇକିଶୋର ମହାନ୍ତି ଏବଂ ସମାଜସେବୀ ପ୍ରଭାତ ତ୍ରିପାଠୀଙ୍କୁ ‘ପ୍ରାଣକୃଷ୍ଣ ବିଶ୍ୱାଳ ସ୍ମୃତି ସମ୍ମାନ’ ରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ମୃତ୍ୟୁଞ୍ଜୟ ମହାପାତ୍ର, ଅଭୟ କୁମାର ସେଣ୍ଢ, ଦିବାକର ବାରିକ, ସହ ସଂପାଦକ ରାକେଶ ଦାଶ, ମୁଖ୍ୟ ସଂଯୋଜକ ସତ୍ୟଭୂଷଣ ସ୍ୱାମୀ ପ୍ରମୁଖ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନ୍‌ଜୀବୀ ଯତିକାନ୍ତ ନାୟକ, ସମାଜସେବୀ ଶିବପ୍ରସାଦ ରାୟ, ହରେକୃଷ୍ଣ ନାୟକ, ରାଧାରାଣୀ ମହାପାତ୍ର, ଶରତ ଚନ୍ଦ୍ର ଜେନା, ଜାନକୀ ପାଢୀ, ନିରଂଜନ ବାରିକ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ। ସଂଗୀତ ନିର୍ଦ୍ଦେଶକ ରୁଦ୍ରମାଧବ ବାରିକ ପ୍ରାରମ୍ଭିକ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବା ସହିତ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ଶୁଭସ୍ମିତା ରାଉତ ସଂଗୀତ ପରିବେଷଣ କରିଥିଲେ। ଶେଷରେ ଅନୁଷ୍ଠାନର ସାଂସ୍କୃତିକ ସଂପାଦିକା ରଶ୍ମିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.