Home ଜିଲ୍ଲା ପରିକ୍ରମା ସିଆରଏସ ହାଇସ୍କୁଲର ପ୍ଲାଟିନମ ଜୁବୁଲି ଉଦ୍‌ଯାପିତ, ଶିକ୍ଷାନୁଷ୍ଠାନ ଗଢ଼ିବା ଦିଗରେ ସମସ୍ତଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ

ସିଆରଏସ ହାଇସ୍କୁଲର ପ୍ଲାଟିନମ ଜୁବୁଲି ଉଦ୍‌ଯାପିତ, ଶିକ୍ଷାନୁଷ୍ଠାନ ଗଢ଼ିବା ଦିଗରେ ସମସ୍ତଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ

49

ଭଦ୍ରକ, ୧୬ା (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ସ୍ଥିତ ଚନ୍ଦ୍ରଶେଖର ରତ୍ନାକର ସହଯୋଗ ହାଇସ୍କୁଲର ୭୫ ବର୍ଷ ପୂର୍ତ୍ତି ଅବସରରେ ଚାଲିଥିବା ତିନିଦିନିଆ ପ୍ଲାଟିନମ ଜୁବିଲି ସମାରୋହ ସୋମବାର ଉଦ୍‌ଯାଜପିତ ହୋଇ ଯାଇଛି । ଏହି ଅବସରରେ ପୂର୍ବାହ୍ନରେ ପୁରାତନ ଛାତ୍ର ପାର୍ଥସାରଥି ନାୟକଙ୍କ ସଂଚାଳନରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ମୁଖ୍ୟବକ୍ତା ଭାବେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ସମ୍ମାନିତ ଅତିଥି ଭାବେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଚ ଯୋଜ ଦେଇ ଶିକ୍ଷାନୁଷ୍ଠାନ ଗଢ଼ିବା ଦିଗରେ ସମସ୍ତଙ୍କର ଭୂମିକା ଗୁରୁତ୍ୱ ପୂର୍ଣ୍ଣ ବୋଲି କହିଥିଲେ । ଜୁବୁଲି କମିଟିର ସଭାପତି ଶିକ୍ଷାବିତ ସୋମନାଥ ପାଢ଼ୀ ଓ ସମ୍ପାଦକ ତଥା ପ୍ରଧାନ ଶିକ୍ଷକ ସମରେନ୍ଦ୍ର ନାଥ ମିଶ୍ର ଜୁବୁଲି ପାଳନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ପୁରାତନ ଛାତ୍ର ସୀତାକାନ୍ତ ନାୟକ ପ୍ରାରମ୍ଭିକ ସୂଚନା ସହିତ ଅତିଥିମାନଙ୍କୁ ମଞ୍ଜ ଆହ୍ୱାନ କରିଥିବା ବେଳେ ପୁରାତନ ଛାତ୍ର କୈଳାସ ବେହେରା ଅତିଥି ପରିଚୟ ପ୍ରଦାନ ଓ ପୁରାତନ ଛାତ୍ର କୀର୍ତ୍ତନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ସ୍କୁଲର ବର୍ତ୍ତମାନର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଣଶିକ୍ଷା କର୍ମଚାରୀମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରରମ୍ଭରେ ପୁରାତନ ଛାତ୍ର ସୁଧାଂଶୁ ନାୟକଙ୍କ ନିର୍ଦ୍ଦେଶନାରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ବାସୁଦେବପୁର ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ, ଧାମନଗର ବିଧାୟକ ପ୍ରତିନିଧି ବୁଦ୍ଧଦେବ ଜେନା, ତ୍ୟାଗଭୂମି ସମ୍ମେଳନ ସଭାପତି ଅଜୟ କୁମାର ନାୟକ, ଜିଲାପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ, ଧାମନଗର ଯୁବ ବିଜେଡି ସଭାପତି ସୁଧନ୍ୱା ନାୟକ, ଜିଲା ବିଜେଡି ସାଧାରଣ ସମ୍ପାଦକ ଚିନ୍ତାମଣି ଦାସ, ଯୁବନେତା ଉମାକାନ୍ତ ସେଠୀ, ପୂର୍ବତନ ସରପଞ୍ଚ ଉଷାକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଦ୍ୱିତୀୟ ଅଧିବେଶନରେ ଭାବ ବିନିମୟ କାର୍ଯ୍ୟକ୍ରମ ସହିତ ସନ୍ଧ୍ୟାରେ ଉଦ୍‌ଯାପନ ସଭା ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍କୁଲର ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷାକର୍ମଚାରୀମାନେ ସମାରୋହ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.