Home ଜିଲ୍ଲା ପରିକ୍ରମା ସିଆରଏସ୍‌ଆର ତରଫରୁ ଆତ୍ମ-ଆଡ଼ଭୋକେସି ଉପରେ ୩ ଦିନ ବ୍ୟାପୀ ମେଣ୍ଟର୍ସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ସିଆରଏସ୍‌ଆର ତରଫରୁ ଆତ୍ମ-ଆଡ଼ଭୋକେସି ଉପରେ ୩ ଦିନ ବ୍ୟାପୀ ମେଣ୍ଟର୍ସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

14

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଅଧିନସ୍ଥ ରାଷ୍ଟ୍ରିୟନ୍ୟାସ (ନେସ୍ନାଲ୍ ଟ୍ରଷ୍ଟ) ପକ୍ଷରୁ ପୁନର୍ବାସ ସେବା ଓ ଅନୁସନ୍ଧାନ କେନ୍ଦ୍ର (ସି.ଆର.ଏସ୍‌.ଆର.) ର ସମ୍ମିଳନୀ କକ୍ଷରେ ସମଗ୍ର ଭାରତବର୍ଷରେ ପ୍ରଥମ ଥର ପାଇଁ ନେସ୍ନାଲ୍ ଟ୍ରଷ୍ଟ ଅନ୍ତଃର୍ଗତ ସିପି, ଏମଆର୍‌, ଅଟିଜିମ୍ ଓ ମଲ୍ଟିପୁଲ୍ ଭିନ୍ନକ୍ଷମମାନଙ୍କର ଆତ୍ମ-ଆଡ଼ଭୋକେସି ପାଇଁ ୩ ଦିନ ବ୍ୟାପୀ ମେଣର୍‌ସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ଆଜି ଉଦ୍‌ଯାପିତ ହୋଇଅଛି । କାର୍ଯ୍ୟକ୍ରମକୁ ନେସ୍ନାଲ୍ ଟ୍ରଷ୍ଟ ର ବୋର୍ଡ଼ ମେମ୍ବର ଡା଼. ଆଶିଷ କୁମାର ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ ଏବଂ ରିସୋର୍ସ ପର୍ସନ ନେସ୍ନାଲ୍ ଟ୍ରଷ୍ଟ, ଅନଙ୍ଗ ନେଗି, ଶିଭାଂଶୁ ଶୁକ୍ଳା, ଓ.ଏସ.ଡ଼ି. କଲେକଟ୍ରିଏଟ, ଭଦ୍ରକ, ପଦ୍ମନ କୁମାର ରାୟ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡା. ଦେବରାଜ ପାଣିଗ୍ରାହୀ, ସି.ଆର.ଏସ୍‌.ଆର.ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡା଼. ଭଗବାନ ପରିଡ଼ା ଯୋଗଦାନ କରିଥିଲେ । ନେସ୍ନାଲ୍ ଟ୍ରଷ୍ଟ ର ବୋର୍ଡ଼ ମେମ୍ବର, ଡ଼ା. କୁମାର ଏହି ମେଣର୍‌ସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମଗ୍ର ଭାରତବର୍ଷରେ କରାଯିବ ଏବଂ ଏହା ପ୍ରଥମ ଥର ପାଇଁ ଓଡ଼ିଶାରେ ଭଦ୍ରକ ସି.ଆର.ଏସ୍‌.ଆର.ର ରେ ଆୟୋଜନ କରାଯାଇଅଛି ଏବଂ ଏହା ବହୁମାତ୍ରାରେ ସଫଳ ହେବ ବୋଲି ସେ ଆଶା ପ୍ରକଟ କରିଥିଲେ ।

ସି.ଆର.ଏସ୍‌.ଆର.ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡା଼. ପରିଡ଼ା ଏହି ମେଣର୍‌ସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଅନୁଷ୍ଠାନରେ ହେଉଥିବାରୁ ନେସ୍ନାଲ୍ ଟ୍ରଷ୍ଟକୁ ଧନ୍ୟବାଦ ଅର୍ପଣ କରିବା ସହିତ ଏହା ଦ୍ୱାରା ଭିନ୍ନକ୍ଷମମାନଙ୍କର ଜୀବନ ଶୈଳୀ ଓ ଦକ୍ଷତାର ବିକାଶ ହେବା ସହିତ ଭିନ୍ନକ୍ଷମମାନେ ନିଜ ନିଜ ର ଆଡ଼ଭୋକେସି କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ରିସୋର୍ସ ପର୍ସନ ନେସ୍ନାଲ୍ ଟ୍ରଷ୍ଟ, ଅନଙ୍ଗ ନେଗି, ଶିଭାଂଶୁ ଶୁକ୍ଳା ଏହି କାର୍ଯ୍ୟକ୍ରମର ଉପକାରିତା ଉପରେ ଆଲୋକପାତ କରିଥିଲେ ଓ ଏହା ସଫଳ ହେବ ବୋଲି ମନ୍ତବ୍ୟ ରଖିଥିଲେ । ଓ.ଏସ.ଡ଼ି. କଲେକଟ୍ରିଏଟ, ଭଦ୍ରକ, ଶ୍ରୀଯୁକ୍ତ ରାୟ ନେସ୍ନାଲ୍ ଟ୍ରଷ୍ଟର ଏହି ନୂତନ ପ୍ରୟାସକୁ ସ୍ୱାଗତ ଜଣାଇଥ୍‌ଲେ । ଏହି ୩ ଦିନ ବ୍ୟାପୀ ମେଣର୍‌ସ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସି.ଆର.ଏସ୍‌.ଆର ସମେତ ବାଲେଶ୍ୱର ଓ ମୟୁରଭଞ୍ଜରେ ନେସ୍ନାଲ୍ ଟ୍ରଷ୍ଟ ପାଇଁ କାର୍ଯ୍ୟକରୁଥିବା ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଏବଂ ପ୍ରଫେସନାଲମାନେ ଯଥା: ଫିଜିଓଥେରାପିଷ୍ଟ, କ୍ଳିନିକାଲ୍ ସାଇକୋଲୋଜିଷ୍ଟ, ସ୍ୱତନ୍ତ୍ର ଶିକ୍ଷକ, ସୋସିଆଲ୍ ୱାର୍କର, ଭୋକେସନାଲ୍ କାଉନ୍ସିଲର୍‌, ୧୮ ବର୍ଷରୁ ଉର୍ଦ୍ଧ ନେସ୍ନାଲ୍ ଟ୍ରଷ୍ଟ ଅନ୍ତଃର୍ଗତ ସିପି, ଏମଆର୍‌, ଅଟିଜିମ୍ ଓ ମଲ୍ଟିପୁଲ୍ ଭିନ୍ନକ୍ଷମପିଲାମାନେ ଏବଂ ସେମାନଙ୍କ ଅଭିଭାବକମାନଙ୍କୁ ଆତ୍ମ-ଆଡ଼ଭୋକେସି ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନେସ୍ନାଲ୍ ଟ୍ରଷ୍ଟର ରିସୋର୍ସ ପର୍ସନ, ଅନଙ୍ଗ ନେଗି ଓ ଶିଭାଂଶୁ ଶୁକ୍ଳାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମ୍ପନ୍ନ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.