Home ଜିଲ୍ଲା ପରିକ୍ରମା ସାହିତ୍ୟ ସଂସ୍କୃତି ସଂଗଠନ ‘ଆମେ’ର ଅମାବାସ୍ୟା ଆସର

ସାହିତ୍ୟ ସଂସ୍କୃତି ସଂଗଠନ ‘ଆମେ’ର ଅମାବାସ୍ୟା ଆସର

61

ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ‘ଜୱାଦ’ ଜନିତ କାରଣରୁ ସ୍ଥଗିତ ରହିଥିବା ଭଦ୍ରକର ଅଗ୍ରଣୀ ସାହିତ୍ୟ ସଂସ୍କୃତି ସଂଗଠନ ‘ଆମେ’ର ଅମାବାସ୍ୟା ଆସର ପ୍ରଜ୍ଞାପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୪ତମ ଜୟନ୍ତୀ ଏବଂ ମାଣବସା ଗୁରୁବାର ଅବସରରେ ଏହି ଆସର ଅନୁଷ୍ଠିତ ହୋଇଥିଲା। ଏଥିରେ ‘ବଳରାମ ଦାସଙ୍କ କୃତ ଲକ୍ଷ୍ମୀପୁରାଣରେ ଜାତିପ୍ରଥା ଓ ନାରୀ ସଶକ୍ତିକରଣ’ ଉପରେ ଆଲୋଚନା କରାଯାଇଥିଲା। ସଭା ପ୍ରାରମ୍ଭରେ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଆର୍ମି ଚିଫ୍ ବିପିନ ରାୱତ୍ ଓ ଅନ୍ୟ ୧୨ ଜଣଙ୍କ ଉଦ୍ଦେଶ୍ୟରେ ୧ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ସଭାରେ ପୌରୋହିତ୍ୟ କରିଥିଲେ ‘ଆମେ’ର ସଭାପତି ଲଲାଟେନ୍ଦୁ ମହାନ୍ତି। ଡାକ୍ତର ରବିନାରାୟଣ ମହାପାତ୍ର, ପ୍ରଫେସର ଅଟଳ ବିହାରୀ ନାୟକ, ନାଟ୍ୟଶ୍ରୀ ନିର୍ମଳ ରାଉତ ମଞ୍ଚାସିନ ହୋଇଥିବା ବେଳେ ଶିକ୍ଷାବିତ୍ ଦୁର୍ଯ୍ୟୋଧନ ନାୟକ, ଯୁବଗୀତିକାର କୁମାର ଅରୂପାନନ୍ଦ, ପ୍ରଭାକର ପରିଡ଼ା, ସୁବାସ୍ ଚନ୍ଦ୍ର ମହାପାତ୍ର, ଡ. ସୁଧୀର କୁମାର ଜେନା, ଡ. ପ୍ରଫୁଲ୍ଲ କୁମାର ସାହୁ, ଡ. ଅବନୀ ପ୍ରଧାନ, କବି ରଜତ ସାହୁ, ଅଧ୍ୟାପକ ଅମିତ୍ କୁମାର ନାୟକ, ଅଧ୍ୟାପିକା ସ୍ୱାଗତିକା ସାହୁ, ୟୁ.ଡି. ଗ୍ରୁପ୍ ମୁଖ୍ୟ ଅତୁଲକୃଷ୍ଣ ନାୟକ, ସ୍ରୋତସ୍ୱିନୀ ସାବତ, ତନୁଶ୍ରୀ ନାୟକ, ଅନନ୍ୟା ମହାପାତ୍ର, ମାଧବୀଲତା ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଛାତ୍ରନେତା ସଞ୍ଜୟ ଚକ୍ରବର୍ତ୍ତୀ ମଞ୍ଚ ପରିଚାଳନାରେ ସହଯୋଗ କରିଥିବା ବେଳେ ଅମିତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.