Home ଜିଲ୍ଲା ପରିକ୍ରମା ସାହାପୁରରୁ ଦେବେନ୍ଦ୍ର ମହାକୁଡ଼ ଜିଲା ଯୁବ ବିଜେଡି ଉପସଭାପତି ଭାବେ ମନୋନୀତ

ସାହାପୁରରୁ ଦେବେନ୍ଦ୍ର ମହାକୁଡ଼ ଜିଲା ଯୁବ ବିଜେଡି ଉପସଭାପତି ଭାବେ ମନୋନୀତ

64

ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅଧିନ ସାହାପୁର ପଞ୍ଚାୟତରୁ ଦେବେନ୍ଦ୍ର ମହାକୁଡ଼ ଜିଲା ଯୁବ ବିଜୁ ଜନତା ଦଳ ଉପସଭାପତି ଭାବେ ମନୋନୀତ ହେଇଥିବା ଜଣାପଡ଼ିଛି । ଜିଲା ଯୁବ ବିଜୁ ଯୁବ ଜନତା ଦଳ ସଭାପତି ମୁକୁନ୍ଦଦେବ ସାମଲ ଦେବେନ୍ଦ୍ର ମହାକୁଡ଼ଙ୍କୁ ଉପସଭାପତି ଭାବେ ମନୋନୀତ କରି ରାଜ୍ୟ ବିଜୁ ଯୁବ ଜନତା ଦଳର ସଭାପତି ତଥା ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଇଥିଲେ । ରାଜ୍ୟ ବିଜୁ ଯୁବ ଜନତା ଦଳ ସଭାପତି ଡ. ରାୟ ଏଥିରେ ଅନୁମୋଦନର ମୋହର ମାରିଥିଲେ । ତେବେ ଦେବେନ୍ଦ୍ର ମହାକୁଡ଼ ଜଣେ ଯୁବ ନେତୃତ୍ୱ ଭାବେ ଦଳର କାମ କରି ଯୁବକମାନଙ୍କୁ ସୁସଂଗଠିତ କରିବା ଦିଗରେ ପଦକ୍ଷେପ ନେବେ ବୋଲି ଦଳ ପକ୍ଷରୁ ଆଶା ପ୍ରକାଶ କରାଯାଇ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ସେ ଦୀର୍ଘ ବର୍ଷ ଧରି ବିଜୁ ଜନତା ଦଳରେ ରହି ସୁଚାରୁରୂପେ ଓ ଶୃଙ୍ଖଳିତ ଭାବେ କାର୍ଯ୍ୟ କରିଆସୁଛନ୍ତି । ନୂତନ ଉପସଭାପତି ଶ୍ରୀ ମହାକୁଡ଼ ଯୁବ ନେତୃତ୍ୱମାନଙ୍କୁ ଏକଜୁଟ କରି ଦଳକୁ ମଜଭୁତ କରିବା ଦିଗରେ ସହଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି । ସେ ଉପସଭାପତି ହେବା ପରେ ରାଜ୍ୟ ଯୁବ ବିଜେଡି ସଭାପତି ତଥା ଚାନ୍ଦବାଲି ବିଧାୟକ ଓ ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଡ. ବ୍ୟୋମକେଶ ରାୟ, ଜିଲା ଯୁବ ବିଜେଡି ସଭାପତି ମୁକୁନ୍ଦଦେବ ସାମଲ, ୯ନଂ ଜୋନର ଜିଲାପରିଷଦ ସଭ୍ୟ ଅମୂଲ୍ୟ ମାଝୀ ଓ ପୂର୍ବତନ ସରପଞ୍ଚ ବଳଭଦ୍ର ମାଠଙ୍କୁ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.