ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଳନ୍ଦୀ ନଦୀରେ ବୁଡି ଜଣେ ଯୁବକର ମୃତ୍ୟୁ ଘଟିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଭଦ୍ରକ ବ୍ଲକ୍ ଖଣ୍ଡତରା ନିକଟ ସାଳନ୍ଦୀ ନଦୀରେ ଆଜି ୪ ଜଣ ଯୁବକ ଗାଧୋଉଥିବାବେଳେ ବୁଡି ଯାଉଥିବା ଦେଖିଥିଲେ ସହିଦ ଭଗତ ସେନା ସଦସ୍ୟମାନେ । ତୁରନ୍ତ ସହିଦ ଭଗତସେନା ସଦସ୍ୟମାନେ ଦମକଳ ବାହିନୀକୁ ଅବଗତ କରିବା ସହ ଉଦ୍ଧାର କାର୍ଯ୍ୟରେ ଶେଷ ପର୍ଯ୍ୟନ୍ତ ସହଯୋଗ କରିଥିଲେ । ତେବେ ଉଦ୍ଧାର ସମସ୍ତଙ୍କ ମଧ୍ୟରୁ ଗୁରୁତର ଅବସ୍ଥାରେ ଜଣଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛି ।