Home ଜିଲ୍ଲା ପରିକ୍ରମା ସାମ୍ବାଦିକ ପରମାନନ୍ଦ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ସାମ୍ବାଦିକ ପରମାନନ୍ଦ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

17

ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବରିଷ୍ଠ ସାମ୍ବାଦିକ, ସର୍ବୋଦୟ ସଙ୍ଗଠକ, ସମାଜସେବୀ ତଥା ପୂର୍ବତନ ପାରିଷଦ ପରମାନନ୍ଦ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଗାନ୍ଧୀ ବାଳାଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରମାନନ୍ଦ ଦାସ ସ୍ମୃତି କମିଟି ଓ ଗାନ୍ଧୀ ବାଳାଶ୍ରମର ମିଳିତ ଆନୁକୂଲ୍ୟରେ ସମାଜସେବୀ ସୁଧାକାର ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅତିଥି ଭାବରେ “ତ୍ୟାଗଭୂମି” ର ସଭାପତି ଅଜୟ ନାୟକ, ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ, ଶିଶୁ ସାହିତ୍ୟିକ ଡ. ମନୀନ୍ଦ୍ର ମହାନ୍ତି, ଗାନ୍ଧୀ ବିଚାର ମଂଚର ସଭାପତି ଶାନ୍ତନୁ କୁମାର ରାଉତ, ଫେଲୋସିପ୍‌ର ପ୍ରତିଷ୍ଠାତା ଏସ୍‌. ଏମ୍‌. ଫାରୁକ୍ ଏବଂ ନିର୍ଦ୍ଦେଶକ ତଥା ନାଟ୍ୟକାର ଲଲାଟେନ୍ଦୁ ମହାନ୍ତି, ଡ. ଗୋଲକ ବିହାରୀ ସାହୁ, ବରିଷ୍ଠ ନାଗରିକ ସଂଘର ସଭାପତି କୈଳାସ ମହାପାତ୍ର, ଅଧିବକ୍ତା ପବନ ଶର୍ମା, ସେକ୍ ଜମିଲ, ଅହମ୍ମଦ ଅବୁ ସୋଫିଆନ୍‌, ସନ୍ତୋଷ ନାୟକ, ବିଜନ କୁମାର ଜେନା, ଶଶିଭୂଷଣ ପଣ୍ଡା, ସମାଜସେବୀ ଅମର ପାଣିଗ୍ରାହୀ, ହରି ପ୍ରସାଦ ନନ୍ଦୀ, ଡା. କିରଣ ଗୁଇଁ, ଉପେନ୍ଦ୍ର ବାରିକ, ଉର୍ଦ୍ଦୁ କବି ମୁସ୍ତାକ ଗହ୍ୱର, ଅବଦୁଲ ଦୟାନ୍‌, ପ୍ରାକ୍ତନ ବିଚାରପତି ବାସୁଦେବ ଦାସ, କାଦମ୍ବିନୀ ମହାନ୍ତି, ବସନ୍ତ କୁମାର ମହାନ୍ତି, ବିଷ୍ଣୁପ୍ରିୟା ବାଳାଶ୍ରମର ସମ୍ପାଦକ ପ୍ରେମାନନ୍ଦ ଦାସ, ପୁରୁବାଇ କନ୍ୟାଶ୍ରମର ସମ୍ପାଦିକା ସୁମତୀ ମହାନ୍ତି, ସାମ୍ବାଦିକ ଅଶୋକ କୁମାର ନାୟକ, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ବରିଷ୍ଠ ସଦସ୍ୟ ଅମର ବାରିକ, ମୌସୁମୀ ମାଇତି, ନବୀନ ଚନ୍ଦ୍ର ସାହୁ ଆଦି ଯୋଗଦେଇ ସ୍ୱର୍ଗତ ଦାସଙ୍କ ନିରପେକ୍ଷ ସାମ୍ବାଦିକତା, ସମାଜସେବା ଓ ତ୍ୟାଗପୂତ ଜୀବନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସ୍ୱର୍ଗତ ଦାସ ତାଙ୍କର ପିତା ସ୍ୱାଧୀନତା ସଂଗ୍ରାମୀ କପିଳ ଚରଣ ଦାସଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜସେବା ଓ ଶିଶୁ କଲ୍ୟାଣକୁ ନିଜ ଜୀବନରେ ବ୍ରତ ଭାବରେ ଗ୍ରହଣ କରିଥିଲେ । ଯଥାର୍ଥରେ ସେ ଥିଲେ ଜଣେ ରଚନାତ୍ମକ କର୍ମୀ ଓ କିମ୍ବଦନ୍ତୀ ସମାଜସେବୀ । ସ୍ୱଚ୍ଛ ଓ ନିରପେକ୍ଷ ସାମ୍ବଦିକତା ପାଇଁ ସେ ସ୍ମରଣୀୟ ହୋଇ ରହିବେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସଭା ପ୍ରାରମ୍ଭରେ କଳାକାର କାଳନ୍ଦୀ ମଳିକ ମଂଚ ଆମନ୍ତ୍ରଣ କରିଥିବା ବେଳେ ଗାନ୍ଧୀ ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପଣ୍ଡିତ ନିତ୍ୟାନନ୍ଦ ମିଶ୍ର ବେଦପାଠ ଓ ସଙ୍ଗୀତ ଗୁରୁ ରାମନାରାୟଣ ପଣ୍ଡା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଜ୍ୟୈଷ୍ଠ ପୁତ୍ର ଅଧିବକ୍ତା ବିଶ୍ୱରଞ୍ଜନ, କନିଷ୍ଠ ପୁତ୍ର ସୌମ୍ୟରଞ୍ଜନ, କନ୍ୟା ବାଣିବନ୍ଦନା ଓ ପ୍ରଜ୍ଞାଶ୍ରୀ ସଭା ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷାବିତ୍ ଲକ୍ଷ୍ମୀକାନ୍ତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.