Home ଓଡ଼ିଶା ସାମାନ୍ୟ ବଚସାରୁ ବନ୍ଧୁକୁ ହତ୍ୟା କଲା ବନ୍ଧୁ

ସାମାନ୍ୟ ବଚସାରୁ ବନ୍ଧୁକୁ ହତ୍ୟା କଲା ବନ୍ଧୁ

184

ଗଞ୍ଜାମ,୧୪/୧୦,(ଓଡ଼ିଆ ପୁଅ ପି ନାଏକ): ଝିମିଟି ଖେଳରୁ ମହାଭାରତ ପରି ଜଣେ ବନ୍ଧୁ ଆଉ ଜଣେ ବନ୍ଧୁର ଜୀବନ ନେଇଛି । ତେବେ ଏଭଳି ଘଟଣା ଗଞ୍ଜାମ କବିସୂର୍ଯ୍ୟନଗର ଅଞ୍ଚଳରେ ଦେଖିବାକୁ ମିଳିଛି । ସାମାନ୍ୟ ପାଟିତୁଣ୍ଡ ପରବର୍ତ୍ତୀ ସମୟରେ ଉଗ୍ର ରୂପ ନେଇଛି । ଯାହାର ପରିଣାମ ସ୍ବରୂପ ଜଣେ ସାଙ୍ଗ ଆଉ ଜଣେ ସାଙ୍ଗକୁ ଲୁହା ରଡରେ ପିଟିପିଟି ହତ୍ୟା କରିଛି । ତେବେ ଏହି ଘଟଣା ଗଞ୍ଜାମ -କବିସୂର୍ଯ୍ୟନଗର ଥାନା ବାଲିଛାଇ ଫାଣ୍ଡି କନିଆ ଗାଁ ନିକଟରେ ଘଟିଛି । ଏହି ଘଟଣା ପରେ ଉକ୍ତ ଯୁବକଙ୍କୁ ଆସିକା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ । ଏବେ ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.