Home ଜିଲ୍ଲା ପରିକ୍ରମା ସାମାଜିକ ଶୃଙ୍ଖଳା ରକ୍ଷାରେ ସାହିତ୍ୟମାନଙ୍କ ଭୂମିକା ଉଲ୍ଲେଖଯୋଗ୍ୟ, ନବଘନ ପଣ୍ଡାଙ୍କ ଦ୍ୱାବିଂଶତମ ଶ୍ରାଦ୍ଧୋତ୍ସବ ପାଳିତ

ସାମାଜିକ ଶୃଙ୍ଖଳା ରକ୍ଷାରେ ସାହିତ୍ୟମାନଙ୍କ ଭୂମିକା ଉଲ୍ଲେଖଯୋଗ୍ୟ, ନବଘନ ପଣ୍ଡାଙ୍କ ଦ୍ୱାବିଂଶତମ ଶ୍ରାଦ୍ଧୋତ୍ସବ ପାଳିତ

30

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାମାଜିକ ଅଧପତନ ଏବେ ଚିନ୍ତାଜନକ ହୋଇଥିବାରୁ ଏ ଦିଗରେ ସାମାଜିକ ଶୃଙ୍ଖଳା ରକ୍ଷା କରିବା ସାହିତ୍ୟମାନଙ୍କର ଗୁରୁଦାୟିତ୍ୱ । ସାଂସ୍କୃତିକ ଓ ସାମାଜିକ ବିପ୍ଳବ ଦ୍ୱାରା ଉତ୍ତର ପିଢିଙ୍କୁ ଅନୁପ୍ରେରିତ କରିବା ପାଇଁ ସାହିତ୍ୟିକ ଓ ସାମ୍ବାଦିକ ମାନଙ୍କ ଲେଖନୀ ଜାରି ରହୁ ବୋଲି ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ଅଧୀନସ୍ଥ ମଂଜୁରୀରୋଡ୍ ଠାରେ “ପ୍ରତିଭା ଜାଗରଣ ମଂଚ” ଆନୁକୂଲ୍ୟରେ ଆୟୋଜିତ ବିଶିଷ୍ଟ ସାହିତ୍ୟିକ ଓ ଶିକ୍ଷାବିତ୍ ନବଘନ ପଣ୍ଡାଙ୍କ ଦ୍ୱାବିଂଶତମ ଶ୍ରାଦ୍ଧୋତ୍ସବ ପାଳନ ଅବସରରେ ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ବର୍ଷିୟାନ ସାହିତ୍ୟିକ କାହ୍ନୁଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବଦତ୍ତ ଦାସ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ।

ଏଥିରେ ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର, ନାଟ୍ୟକାର ତଥା ନିର୍ଦ୍ଦେଶକ ବିଜୟ ଦାସ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଓ ବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ଭରତ ଚନ୍ଦ୍ର ଦାଶ, ବ୍ୟାସନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ଶିବଚରଣ ମାଝୀ, ଭୁବନ ମୋହନ ମହାନ୍ତି ପ୍ରମୁଖ ଯୋଗଦେଇ ନବଘନ ପଣ୍ଡାଙ୍କ ସାହିତ୍ୟ କୃତି ଓ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଚଳିତବର୍ଷର “ନବଘନ ପଣ୍ଡା ଶିକ୍ଷା-ସାହିତ୍ୟ ସମ୍ମାନ” ଡଃ କ୍ଷୀରୋଦ କୁମାର ସାମଲ ଓ “ନବଘନ ପଣ୍ଡା ପାଠକ ସମ୍ମାନ” ଅରୁଣ ଖିଲାରଙ୍କୁ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ନବଘନ ପଣ୍ଡାଙ୍କ ପୁସ୍ତକ “ପ୍ରବନ୍ଧିକା”, ଡଃ କ୍ଷୀରୋଦ କୁମାର ସାମଲଙ୍କ “ବିହିତ ବିଚାର” ଓ ରାଜେଶ କୁମାର ବିଶ୍ୱାଳଙ୍କ “ପ୍ରବନ୍ଧ କଢି” ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ବିଜୟ ସ୍ୱାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ପୁରୁଷୋତ୍ତମ ଧଳ, ସନ୍ତୋଷ ସାହୁ, ବିନୋଦ ବାରିକ, କିଶୋର ଦାସ, ହରିଶ୍ଚନ୍ଦ୍ର ଜେନା ପ୍ରମୁଖ କବିତା ପାଠ କରିଥିଲେ । ପ୍ରକାଶ ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ, ବିଶ୍ୱନାଥ ବାରିକ ଉଦ୍ଦେଶ୍ୟ ଜ୍ଞାପନ, ସୁରଞ୍ଜନ ପଣ୍ଡା କୃତଜ୍ଞତା ଜ୍ଞାପନ ଓ ଧନେଶ୍ୱର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଡଃ କେଶବ ଚନ୍ଦ୍ର ମହାପାତ୍ର, ରାଜେଶ ବିଶ୍ୱାଳ ଓ ମନ୍ମୟୀ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.