Home ଜିଲ୍ଲା ପରିକ୍ରମା ସାମାଜିକ ବାଛନ୍ଦ ପରିବାରର ଶୀକାର ପରିବାର ଧାରଣାରେ, ଆରଟିଆଇରେ ସୂଚନା ମାଗିବାରୁ ବାଛନ୍ଦ

ସାମାଜିକ ବାଛନ୍ଦ ପରିବାରର ଶୀକାର ପରିବାର ଧାରଣାରେ, ଆରଟିଆଇରେ ସୂଚନା ମାଗିବାରୁ ବାଛନ୍ଦ

33

ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗ୍ରାମରୁ ବେଆଇନ ବାଛନ୍ଦ ପ୍ରଥା ଉଛେଦ, ଏହି ପ୍ରଥାକୁ ପ୍ରୋତ୍ସାହନ ଦେଉଥିବା ଗ୍ରାମର ମୁଖୀଆଙ୍କୁ ଗିରଫ କରିବା, ଗତ ରିଲିଫ ପରିଚାଳନା ବେଳେ, ଅନିୟମିତତା କରିଥବବା ସରକାରୀ କର୍ମଚାରୀଙ୍କ ବିରୋଧକୁ ବହିଷ୍କାର କରିବା, ମୃତବ୍ୟକ୍ତିଙ୍କ ନାମରେ ନକଲି ଦସ୍ତଖତ କରି ରିଲିଫ ସାମଗ୍ରୀ ଉଠାଣ କରିଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଆଇନଗତ ପଦକ୍ଷେପ ଗ୍ରହଣ, ଗ୍ରାମ ଲୋକଙ୍କ ଠାରୁ ବେଆଇନ ଭାବେ୧୦ ହଜାର ଟଙ୍କା ବେଆଇନ ଜରିମାନା ଆଦାୟ ବନ୍ଦ କରିବା ଓ ଜରିମାନା ନଦେଲେ ସେମାନଙ୍କୁ ଦିଆଯାଉଥିବା ମାନସିକ ଓ ଆର୍ଥୀକ ନିର୍ଯ୍ୟାତନା ବନ୍ଦ କରିବା ଦାବିରେ ତିହିଡ଼ି ବ୍ଳକ ବାରସର ପଞ୍ଚାୟତ ତିହାଡ଼ିସାହି ଗ୍ରାମର ବାଛନ୍ଦ ହୋଇଥିବା କେତେକ ପରିବାରରର ସଦସ୍ୟ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ରିଲିଫ ପରିଚାଳନାରେ ଅନିୟମିତତା ଘଟଣା ପ୍ରସଙ୍ଗରେ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଥିବାରୁ ଏସମସ୍ତ ପରିବାରଙ୍କୁ ଏପରି ଦଶା ଭୋଗିବାକୁ ପଡ଼ୁଛି ବୋଲି ସସ୍ମିତା ମଲିକ, ପ୍ରମିଳା ଦାସ, ଆବାସୀଦାସ, ସେଶବ ଦାସ ପ୍ରମୁଖ ଅଭିଯୋଗ କରିଛନ୍ତି । ସେମାନେ କରିଥିବା ଅଭିଯୋଗ ଅନୁଯାୟୀ ୨୦୨୦ ମସିହା ବନ୍ୟାରେ ଏହି ପଞ୍ଚାୟତରେ ବ୍ୟାପକ କ୍ଷତି ହୋଇଥିଲା । ଏହି କାରଣରୁ ସରକାରଙ୍କ ପକ୍ଷରୁ ରିଲିଫ ବ୍ୟବସ୍ଥା କରାଯାଇଥିଲା । ୨୦୧୧ ଜନଗଣନା ତାଲିକା ଅନୁଯାୟୀ ରିଲିଫ ବଣ୍ଟନ କରାଯାଇଥିଲା । ସେଥିରେ ୰ ଶଂଖାଳୀ ମଲିକଙ୍କ କନ୍ୟା ୰ପାଗଳୀ ଦାସ, ମୋହନ ଦାସ, ୰ଗଙ୍ଗାଧର ଦାସଙ୍କ ନାମରେ ଅନ୍ୟ ଲୋକଙ୍କ ଦସ୍ତଖତ କରାଇ ରିଲିଫ ସାମଗ୍ରୀ ଉଠାଇଛନ୍ତି । ଏପରିସ୍ଥଳରେ ୰ ଉପେନ୍ଦ୍ର ଦାସଙ୍କ ପତ୍ନୀ ସୁବାଷିନୀଙ୍କ ନାମ ଏହି ତାଲିକାରେ ଥିଲେ ମଧ୍ୟ ତାଙ୍କୁ ଏହା ମିଳି ନାହିଁ । ତେବେ ଏହି ପରିପ୍ରେକ୍ଷୀରେ ଆରଟିଆଇ ତଥ୍ୟ ମାଗି ଥିବାରୁ ଏବେ ଆମକୁ ନିର୍ଯ୍ୟାତନାର ଶୀକାର ହେବାକୁ ପଡ଼ିଛି ବୋଲି ଧାରଣାରତ ଅଭିଯୋଗ କରିଛନ୍ତି । ଏହି ବାଛନ୍ଦ ସମ୍ପର୍କରେ ବିଡ଼ିଓଙ୍କୁ ଅଭିଯୋଗ କରାଯାଇଥିଲା । ତେବେ ବିଡିଓ ବାଛନ୍ଦ ପରି ଅଭିଯୋଗର ତଦନ୍ତ ପାଇଁ ପିରାହାଟ ପୁଲିସକୁ ନିିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏଦିଗରେ ତଦନ୍ତ ଆରମ୍ଭ ହୋଇ ନାହିଁ କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ ବୋଲି ଧାରଣାକାରୀ ଅଭିଯୋଗ କରିଛନ୍ତି । ତେଣୁ ସେମାନେ ଧାରଣାରେ ବସିବାକୁ ବାଧ୍ୟ ହୋଇଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.