Home ଜିଲ୍ଲା ପରିକ୍ରମା ସାବରଙ୍ଗ ଥାନା ତୋରଣପଦା ଆକ୍ରମଣ ଘଟଣାରେ ସାବରଙ୍ଗ ପୁଲିସ୍ ଗୋଟିଏ ପକ୍ଷକୁ ଘଣ୍ଟ ଘୋଡାଉଛି ,...

ସାବରଙ୍ଗ ଥାନା ତୋରଣପଦା ଆକ୍ରମଣ ଘଟଣାରେ ସାବରଙ୍ଗ ପୁଲିସ୍ ଗୋଟିଏ ପକ୍ଷକୁ ଘଣ୍ଟ ଘୋଡାଉଛି , ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଓଡ଼ିଶା ବହୁଜନ ସାମ୍ମୁଖ୍ୟ

97

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ବହୁଜନ ସାମ୍ମୁଖ୍ୟ ଭଦ୍ରକ ଶାଖା ପକ୍ଷରୁ ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କୁ ଶିକ୍ଷାବିତ୍ କରୁଣାକର ମଲ୍ଲିକ, ତାଙ୍କ ପତ୍ନୀ ଓ ପରିବାର ବର୍ଗଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ସେମାନଙ୍କ ପ୍ରତି ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ପ୍ରତିବାଦରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଓଡ଼ିଶା ବହୁଜନ ସାମ୍ମୁଖ୍ୟ ଭଦ୍ରକ ୟୁନିଟ୍ ପକ୍ଷରୁ ଉପସଭାପତି ପ୍ରକାଶ ଚନ୍ଦ୍ର ନାୟକ, ସଂପାଦକ ଅଜୟ କୁମାର ମଲ୍ଲିକ, କାହ୍ନୁ ଚରଣ ମହାଳିକ, ରାଜେନ୍ଦ୍ର ମହାଳିକ, ସନ୍ତୋଷ କୁମାର ପେରେଇ ପ୍ରମୁଖ ଜିଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନାଙ୍କୁ ଦେଇଥିବା ଦାବିପତ୍ର ମୂଳେ ସାବରଙ୍ଗ ଥାନା ଅଧୀନସ୍ଥ ଗୋରାମାଟି ଗ୍ରାମପଞ୍ଚାୟତ ତୋରଣପଦା ଗ୍ରାମର ଶିକ୍ଷାବିତ୍ କରୁଣାକର ମଲ୍ଲିକଙ୍କୁ ଗତ ୬ ତାରିଖ ଦିନ ୩ ଜଣ ବ୍ୟକ୍ତି ଆକ୍ରମଣ କରିଥିଲେ । ଏପରିକି ଏହି ଆକ୍ରମଣ ସମୟରେ ସେମାନେ ତାଙ୍କ ପରିବାର ପ୍ରତି ଅଶ୍ଳୀଳ ଭାଷାରେ ଜାତିଗୋତ୍ରକୁ ନେଇ ଆକ୍ଷେପ କରିଥିଲେ । ଏହି ଘଟଣାକୁ ନେଇ ସାବରଙ୍ଗ ଥାନାରେ ଅଭିଯୋଗ ହୋଇଥିଲା । ମାତ୍ର ଥାନା ପକ୍ଷରୁ ସେମାନଙ୍କ ବିରୁଦ୍ଧରେ କୌଣସି ଆଇନଗତ ପଦକ୍ଷେପ ନେବା ପରିବର୍ତ୍ତେ ପୁଲିସ୍ କରୁଣାକର ତାଙ୍କ ପତ୍ନୀ ସମେତ ଅନ୍ୟ ୪ ଜଣ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଶ୍ରୀମତୀ ମଲ୍ଲିକ ଓ ତାଙ୍କ ପରିବାର ଅନୁସୂଚିତ ଜାତିର ବ୍ୟକ୍ତି ହୋଇଥିବାରୁ ସେମାନେ ସର୍ବସାଧାରଣରେ ଉଚ୍ଚ ବର୍ଗର ବ୍ୟକ୍ତିଙ୍କ ଦ୍ୱାରା ଅପମାନିତ ଓ ଲାଞ୍ôଚତ ହେବା ସହ ଶାରୀରିକ ଆଘାତ ପ୍ରାପ୍ତ ହୋଇଥିଲେ ବୋଲି ଏହି ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି । ବିଶେଷକରି କରୁଣାକରଙ୍କ ଶିକ୍ଷକତା ସମୟ ମଧ୍ୟରେ ଶିକ୍ଷା ବିଭାଗରେ ତାଙ୍କର ଭଲ ଭାବାମୂର୍ତ୍ତି ଓ ସ୍ଥାନୀୟ ଥାନାମାନଙ୍କରେ ତାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ନଥିବାବେଳେ ତାଙ୍କପ୍ରତି ଏଭଳି ଅନ୍ୟାୟ କରାଯିବା ଘଟଣାକୁ ସାମ୍ମୁଖ୍ୟ ନିନ୍ଦା କରିଛି । ଏଥିସହ ଉକ୍ତ ଘଟଣା ଘଟିବାର ପ୍ରାୟ ୧୫ ଦିନ ବିତିଯାଇଥିଲେ ମଧ୍ୟ ଦଳିତ ସଂପ୍ରଦାୟର ଜଣେ ସରକାରୀ କର୍ମଚାରୀଙ୍କ ସାମାଜିକ ପତିଆରା ଓ ଆତ୍ମ ସମ୍ମାନ ଭୁଲୁଣ୍ଠିତ ହୋଇଥିବାରୁ ଯଥାଶୀଘ୍ର ଅପରପକ୍ଷଙ୍କ ପ୍ରତି ଆଇନଗତ ପଦକ୍ଷେପ ନିଆଯାଇ ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ତଦନ୍ତ କରାଯାଇ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାମ୍ମୁଖ୍ୟର ଭଦ୍ରକ ୟୁନିଟ୍ ଦାବି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.