ଭଦ୍ରକ, ୧୬ା (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ସୁପ୍ରସିଦ୍ଧ ସାନ ସରକାର ବାବା ସୈୟଦ ୱସିମ ଅଖତର କାଦରୀ ଓରଫ (ମାମାଜାନ)ଙ୍କ ଜନ୍ମଦିନ ପାଳନ ଅବସରରେ ଭଦ୍ରକ ଅଖିଳ ଭାରତୀୟ ଦୁଃଖି ସମାଜ ଆନୁକୂଲ୍ୟରେ ପୁରୁଣାବଜାରସ୍ଥିତ ରକ୍ତଦାନ କାର୍ଯ୍ୟାଳୟ ପରିସରରେ କମିଟିର ସଭାପତି ହାଜି ଇଂ ମନାୱର ହୋସେନଙ୍କ ସଭାପତିତ୍ୱ ଓ ସଂପାଦକ ଇଂ ରେଜା-ଏ-ରସୁଲଙ୍କ ସଂଯୋଜନାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ୟାପକ ପ୍ରସ୍ତୁତିରେ ଚଳିତ ଜାନୁୟାରୀ ୨୪ ତାରିଖ ବାଇପାସ ରୋଡ଼ସ୍ଥିତ ଗୁଲସନେ ନସିମ, ସରକାର ନଗର (ଖାନକାହ) ପରିସର ସହିତ ଗତ ୩ ବର୍ଷ ଧରି ବାଲେଶ୍ୱର ସ୍ଥିତ କଦମରସୁଲ ମଇଦାନଠାରେ ଗତ ୨ ବର୍ଷ ଧରି ସୋରୋ ସ୍ଥିତ ଟାଉନ ହଲଠାରେ ଅନୁଷ୍ଠିତ ହୋଇ ଆସୁଥିଲା । ଭଦ୍ରକ ସହିତ ଏହି ଦୁଇ ଶାଖାରେ ମଧ୍ୟ ହେଉଥିଲା । ଏଥର ପୁଣି ଅବଶିଷ୍ଟ ନୂଆ ୨ଗୋଟି ଶାଖା ଜଳେଶ୍ୱର ସ୍ଥିତ ସରକାରନଗର, ଝାଡ଼େଶ୍ୱରପୁର ଓ ବାରିପଦା ସ୍ଥିତ ସୁନଗଡ଼ିଆକୁ ମିଶାଇ ସର୍ବମୋଟ ୫ଗୋଟି ସ୍ଥାନରେ ସକାଳ ୯ଘଟିକାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ଏବଂ ସେହିଦିନ ସକାଳ ୬ ଟାରୁ ସକାଳ ୮.୩୦ମିନିଟ ପର୍ଯ୍ୟନ୍ତ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା ଏବଂ ରକ୍ତଦାନ ଶିବିରରେ ରକ୍ତଦାତାମାନେ ଶାନ୍ତିଶୃଙ୍ଖଳା ସହ ରକ୍ତଦାନ କ୍ୟାମ୍ପରେ ଆସିବେ । ତାହା କମିଟି ଭଲଭାବେ ଯତ୍ନ ନେବେ ଏବଂ ଡାକ୍ତରଙ୍କ ଟିମ୍ ଭୁବନେଶ୍ୱର, କଟକ ଓ ଭଦ୍ରକ ଟିମ୍ ସଠିକ୍ ସମୟରେ ରକ୍ତଦାନ କେନ୍ଦ୍ରକୁ ଆସିବାର ବ୍ୟବସ୍ଥା ରହିବ । ଏହି ବୈଠକରେ ଶବିର ଅଲି, ଇଂ ହବିବୁଲ୍ଲା ଖାନ, ହାଜୀ ତବାରକ ଅଲୀ, ମତଲୁବ ଅଲୀ ଓ ଜମିଲ ଅଖତର ଖାନ, ଇଂ ମୁକ୍ତାର ଅହେମଦ ରସିଦ, ଅବୁ ହୋସେନ ଖାଁ, ସକିଲୁଜ ଜମା ଖାଁ, ଲିଓ ମାଷ୍ଟର, ମୁସ୍ତାକ ଗୌହର, ଶେଖ ହବିବୁଲ୍ଲା, ଜାୱେଦ ଅଖତର, ସେଖ ଅବୁ କଲାମ, ସେଖ ଅନୱର, ସେଖ ରାଜା, ମିର୍ଜା ଏଜାଜ ବେଗ, ତାଜୁ ଖାଁ ପ୍ରମୁଖଙ୍କ ସହ ପ୍ରତ୍ୟେକ ଗ୍ରାମର ରକ୍ତଦାନ ଶିବିରର ଗାଇଡମାନେ ଓ ଗାଁର ପ୍ରମୁଖ ମୁରବିମାନେ ଯୋଗଦାନ କରିଥିଲେ ।