Home ଜିଲ୍ଲା ପରିକ୍ରମା ସାନଶାସନ ପଞ୍ଚାୟତରେ ‘ଆମ ଓଡିଶା, ନବୀନ ଓଡିଶା’ ପ୍ରକଳ୍ପ ଉଦଘାଟିତ

ସାନଶାସନ ପଞ୍ଚାୟତରେ ‘ଆମ ଓଡିଶା, ନବୀନ ଓଡିଶା’ ପ୍ରକଳ୍ପ ଉଦଘାଟିତ

20

ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ବ୍ଲକର ସାନଶାସନ ପଞ୍ଚାୟତରେ ‘ଆମ ଓଡିଶା, ନବୀନ ଓଡିଶା’ର ବିଭିନ୍ନ ପ୍ରକଳ୍ପ ଶୁକ୍ରବାର ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ପଞ୍ଚାୟତର ବିମ୍ବଳବର, ବାହାଦୂଲନଗର, ଶାସନ, ସାନଶାସନ, କଣ୍ଟାପଡା, ରାଣୀପଡା ଓ ତେନ୍ତୁଳିଆ ଗ୍ରାମକୁ ପ୍ରାପ୍ତ ପ୍ରତ୍ୟେକ ୫ଲକ୍ଷ ଟଙ୍କାର ପ୍ରକଳ୍ପଗୁଡିକୁ ବିଧାୟକ ଶ୍ରୀ ସାମଲ ମୁଖ୍ୟଅତିଥି ଭାବେ ଉଦଘାଟନ କରିଥିଲେ । ଏଥିରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ଜିଲ୍ଲାପରିଷଦ ସଦସ୍ୟ ବଦ୍ରୀନାରାୟଣ ରାଉତ, ଲକ୍ଷ୍ମୀଧର ସାହୁ, ସରପଞ୍ଚ ମଧୁସ୍ମୀତା ସାହୁ, ସମିତି ସଭ୍ୟ ସନ୍ତୋଷ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଦଳର ମିଶ୍ରଣ ପର୍ବରେ ବାଇଧର ଯେନା, ଶୁଭେନ୍ଦୁ ଯେନା, ହିମାଂଶୁ ଯେନା ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ମନୋରଞ୍ଜନ ସାହୁ, ରବିନ୍ଦ୍ର କୁମାର ରାଉତ, ରମାକାନ୍ତ ସେନାପତି, ରମେଶ ମହାକୁଡ, ଅର୍ଜ୍ଜୁନ ବେହେରା, ବସନ୍ତ ଯେନା, ସନ୍ତୋଷ ନାୟକ, ବିଦ୍ୟାଧର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.