Home ଜିଲ୍ଲା ପରିକ୍ରମା ସାଧାରଣତନ୍ତ୍ର ଦିବସ -୨୦୨୪ ଦେଶାତ୍ମକବୋଧକ ସଙ୍ଗୀତ ପ୍ରତିଯୋଗିତା

ସାଧାରଣତନ୍ତ୍ର ଦିବସ -୨୦୨୪ ଦେଶାତ୍ମକବୋଧକ ସଙ୍ଗୀତ ପ୍ରତିଯୋଗିତା

11

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ୭୫ତମ ସାଧାରତନ୍ତ୍ର ଦିବସ-୨୦୨୪କୁ ଭଦ୍ରକ ଜିଲ୍ଲା ସ୍ତରରେ ପାଳନ କରାଯିବା ଉପଲକ୍ଷେ ପ୍ରସ୍ତୁତି ବୈଠକରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୧୯ ତାରିଖ ଶୁକ୍ରବାର ଦିନ ଜିଳ୍ଲା ସଂସ୍କୃତି ଭବନରେ ଦେଶାତ୍ମକବୋଧକ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସାଳନ୍ଦୀ ନର୍ସି ସ୍କୁଲର ପୃଷ୍ଠପୋଷକତାରେ ଆୟୋଜିତ ଏହି ପ୍ରତିଯୋଗିତା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ଡା. ପ୍ରଭାସ ଚନ୍ଦ୍ର ମହାନ୍ତିଙ୍କ ସଂଯୋଜନାରେ ପରିଚାଳିତ ହୋଇଥିଲା । ଜୁନିଅର ଏବଂ ସିନିୟର ଦୁଇଟି ଗ୍ରୁପରେ କରାଯାଇଥିବା ଜିଲ୍ଲାସ୍ତରୀୟ ଏହି ପ୍ରତିଯୋଗିତାରେ ପୌରାଞ୍ଚଳରେ ପ୍ରତି ବିଦ୍ୟାଳୟରୁ ୨ଜଣ ଓ ପ୍ରତି ବ୍ଲକ୍‌ରୁ ୨ ଜଣ ଲେଖାଁଏ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ବିଚାରକ ଭାବେ ରାମନାରାୟଣ ମହାନ୍ତି, ସୁମତି ପଣ୍ଡା, ପ୍ରତାପ କିଶୋର ନାୟକ, ମନୋଜ କୁମାର ପଣ୍ଡା, ବିଭୁତିଭୂଷଣ ପଣ୍ଡା ଓ ସୀତାକାନ୍ତ ଦାସ ପ୍ରମୁଖ ଏହି ପ୍ରତିଯୋଗିତା ପାଇଁ ମୂଲ୍ୟାଙ୍କନ କରିଥିଲେ । ବରିଷ୍ଠ ବର୍ଗରେ ଆଦର୍ଶ ବିଦ୍ୟାଳୟ ଓଲଙ୍ଗର କ୍ଷୀରାବ୍ଧି ତନୟା ପଣ୍ଡା ପ୍ରଥମ, ଡ଼ି.ଏ.ଭି.ଏସ୍‌.ଡ଼ି.ପି.ଏସ୍ ସ୍କୁଲର ଆଦିତ୍ୟ ମହାନ୍ତି ଦ୍ୱିତୀୟ ଏବଂ ସେହି ବିଦ୍ୟାଳୟର ଓମ୍ ରଥ ତୃତୀୟ ସ୍ଥାନ ନେଇଥିବା ବେଳେ, କନିଷ୍ଠ ବର୍ଗରେ ସନ୍‌ସାଇନ୍ ମିଶନ ସ୍କୁଲର ଜ୍ୟୋତିସୂରୁପ ମହାନ୍ତି ପ୍ରଥମ, ମଞ୍ଜୁଳା ମଞ୍ଜରୀ ଶିଶୁ ମନ୍ଦିର ପ୍ରିୟଙ୍କା ବାରିକ୍ ଦ୍ୱିତୀୟ, ଏସ୍‌.ବି.ଡ଼ି. ଇଣ୍ଟନେସ୍‌ନାଲ୍ ସ୍କୁଲର ପ୍ରାର୍ଥନା ପାଣିଗ୍ରାହୀ ତୃତୀୟ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.