Home ଜିଲ୍ଲା ପରିକ୍ରମା ସାଇ ଜଗବନ୍ଧୁ ନିର୍ମଳ ଝର ପ୍ରକଳ୍ପ ଉଦ୍‌ଘାଟିତ

ସାଇ ଜଗବନ୍ଧୁ ନିର୍ମଳ ଝର ପ୍ରକଳ୍ପ ଉଦ୍‌ଘାଟିତ

25

ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ ସତ୍ୟ ଫାଉଣ୍ଡେସନ ଓ ପୀରହାଟ ଶ୍ରୀ ସତ୍ୟସାଇ ଭଜନ ମଣ୍ଡଳୀର ସହଯୋଗରେ ବିନ୍ଧା ବଜାର ଠାରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ‘ସାଇ ଜଗବନ୍ଧୁ ନିର୍ମଳ ଝର’ ରବିବାର ଉଦ୍‌ଘାଟିତ ହୋଇ ଯାଇଛି । ସତ୍ୟ ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟୀ ସମାଜସେବୀ ଅଶୋକ କୁମାର ନାୟକ ଓ ପୀରହାଟ ଭଜନ ମଣ୍ଡଳୀର ଆବାହକ ଲକ୍ଷ୍ମୀଧର ବଳ ନିର୍ମଳ ଝର ପ୍ରକଳ୍ପକୁ ଉଦ୍‌ଘାଟନ କରିଥିଲେ । ବିନ୍ଧା ବଜାର ଓ ପୀରହାଟ ଆଦି ଆଖପାଖ ୫ଟି ପଞ୍ଚାୟତର ଲୋକମାନଙ୍କର ବ୍ୟବସାୟ ସ୍ଥଳୀ ଅଟେ । ସେଠାରେ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା ନଥିଲା । ଏହି ନିର୍ମଳ ଝର ପ୍ରକଳ୍ପ ହେବା ଫଳରେ ଲୋକମାନେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ଆବଶ୍ୟକତାକୁ ପୂରଣ କରିପାରିବ ବୋଲି ଟ୍ରଷ୍ଟର ଅନ୍ୟତମ ଟ୍ରଷ୍ଟୀ ପାର୍ଥସାରଥି ନାୟକ ଜନସାଧାରଣଙ୍କୁ ସୂଚନା ପ୍ରଦାନ କରିଥିଲେ । ମାନବ ସେବା ହିଁ ମାଧବ ସେବାର ସାର୍ଥକତାକୁ ପାଥେୟ କରି ସତ୍ୟ ଫାଉଣ୍ଡେସନର ବିଭିନ୍ନ ଜନକଲ୍ୟାଣକାର୍ଯ୍ୟକ୍ରମ କରି ଆସୁଛି ବୋଲି ପୀରହାଟ ଭଜନମଣ୍ଡଳୀର ଆବାହକ ଲକ୍ଷ୍ମୀଧର ବଳ କହିଥିଲେ । ତିହିଡ଼ି ସତ୍ୟସାଇ ସେବା ସମିତି ଅନ୍ତର୍ଗତ ସମସ୍ତ ସେବା ଗୋଷ୍ଠୀର ଭାଇ ଭଉଣୀ ଉକ୍ତ ଉଦ୍‌ଘାଟନ ଉତ୍ସବରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରବିନ୍ଦ୍ର ଦାସ, ସଞ୍ଜୟ ମହାପାତ୍ର, ରମାକାନ୍ତ ନାଥ, ପ୍ରେମାନନ୍ଦ ମହାକୁଡ଼, ସନ୍ତୋଷ ଦାସ, କ୍ଷେତ୍ରବାସୀ ଦାସ, ସୌମେନ୍ଦ୍ର ବଳ, ବାବାଜୀ ମହାକୁଡ଼, ଦିଲୀପ ମହାନ୍ତି, ଜଗବନ୍ଧୁ ମାଝୀ, ନାଗେଶ୍ୱର ମହାଳିକ, ସୁମନ୍ତ ବେହେରା, ରାଜୁ ଜେନା, ଭଜହରି ଓଝା, ମାଗୁଣୀ ନାୟକ, ସରପଞ୍ଚ ପ୍ରେମଲତା ବିଶ୍ୱାଳ, ଶାନ୍ତିଲତା ବିଶ୍ୱାଳ, ରଂଜୁଲତା ଗାହାଣ, ଶ୍ରୀକାନ୍ତ ପରିଡ଼ା, ସୁରେନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.